West Bengal / ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ୫ମ ଅଭିଯୁକ୍ତ

Key Points
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ
ମୋଟ ୫ ଅଭିଯୁକ୍ତ ବାନ୍ଧିଲା ପୋଲିସ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ମୋଟ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ପଞ୍ଚମ ଅଭିଯୁକ୍ତ ସଫିକ୍ ଗୁଲ । ସଫିକ୍ ଗୁଲର ଘର ଦୁର୍ଗାପୁର ଅଞ୍ଚଳରେ ।
ସେପଟେ ପଶ୍ଚିମବଙ୍ଗ ଦୁର୍ଗାପୁର ଗସ୍ତରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ୩ ଜଣିଆ ଟିମ୍ । ପୀଡିତା ପରିବାର ସହିତ କଥା ହୋଇଛନ୍ତି ମହିଳା କମିଶନ । କଲିକତା ପୋଲିସ ଓ ପରିବାର ଲୋକଙ୍କ ସହ ଲଗାତାର କଥାବାର୍ତ୍ତା ଚାଲିଛି । ସେଠାରେ ପହଁଞ୍ଚି ପୀଡିତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ । ଆବଶ୍ୟକ ପଡିଲେ ମହିଳା କମିଶନ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ତା ଅନୁଯାୟୀ ସୁବିଧା ଯୋଗାଇବା ନେଇ ସୂଚନା ଦେଇଛନ୍ତି ମହିଳା କମିଶନର ଶୋଭନା ମହାନ୍ତି ।
📱 Get Argus News App
✨ସୂଚନାନୁଯାୟୀ ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ । ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ପୀଡ଼ିତାଙ୍କ ବାପା କହିଛନ୍ତି, "ତାଙ୍କ ଝିଅ ଏବେ ଚାଲିବାକୁ ଅକ୍ଷମ । ଏବେ ସେ ବେଡ ରେଷ୍ଟରେ ଅଛି । ଝିଅର ସ୍ଵାସ୍ଥ୍ୟାବସ୍ଥା ନେଇ ମୁଖ୍ୟମନ୍ତ୍ରୀ, ଡିଜି, ଏସପି, ଜିଲ୍ଲାପାଳ ଆମ ସହ ଯୋଗାଯୋଗରେ ଅଛନ୍ତି ।" ସେଠାରୁ ଝିଅକୁ ଏକ ସୁରକ୍ଷିତ ସ୍ଥାନକୁ ଓଡ଼ିଶା ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା କହିଛନ୍ତି । କୋଲକାତାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ବେଳେ ବାପା କହିଛନ୍ତି, ""ଏଠାରେ ଝିଅର ସୁରକ୍ଷା ପ୍ରତି ବିପଦ ଅଛି ।" ତେଣୁ ତୁରନ୍ତ ଝିଅକୁ ଏଠାରୁ ଓଡ଼ିଶା ନେବା ପାଇଁ ଚାହୁଁଥିବା କହିଛନ୍ତି ପୀଡିତାଙ୍କ ବାପା ।
Related Topics
Explore more stories