ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପରିବାର ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ମୋହନ । ଗଙ୍ଗା ପୂଜା କରିବା ସହ ସ୍ନାନ କରିଛନ୍ତି । ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ବିଜେପି ସାଂସଦ ସମ୍ବିତ ପାତ୍ର, ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ପ୍ରସିଦ୍ଧ ଗାୟକ କୈଳାଶ ଖେର୍ ମଧ୍ୟ ସଙ୍ଗମରେ ବୁଡ଼ ପକାଇଛନ୍ତି ।
ସଂଗମରେ ବୁଡ଼ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଏଠାକୁ ଆସି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପବିତ୍ର ସଂଗମରେ ବୁଡ଼ ପକାଇଛି ଏବଂ ପ୍ରାର୍ଥନା କରିଛି। ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ମାଗିଛି। ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଟିମ୍ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଭାରତ’କୁ ଆଗେଇ ନେବା ପାଇଁ ଏହା ମଧ୍ୟ ଏକ ବଳିଷ୍ଠ ଉଦ୍ୟମ।
Took a sacred dip during #Mahakumbh at Prayagraj — a confluence of faith, tradition, and divinity. Blessed to be a part of this extraordinary privilege and a deeply spiritual experience. On behalf of the people of Odisha, I extend my heartfelt reverence to this sacred occasion… pic.twitter.com/03igWuNw9G
📱 Get Argus News App
✨ତ୍ରିବେଣୀ ସଂଗମରେ ବୁଡ ପକାଇବାକୁ ପ୍ରତିଦିନ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ଏଯାବତ୍ ୬୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ବ୍ରହ୍ମ ମୁହୂର୍ତ୍ତରୁ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଲାଗୁଛି । ପାରମ୍ପରିକ ରୀତିନୀତି ପରେ ବୁଡ ପକାଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ । ଆସନ୍ତା ଶିବରାତ୍ରିରେ ଶେଷ ଅମୃତସ୍ନାନ ହେବ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ ।
ଏବେ ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ରେଳଷ୍ଟେସନ, ବସଷ୍ଟପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟଣ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି । ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।
ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ଼ ଚ୍ୟାଲେଞ୍ଜ । ତେଣୁ ଗାଡ଼ି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।

