ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍କ ହଜାଇଲାଣି ନିଦ । ଥରହର ହେଲାଣି ବିଜେଡି ଶିବିର। କାରଣ ପୁଣି ଥରେ ଆଜି ରେ ଓଡ଼ିଶା ଆସୁଛନ୍ତି ମୋଦି । ଖାଲି ମୋଦି ଆସୁଛନ୍ତି ତାହା ନୁହେଁ ବରଂ ବିଜେପି ପାର୍ଟି ଅଫିସରେ ରୁଦ୍ଧଦ୍ଵାର ବୈଠକ କରିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଆଜି ରେ ଭୁବନେଶ୍ବରରେ ପହଞ୍ଚି ରାତ୍ରିଯାପନ କରିବେ ମୋଦି । ୨୦ ତାରିଖରେ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ବଡ଼ଦାଣ୍ଡରେ କରିବେ ରୋଡ୍ ସୋ ’ ।
ହେଲେ ପୁରୀରେ ମୋଦିଙ୍କ ରୋଡ ସୋ' ବିଜେଡି ଲାଗି ମୁଣ୍ଡ ବିନ୍ଧାର କାରଣ କାରଣ ମୋଦି ଆସିଲେ ମାନେ ରତ୍ନଭଣ୍ଡାର ଏବଂ ୪ ଦ୍ୱାର ଖୋଲିବା ପ୍ରସଙ୍ଗ ପ୍ରଶ୍ନ କରିବେ । କାରଣ ୨୫ ବର୍ଷ ଶାସନରେ ଜଗନ୍ନାଥଙ୍କୁ ସୁରକ୍ଷା ଦେଇପାରିଲାନି ବିଜେଡି ସରକାର। ରତ୍ନଭଣ୍ଡାରର ଚାବି ହଜାଇଲ.. ଜଗନ୍ନାଥଙ୍କୁ ଟିକେ ଦର୍ଶନ ପାଇଁ ଭକ୍ତଙ୍କୁ କରିଲ ହନ୍ତସନ୍ତ। ୪ ଦ୍ୱାର ନ ଖୋଲି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ପାଚେରି ଛିଡା କରିଦେଇଛି ବିଜେଡି ସରକାର। ଏହି ସବୁ ତମାମ ପ୍ରସଙ୍ଗରେ ଘେରିବେ ରାଜ୍ୟ ସରକାରଙ୍କୁ ମୋଦି। ବିଜେଡି ଗଡରେ ରୋଡ ସୋ କରିବେ ମୋଦି.. ମିଛଟାରେ ଓଡ଼ିଆ ଅସ୍ମିତାର କଥା କହୁଥିବା ରାଜ୍ୟ ସରକାରଙ୍କୁ ଦେବେ ଉଚିତ୍ ଜବାବ।
ଅଧିକ ଦେଖନ୍ତୁ :