Videos
|
National

 ଆଜି ନୂଆଦିଲ୍ଲୀରେ ଓଡ଼ିଶା ହ୍ୟାଣ୍ଡଲୁମ୍ ୱାକାଥନ୍

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆଜି ନୂଆଦିଲ୍ଲୀରେ ଓଡ଼ିଶା ହ୍ୟାଣ୍ଡଲୁମ୍ ୱାକାଥନ୍

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଓଡ଼ିଶା ହ୍ୟାଣ୍ଡଲୁମ୍ ୱାକାଥନ୍। ଇଣ୍ଡିଆ ଗେଟରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ହସ୍ତତନ୍ତ ପିନ୍ଧି ଚାଲିବେ ପ୍ରବାସୀ ଓଡ଼ିଆ ମହିଳା। ସ୍ଵାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲଡ୍ ପକ୍ଷରୁ ଆୟୋଜିତ ଏହି ୱାକାଥନରେ ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ୧୧ହଜାରରୁ ଅଧିକ ଓଡ଼ିଆଣୀଙ୍କୁ ନେଇ ଗଠିତ ଏହି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି , ହସ୍ତକଳାକୁ  ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରୁଛି।

ଅଗଷ୍ଟ 7 ତାରିଖରେ ପାଳିତ ହୁଏ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ। ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ଉପଲକ୍ଷେ ବୁଣାକାର ଭାଇ ଭଉଣୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵାଭିମାନୀ ଓଡ଼ିଆ ୱିମେନ୍ସ ୱାର୍ଲଡ୍ ୨ଟି ହ୍ୟାଣ୍ଡଲୁମ୍ ୱାକାଥନ୍ ର ଆୟୋଜନ କରୁଛି। ଅଗଷ୍ଟ ୪ତାରିଖରେ ଦିଲ୍ଲୀ ଏବଂ  ଅଗଷ୍ଟ ୧୧ତାରିଖରେ ଭୁବନେଶ୍ବରଠାରେ ୱାକାଥନ୍ ଅୟୋଜନ ହେଉଥିବା ଆୟୋଜକ କହିଛନ୍ତି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Handloom Walkathon in New Delhi today | Argus News