‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ' ଆୟୋଜନ

Key Points
o ରାଷ୍ଟ୍ରୀୟ ରାଜଧାନୀରେ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସମାଜ ପକ୍ଷରୁ ପାଳିତ ହେବ ଓଡ଼ିଶା ପର୍ବ
o ଏହି ବର୍ଣ୍ଣାଢ୍ୟ ସମାରୋହରେ ଯୋଗଦେବେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ
o ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଶାର ପ୍ରତିଭାବାନ କଳାକାର, ଲେଖକ ଓ ବୁଦ୍ଧିଜୀବୀ
o ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖଲସିବ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ଓ କୀର୍ତ୍ତିରାଜିର ଇତିହାସ
ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ବର ଇତିହାସ ଓ ପରିକଳ୍ପନା :
• ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ'ର ଆୟୋଜନ କରାଯାଉଛି । ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ପର୍ଯ୍ୟନ୍ତ ଏହି ପର୍ବ ଏଠାରେ ପାଳିତ ହୋଇ ଆସୁଛି ।
• ଦିଲ୍ଲୀରେ ଏହି ପର୍ବର ଅଭୁତପୂର୍ବ ସଫଳତା ପରେ ୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ ହୋଇଥିଲା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍ ସେଲିବ୍ରେସନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିଲା ।
• ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଓଡ଼ିଶା ପର୍ବରେ ଓମାନ, ୟୁଏଇ, ବ୍ରିଟେନ୍, ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ, ତାଞ୍ଜାନିଆ ସମେତ ବାହାର ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଓ ଅଣ ଓଡ଼ିଆଲୋକମାନେ ସାମିଲ ହୋଇଥିଲେ ।
• କରୋନା ପରବର୍ତ୍ତୀ ସମୟରେ ୨୦୨୩ ମାର୍ଚ୍ଚରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ ପଡ଼ିଆରେ ଓଡ଼ିଶା ପର୍ବ- ୨୦୨୩ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଐତିହ୍ୟ, ବୌଦ୍ଧିକ ପରମ୍ପରା ଏବଂ "୨୦୩୬ରେ ଓଡ଼ିଶା" (ଏକ ରାଜ୍ୟ ଭାବରେ ଓଡ଼ିଶା ପାଇଁ ଶତବାର୍ଷିକୀ ବର୍ଷ) ର ମହାନ ପରିକଳ୍ପନାକୁ ସଫଳତାର ସହ ପ୍ରଦର୍ଶିତ କରାଯାଇଥିଲା ଯାହାକୁ ସବୁ ବର୍ଗର ଲୋକଙ୍କ ଦ୍ୱାରା ଖୁବ୍ ପ୍ରଶଂସା କରାଯାଇଥିଲା ।
• ଓଡ଼ିଶାର ଯୁବପିଢ଼ିଙ୍କ ମନରେ ସେହି ଦୃଷ୍ଟିକୋଣକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଆ ସମାଜ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ସେମାନେ ଓଡ଼ିଶା ଗଠନର ଶତବାର୍ଷିକୀ- ୨୦୩୬ମସିହାରେ ଓଡ଼ିଶା ପ୍ରତି ନିଜର ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ । ଏହି ଉଲ୍ଲେଖନୀୟ ଦୂରଦୃଷ୍ଟି ପାଇଁ ଦିଲ୍ଲୀରେ ଓଡ଼ିଶା ପର୍ବ ମଞ୍ଚରେ ଓଡ଼ିଶାର ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା
• ଓଡ଼ିଶା ପର୍ବ- ୨୦୨୩ରେ ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶା କନ୍ କ୍ଲେଭ୍ । ଏହି ତିନି ଦିନିଆ ଜାତୀୟ ସମ୍ମିଳନୀର ପ୍ରଥମ ସଂସ୍କରଣ ତିନୋଟି ମୁଖ୍ୟ ବିଷୟବସ୍ତୁ ସହିତ ଆୟୋଜନ କରାଯାଇଥିଲା। ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ, ଆତ୍ମନିର୍ଭର ଓଡ଼ିଶା ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ବିଶ୍ୱର ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ଓଡ଼ିଆ ସମାଜ ଓ ଓଡ଼ିଶା ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । • ୨୦୧୭ ପରଠାରୁ ଆୟୋଜିତ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ସ୍ୱର୍ଗତ ଅରୁଣ ଜେଟଲି, ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ଭେଙ୍କୟା ନାଇଡୁ, ଶ୍ରୀ ରାଜନାଥ ସିଂ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଶ୍ରୀ ବିଶ୍ୱଭୂଷଣ ହରିଚନନ୍ଦନ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ।
