Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀଲଙ୍କାରେ ୪ ଟି ଟେଷ୍ଟ ,୩ଟି ୱାନ ଡେ ମ୍ୟାଚ ଖେଳିବ ଓଡ଼ିଶା ଟିମ୍‌

National

ଶ୍ରୀଲଙ୍କାରେ ୪ ଟି ଟେଷ୍ଟ ,୩ଟି ୱାନ ଡେ ମ୍ୟାଚ ଖେଳିବ ଓଡ଼ିଶା ଟିମ୍‌

Rashmita Mishra
Browse all articles by Rashmita Mishra
·1 year ago·2 min read
ଶ୍ରୀଲଙ୍କାରେ ୪ ଟି ଟେଷ୍ଟ ,୩ଟି ୱାନ ଡେ ମ୍ୟାଚ ଖେଳିବ ଓଡ଼ିଶା ଟିମ୍‌

Key Points

ଶ୍ରୀଲଙ୍କା ଟୁର୍‌ରେ ଓଡ଼ିଶା କ୍ରିକେଟ୍‌ ଟିମ୍‌
ଏକ୍ସପୋଜର ଭିଜିଟରେ ଶ୍ରୀଲଙ୍କା ପଠାଇଲା ଓସିଏ
ପ୍ରାୟ ଏକ ମାସ ଧରି ଶ୍ରୀଲଙ୍କାରେ ଖେଳିବେ କ୍ରିକେଟ୍‌
ଟିମ୍‌ରେ ସାମିଲ ୩୦ ଜଣ ଖେଳାଳୀ
ଶ୍ରୀଲଙ୍କାରେ ୪ ଟି ଟେଷ୍ଟ ,୩ଟି ୱାନ ଡେ ମ୍ୟାଚ ଖେଳିବ ଓଡ଼ିଶା ଟିମ୍‌
ଶ୍ରୀଲଙ୍କା ଏହି ଦଳ ଓ ଜୁନିଅର ଟିମ୍ ସହ ମ୍ୟାଚ ଖେଳିବ ଓଡିଶା ଦଳ

ଶ୍ରୀଲଙ୍କା ଟୁର୍‌ରେ ଓଡିଶା କ୍ରିକେଟ୍‌ ଟିମ୍‌। ୩୦ ଜଣ ଖେଳାଳିଙ୍କୁ ଏକ୍ସପୋଜର ଭିଜିଟିରେ ଶ୍ରୀଲଙ୍କା ପଠାଇଛି ଓସିଏ । ଏହି ଟିମ୍‌ରେ ସିନିୟର ରଣଜୀ ଦଳର ଖେଳାଳିଙ୍କ ସହ ୨୩ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ ଦଳର କିଛି ଖେଳାଳି ଶ୍ରୀଲଙ୍କା ଯାଇଛନ୍ତି । ରଣଜୀ ଟ୍ରଫି , ବିଜୟ ହଜାରେ ମୁସ୍ତାକ ଅଲି ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଓଡିଶା ଟିମକୁ ମଜଭୁତ ଭାବେ ଉଭା କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ଓସିଏ। ସୋମବାର ଶ୍ରୀଲଙ୍କା ଗସ୍ତ କରିଛି ୩୦ ଜଣିଆ ଓଡିଶା ଟିମ। ପ୍ରାୟ ଏକ ମାସ ଧରି ସେଠାରେ ୪ ଟି ଟେଷ୍ଟ ଓ 3 ଟି ୱାନ ଡେ ମ୍ୟାଚ ଖେଳିବ ଓଡିଶା ଟିମ।


ଏହାସହ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ କ୍ୟାମ୍ପ ଜରିଆରେ ମଧ୍ୟ ଅନେକ ଅଭିଜ୍ଞତା ସାଉଁଟିବ ଦଳ । କିଛି ଦିନ ପୂର୍ବରୁ ଓଡିଶା ଦଳକୁ ବ୍ୟାକ କରିଥିବା ଶୁଭ୍ରାଂଶୁ ସେନାପତିଙ୍କ ସମେତ ସନ୍ଦୀପ ପଟ୍ଟନାୟକ, ଆଶ୍ରିବାଦ ସ୍ୱାଇଁ, ରାଜେଶ ଧୂପର, ସାଇଦିପ ମହାପାତ୍ର, ରାଜେଶ ମହାନ୍ତିଙ୍କ ଭଳି ଦକ୍ଷ ଓଡିଶା ଖେଳାଳି ଏହି ଟିମରେ ସାମିଲ ଅଛନ୍ତି ।

କଳାହାଣ୍ଡି କପରେ ଉତକର୍ସ ପ୍ରଦର୍ଶନ , ୧୯ବର୍ଷରୁ କମ ,୨୩ବର୍ଷ ରୁ କମ ଓ ସିନିୟର ବର୍ଗରୁ ଚୟନ ହୋଇଛନ୍ତି ୩୦ଜଣ ଖେଳାଳି । ଖେଳାଳିଙ୍କ ମଧ୍ୟରେ ଦକ୍ଷ ବ୍ୟାଟର ,ବୋଲର, ଅଲରାଉଣ୍ଡର ରହିଛନ୍ତି । ଏହି ଏକ୍ସପୋଜରଟୁରର ମୂଳ ଲକ୍ଷ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସହ ଖେଳିବା ଏବଂ ଦେଶ ବାହାରେ ଖେଳି ଅଭିଜ୍ଞତା ହାସଲ କରିବା ବୋଲି କହିଛନ୍ତି ଓସିଏ ସମ୍ପାଦକ । ଟିମ ଗୋଟିଏ ମାସ ଧରି ଶ୍ରୀଲଙ୍କାରେ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶ୍ରୀଲଙ୍କା ଏ ଦଳ ଓ ଜୁନିଅର ଟିମ ସହ ମ୍ୟାଚ ଖେଳିବ ଓଡିଶା ଦଳ। ଆସନ୍ତା ବିସିସିଆଇ ଘରୋଇ ସିଯିନ ପୂର୍ବରୁ ଓଡିଶାର ଏକ ଟପ ଇଲେଭେନ ଚୟନ ହୋଇ ପାରିବ ବୋଲି ଆଶା ରଖିଛି ଓସିଏ। ଓଡିଶା ଟିମର ଶ୍ରୀଲଙ୍କା ଗସ୍ତ ଏକ ନୂଆ ଆଶା ସଞ୍ଚାର କରିଥିବା ବେଳେ ଏହା କେତେଦୂର ଫଳପ୍ରଦ ହେବ ତାହା ଆଗାମୀ ବିସିସିଆଇ ଘରୋଇ ସିଯିନରେ ଜଣାପଡିବ।

Sponsored
odisha-cricket-team-to-tour-sri-lanka | Argus News