ଯବାନଙ୍କ ଗୁଳିରେ ୪ ହାର୍ଡକୋର ମାଓବାଦୀ ସଫା

Key Points
ଭୁଶୁଡ଼ୁଛି ମାଓଗଡ଼, ଭାଙ୍ଗୁଛି ନକ୍ସଲଙ୍କ ଅଣ୍ଟା
ଝାଡ଼ଖଣ୍ଡରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା
ଯବାନଙ୍କ ଗୁଳିରେ ୪ ହାର୍ଡକୋର ମାଓବାଦୀ ସଫା
ଭୁଶୁଡ଼ୁଛି ମାଓଗଡ଼....... ଭାଙ୍ଗୁଛି ନକ୍ସଲଙ୍କ ଅଣ୍ଟା । ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ । ହଜାରିବାଗ ଗୋରହର ଅଞ୍ଚଳର ପାଣ୍ଟିତ୍ରୀ ଜଙ୍ଗଲରେ ସେଣ୍ଟ୍ରାଲ୍ କମିଟି ମେମ୍ବର ସହଦେବ ସୋରେନ ନିହତ । ତା ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା ଘୋଷଣା । କୋବ୍ରା ବାଟାଲିୟନ, ଗିରିଡିହ ଏବଂ ହଜାରିବାଗ ପୋଲିସର ମିଳିତ ଏନକାଉଣ୍ଟରରେ ହୋଇଛି ନିହତ ।. ଏଥିସହ ସ୍ପେଶାଲ୍ ଏରିଆ କମିଟି ମେମ୍ବର ରଘୁନାଥ ହେମ୍ବ୍ରମ ଓରଫ ଚଞ୍ଚଲ ଏବଂ ଜୋନାଲ କମିଟି ମେମ୍ବର ବୀରସେନ ଗଞ୍ଜୁ ଓରଫ୍ ରାମଖେଲୱାନ ମଧ୍ୟ ନିହତ ହୋଇଛନ୍ତି । ରଘୁନାଥ ମୁଣ୍ଡରେ ୨୫ ଲକ୍ଷ ଓ ବୀରସେନ ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା ଘୋଷଣା । ସେମାନଙ୍କ ନିକଟରୁ ୩ଟି ଏକେ-47 ରାଇଫଲ୍ ଜବତ ହୋଇଛି ।
ସେହିପରି ପାଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲ ଗୁଳି ବିନିମୟ ହୋଇ TSPC ନକ୍ସଲି ସଂଗଠନର ସବ୍ ଜୋନାଲ କମାଣ୍ଡର ମୁଖଦେବ ଯାଦବ ନିହତ ହୋଇଛି ।ତା ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୋଲିସର ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା ।ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ୱାକିଟକି ଓ ତିନୋଟି ମେଗାଜିନ ଜବତ ହୋଇଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶ ମାଓ ମୁକ୍ତ ହେବା ନେଇ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।