Videos
|
National

Marijuana Smuggling to Pakistan / ଓଡ଼ିଶାରୁ ପାକିସ୍ତାନକୁ ହେଉଥିଲା ଗଞ୍ଜେଇ ଚାଲାଣ,କାଶ୍ମୀରରୁ ଫଳ ଆସୁଥିଲା, ଓଡ଼ିଶାରୁ ଗଞ୍ଜେଇ ଯାଉଥିଲା

Bikash Mohanty
Browse all articles by Bikash Mohanty
·3 months ago·3 min read
ଓଡ଼ିଶାରୁ ପାକିସ୍ତାନକୁ ହେଉଥିଲା ଗଞ୍ଜେଇ ଚାଲାଣ,କାଶ୍ମୀରରୁ ଫଳ ଆସୁଥିଲା, ଓଡ଼ିଶାରୁ ଗଞ୍ଜେଇ ଯାଉଥିଲା
Marijuana

Key Points

କନ୍ଧମାଳରୁ ପାକିସ୍ତାନ ଯାଏଁ ଗଂଜେଇ ଚେର
ଫଳ ଭର୍ତ୍ତି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ
କାଶ୍ମୀରରୁ ଫଳ ଭର୍ତ୍ତି ହୋଇ ଓଡିଶା ଆସୁଥିଲା
ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ କାଶ୍ମୀର ଯାଉଥିଲା
ଗଞ୍ଜେଇ ଚାଲାଣ ରାକେଟର ଖୁଲାସା କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ
୨ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ କାଶ୍ମୀରରୁ ଗିରଫ
ଭୁବନେଶ୍ବର,୩୦/୦୫: ଏବେ ଅନ୍ୟ ରାଜ୍ୟ ନୁହେଁ , ବିଦେଶକୁ ହେଉଛି ଗଞ୍ଜେଇ ଚାଲାଣ। ଅତି ଦୁର୍ଭାଗ୍ୟର କଥା ଯେ ଆମ ଶତୃ ଦେଶ ପାକିସ୍ତାନକୁ ହେଉଛି ଗଞ୍ଜେଇ ଚାଲାଣ। ଫଳ ଭର୍ତ୍ତି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ I କାଶ୍ମୀରରୁ ଫଳ ଭର୍ତ୍ତି ହୋଇ ଓଡିଶା ଆସୁଥିଲା ଆଉ ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା । ଏଭଳି ଏକ ଗଞ୍ଜେଇ ଚାଲାଣ ରାକେଟର ଖୁଲାସା କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ୨ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ କାଶ୍ମୀରରୁ ଗିରଫ କରି ଭୁବନେଶ୍ୱରକୁ ଆଣିଛି ଭୁବନେଶ୍ୱର NCB, ବିକ୍ରମ ସିଂ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି NCB, ୨ ଅଭିଯୁକ୍ତ ଗିରଫ ପରେ ସାମ୍ନାକୁ ଆସିଛି କନ୍ଧମାଳରୁ କାଶ୍ମୀର ଦେଇ ପାକିସ୍ତାନକୁ ଲମ୍ବିଥିବା ଗଞ୍ଜେଇ ଚାଲାଣର ଲମ୍ବା ନେଟୱର୍କ ।

ଗଞ୍ଜେଇକୁ ନେଇ ଓଡ଼ିଶାର ଅଲୋଡ଼ା ରେକର୍ଡ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷରେ ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ୨୦୨୦ରୁ ୨୦୨୫ ମଧ୍ୟରେ ମୋଟ୍ ୧୦ ଲକ୍ଷ ୬୦ ହଜାର କେଜି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଏହି ସମୟରେ ସିକିମ୍‌ରେ ମାତ୍ର ୪ କେଜି ଗଞ୍ଜେଇ ସିଜ୍ ହୋଇଛି । 'ସିଲ୍‌ଭର ଅକ୍ସ' ବା 'ଗଞ୍ଜେଇର ହବ୍' କୁହାଯାଉଥିବା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଚିତ୍ତୋରରେ ପ୍ରଚୁର ମାତ୍ରାରେ ଗଞ୍ଜେଇ ଉତ୍ପାଦନ ହେଉଛି । କିନ୍ତୁ ଏଠାରେ ମଧ୍ୟ ସିଜ୍ ଗଞ୍ଜେଇର ପରିମାଣ ଓଡ଼ିଶାଠାରୁ ଅଧା ।

ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ତଥ୍ୟ ଅନୁସାରେ, ଏକ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗତ ୫ ବର୍ଷ ଭିତରେ ଓଡ଼ିଶାରୁ ଧରାପଡ଼ିଛି ମୋଟ୍ ୧୦ ଲକ୍ଷ କେଜି ଗଞ୍ଜେଇ । ଯାହା ସାରାଦେଶରେ ସର୍ବାଧିକ । ଗତ ୫ ବର୍ଷରେ ଓଡ଼ିଶାରୁ ସର୍ବାଧିକ ୧୦.୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ଆଶ୍ଚର୍ଯ୍ୟଜନକ ଭାବେ ଆନ୍ଧ୍ରପ୍ରଦେଶ, ହିମାଚଳ, ଉତ୍ତରାଖଣ୍ଡ ଓ ମଣିପୁର ଭଳି ରାଜ୍ୟରେ ମଧ୍ୟ ବହୁଳ ପରିମାଣରେ ଗଞ୍ଜେଇ ଉତ୍ପାଦନ ହେଉଥିଲେ ବି ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ଏହି ସମୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସିଜ୍ ହୋଇଛି ସାଢ଼େ ୫ ଲକ୍ଷ କେଜି ଓ ଉତ୍ତରପ୍ରଦେଶରୁ ପ୍ରାୟ ଅଢେଇ ଲକ୍ଷ କେଜି ଗଞ୍ଜେଇ । ଗତ ୫ ବର୍ଷରେ ସିଜ୍ ହୋଇଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି । କେରଳରେ ସାଢ଼େ ୫ ହଜାର କେଜି ଓ ସିକିମରେ ୫ ବର୍ଷ ମଧ୍ୟରେ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି।

ଭାରତ ସରକାରଙ୍କ ୧୯୮୫ NDPS ଆକ୍ଟ ଅନୁଯାୟୀ ଓଡ଼ିଶାରେ ଗଞ୍ଜେଇ ବେଆଇନ୍ । ଗଞ୍ଜେଇ ଚାଷ କରିବା, ରଖିବା, ବିକ୍ରୟ କିମ୍ବା ପରିବହନ ଦଣ୍ଡନୀୟ ଅପରାଧ । ଗଞ୍ଜେଇ ସହ ଧରାପଡ଼ିଲେ ଜରିମାନା ସହ କଠୋର କାରାଦଣ୍ଡର ବ୍ୟବସ୍ଥା ରହିଛି । ଗଞ୍ଜେଇ ପରିମାଣ ଅନୁଯାୟୀ କାରାଦଣ୍ଡ ୧୦ରୁ ୨୦ ବର୍ଷ ଯାଏଁ ହୋଇପାରେ । ସେଥିପାଇଁ ଓଡ଼ିଶା ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ହେକ୍ଟର ହେକ୍ଟର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜିପ୍‌ରେ ଗଞ୍ଜେଇ ତେଲ କାରଖାନା,୧୦୦ କୋଟିର ଗଞ୍ଜେଇ ତେଲ ଜବତ

ଓଡ଼ିଶାର କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ବହୁ ପରିମାଣରେ ଗଞ୍ଜେଇ ଚାଷ କରାଯାଏ । ଏପଟେ କିନ୍ତୁ ନୀଳ ଜହରର ହବ୍‌ ପାଲଟିଛି କୋରାପୁଟ । ଗଞ୍ଜେଇ ମାମଲାରେ ଜବତ ହୋଇଛି ମାଳମାଳ ଗାଡି । ଏହି ସଂଖ୍ୟା ହିଁ ବୟାନ କରୁଛି, କୋରାପୁଟ ଜିଲ୍ଲାରେ କେମିତି ଚାଲିଛି ନୀଳ ଜହରର ବେଆଇନ ବେପାର । ଅନ୍ୟପଟେ ବାରମ୍ବାର ବନ୍ଧା ହେବା ସତ୍ବେ ପୁଣି ଜାମିନରେ ଆସି ବେପାର କରୁଛନ୍ତି ଅପରାଧି । କାରଣ ସାଜିଛି ଅବକାରୀ ବିଭାଗ କର୍ମଚାରୀଙ୍କ ଅନଭିଜ୍ଞତା ଓ ବିନା ତାଲିମରେ କୋର୍ଟରେ ମାମଲାର ଉପସ୍ଥାପନା । ମାମଲା ଦାୟର ହେଲେ ବି ଖଲାସ ହୋଇଯାଉଛନ୍ତି ଅପରାଧୀ ଓ ପୁଣି ବେପାର କରୁଛନ୍ତି ।

ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଏବଂ ଚିତ୍ତୁର ଜିଲ୍ଲାରେ ମଧ୍ୟ ପ୍ରଚୁର ପରିମାଣରେ ଗଞ୍ଜେଇ ଉତ୍ପାଦନ ହୁଏ । ଏହାକୁ 'ସିଲ୍ଭର ଅକ୍ସ' ବା 'ଗଞ୍ଜେଇର ହବ୍' ମଧ୍ୟ କୁହାଯାଏ । ଯାହା ପଡ଼ୋଷୀ ଜିଲ୍ଲାଦେଇ ମଧ୍ୟ ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ତେବେ ଅବକାରୀ ବିଭାଗତ ଜୋରଦାର ଚଢ଼ାଉ ଯୋଗୁଁ ଅଧିକ ପରିମାଣରେ ଗଞ୍ଜେଇ ସିଜ୍ ହେଉଥିବା ମଧ୍ୟ କୁହାଯାଉଛି ।