‘ଓଡ଼ିଶା ପର୍ବ -୨୦୨୪’:
📱 Get Argus News App
✨• ଓଡ଼ିଶା ଓ ଏହାର ସମୃଦ୍ଧ ପରମ୍ପରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଆ ସମାଜ ପକ୍ଷରୁ ଆସନ୍ତା ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଜବାହରଲାଲ ନେହେରୁ ଷ୍ଟାଡିୟମ ପରିସରର ଗେଟ୍ ନଂ ୧୪ରେ ଓଡ଼ିଶା ପର୍ବ ୨୦୨୪ ଆୟୋଜନ କରାଯିବ ।
• ତିନିଦିନବ୍ୟାପୀ ହେବାକୁ ଥିବା ଓଡ଼ିଶା-ପର୍ବ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଶିଷ୍ଟ ଇତିହାସକାର, ବୁଦ୍ଧିଜୀବୀ, ଲେଖକ ଓ କଳାକାରମାନେ ଯୋଗଦେବେ ।
• ଏହି ଓଡ଼ିଶା ପର୍ବ- ୨୦୨୪ରେ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବା ସହ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶିତ କରିବା ସହ ଓଡ଼ିଆ ଅସ୍ମିତାକୁ ପ୍ରତିଫଳନ କରିବ । ଓଡ଼ିଶା ପର୍ବ-୨୪ରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣର ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗଗୀତ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିବ ।
• ଏହି ବର୍ଣ୍ଣାଢ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ, ଯେଉଁଥିରେ ବିଶିଷ୍ଟ ଲେଖକ, ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବେ। ଓଡ଼ିଆ ଅସ୍ମିତା, ଓଡ଼ିଆ କଳା ଓ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାଇଁ କିପରି ଏକ ଦୀର୍ଘକାଳୀନ ବାତାବରଣ ତିଆରି କରାଯାଇପାରିବ ସେ ନେଇ ଏହି କନକ୍ଲେଭ୍ ଆୟୋଜନର ଉଦ୍ଦେଶ୍ୟ ରହିଛି ।
• ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ସହଯୋଗରେ ଓଡ଼ିଶା ପର୍ବ- ୨୦୨୪ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ସହ ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ ପୁସ୍ତକକୁ ଏହି ଜାତୀୟ ମଞ୍ଚରେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ।
• ଏଠାରେ ଆୟୋଜିତ ପ୍ରଦର୍ଶନୀରେ ୪୫ଟି ଓଡ଼ିଆ ଫୁଡ ଷ୍ଟଲ, ୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ତଥା ଓଡ଼ିଶାକୁ ପ୍ରଦର୍ଶିତ କରିଥିବା ଷ୍ଟଲ ଗୁଡ଼ିକର ପ୍ରଦର୍ଶନ ରହିବ ।
• ଏହି ପର୍ବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ହଜାର ହଜାର ଲୋକମାନେ ଯୋଡିବାର ଆଶା କରାଯାଉଥିବା ନେଇ ଆଶା କରାଯାଉଛି ।
ଓଡ଼ିଆ ସମାଜର ପୃଷ୍ଠଭୂମି ଓ କୃତିତ୍ୱ :
• ଓଡ଼ିଆ ସମାଜ ହେଉଛି ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକତ୍ରୀତ କରିବାର ଏକ ମଞ୍ଚ । ଓଡ଼ିଶାର ଐତିହ୍ୟ, ପରମ୍ପରା, ନୃତ୍ୟ, ଅନନ୍ୟ କଳାକୃତି, ଓଡ଼ିଆ ରାନ୍ଧଣା, ଗୌରବମୟ ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ପରାକାଷ୍ଠାକୁ ବିଶ୍ୱ ଦରବାରରେ ନିଆରା ଢଙ୍ଗରେ ଉପସ୍ଥାପନ କରାଯିବା ଏହାର ଉଦ୍ଦେଶ୍ୟ ।
• ଓଡ଼ିଆ ସମାଜ ବିଶେଷ ଭାବରେ କୋଭିଡ୍ -୧୯ ମହାମାରୀର ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ସେମିନାର, ୱେବିନାର ଏବଂ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
• ପ୍ରତିଭାବାନ କଳାକାର ଓ ଅନ୍ୟାନ୍ୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାଦିଗରେ ଓଡ଼ିଆ ସମାଜ ପ୍ରଦର୍ଶନୀ ଏବଂ ମେଳା ମାଧ୍ୟମରେ ପାରମ୍ପରିକ ସଙ୍ଗୀତ, ନୃତ୍ୟ, ହସ୍ତଶିଳ୍ପ, ହସ୍ତତନ୍ତ, କଳା ଏବଂ ସାହିତ୍ୟକୁ ପ୍ରୋତ୍ସାହିତ କରୁଅଛି ।
• ଓଡିଆ ସମାଜ ଓଡ଼ିଆ ଗୌରବ ଓ ସମୃଦ୍ଧ ପରମ୍ପରାକୁ ନେଇ "ପର୍ବ ଓଡ଼ିଶା" ଏବଂ "Valour in Veins," ଭଳି ଉଲ୍ଲେଖନୀୟ ପୁସ୍ତକ ପ୍ରକାଶ କରିଛି ।
• ପ୍ରଥମ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ୱୀକୃତି ଦେଇ ଓଡ଼ିଆ ସମାