Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭ୍ରଷ୍ଟାଚାର ଅଧିକାରୀଙ୍କ କବଜାରେ ଓଡ଼ିଶା :  ଶିବରାଜ ସିଂ ଚୌହାନ 

National

ଭ୍ରଷ୍ଟାଚାର ଅଧିକାରୀଙ୍କ କବଜାରେ ଓଡ଼ିଶା :  ଶିବରାଜ ସିଂ ଚୌହାନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଭ୍ରଷ୍ଟାଚାର ଅଧିକାରୀଙ୍କ କବଜାରେ ଓଡ଼ିଶା :  ଶିବରାଜ ସିଂ ଚୌହାନ 

ନୂଆଦିଲ୍ଲୀ:  ୨୦୨୪ ଇଲେକ୍ସନ ପାଇଁ ରାଜନୈତିକ ପାର୍ଟି ଗୁଡିକ ଅଙ୍କ କସିବାରେ  ଲାଗି ପଡିଛନ୍ତି।  ସବୁ ଦଳର  ଟାଣୁଆ ନେତାମାନେ ବିଭିନ୍ନ ଜିଲ୍ଲା, ରାଜ୍ୟ  ଗସ୍ତରେ ମଧ୍ୟ ବାହାରି ପଡିଛନ୍ତି। ଏହାରି ମଧ୍ୟରେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ।  ଓଡ଼ିଶାରେ ପାଦ ଦେଉ ଦେଉ ଧୋଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ନବୀନ ସରକାର ଚଳାଉନାହାନ୍ତି ସରକାର ଚଳାଉଛନ୍ତି ତାଙ୍କ ଅଧିକାରୀ। ଆଜି ମଧ୍ୟ  ଓଡ଼ିଶାରେ ମା, ଭଉଣୀ ସୁରକ୍ଷିତ ନୁହଁନ୍ତି।  କିନ୍ତୁ ସୁରକ୍ଷା ଦେଉଥିବା କହି ଡିଣ୍ଡିମ ପିଟୁଛନ୍ତି ନବୀନ ବାବୁ।   ମୋଦି ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପଇସା ଦେଉଛନ୍ତି କିନ୍ତୁ  ରାଜ୍ୟ ସରକାର ଏହାର ଉଚିତ୍‌ ବିନିଯୋଗ କରୁନାହାନ୍ତି।

 ମୋଦି ଟଙ୍କା ଦେଉଛନ୍ତି କିନ୍ତୁ ବାଃ ହାବା ନେଉଛନ୍ତି ନବୀନ ବାବୁ।  ଓଡ଼ିଶାରେ ଏଥର ଭ୍ରଷ୍ଟାଚାର  ବିଜେଡି ଶାସନକୁ ହଟାଇ ବିଜେପି କରିବ ଶାସନ ବୋଲି କହି ବିରୋଧିଙ୍କୁ ଛାନିଆ କରାଇଦେଇଛନ୍ତି ଶିବରାଜ ସିଂ ଚୌହାନ।  ଏପଟେ ମହାରାଷ୍ଟ୍ରରେ ବଳଶାଳି ହେଉଛି ବିଜେପି।  ମହାରାଷ୍ଟ୍ରର ପୂର୍ବ  ସିଏମ  ଅଶୋକ ଚହ୍ୱାନ  ବିଜେପିରେ  ସାମିଲ ହୋଇଛନ୍ତି।  କଂଗ୍ରେସକୁ ଟା ଟା କରି ଯୋଗ ଦେଇଛନ୍ତି ବିଜେପିରେ।  ଅଶୋକ ଚହ୍ୱାନ ମୁମ୍ବାଇର ଭାଜପା କାର୍ଯ୍ୟାଳୟରେ  ପହଞ୍ଚିଥିଲେ। ସେଠାରେ ତାଙ୍କୁ  ଉପମୁଖ୍ୟ  ଦେବେନ୍ଦ୍ର ଫଡନାଭିସ୍ ଏବଂ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ  ଚନ୍ଦ୍ରକାନ୍ତ  ପାଓ୍ୱନକୁଳେ ତାଙ୍କୁ ଦଳକୁ ସ୍ୱାଗତ ଜଣାଇଥିଲେ।  ଏନେଇ ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଡକା ଲାଗିଛି।  ବିଜେପିର ଦବଦବା  ଦେଖି ଛାନିଆ ହେଲେଣି ବିରୋଧି। ୨୦୨୪ ନିର୍ବାଚନ  ବିରୋଧିଙ୍କ ଉପରେ ଭାରି ପଡିବ ବୋଲି  ସ୍ପଷ୍ଟ ବାରି ହୋଇପଡିଲାଣି।

ଅଧିକ ଦେଖନ୍ତୁ : 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha in the hands of corrupt officials: Shivraj Singh Chouhan | Argus News