Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାତୀୟ ପଞ୍ଚାୟତ ପୁରସ୍କାରରେ 7ଟି ପୁରସ୍କାର ପାଇବ ଓଡିଶା

National

ଜାତୀୟ ପଞ୍ଚାୟତ ପୁରସ୍କାରରେ 7ଟି ପୁରସ୍କାର ପାଇବ ଓଡିଶା

Smruti Parija
Browse all articles by Smruti Parija
·1 year ago·1 min read
ଜାତୀୟ ପଞ୍ଚାୟତ ପୁରସ୍କାରରେ  7ଟି ପୁରସ୍କାର ପାଇବ ଓଡିଶା

ଅର୍ଗସ ବ୍ୟୁରୋ: ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ 7ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୨୦୨୪ ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ । ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ ୭ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି। 

ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାହାପୁର ପଞ୍ଚାୟତକୁ ପୁରସ୍କୃତ କରାଯିବ । ଏହି ଜିଲ୍ଲାର ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି । କୋରାପୁଟକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ପୁରସ୍କୃତ କରାଯିବ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତକୁ ଗ୍ରାମ ଉର୍ଜା ସ୍ବରାଜ ବିଶେଷ ପଞ୍ଚାୟତ ପୁରସ୍କାର ଦିଆଯିବ । 

ସେହି ସୁନ୍ଦରଗଡ଼ର ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ମିଳିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନକୁ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପ୍ରଦାନ କରିବା ଲାଗି ମନୋନୀତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha nominated for 7 awards in National Panchayat Awards | Argus News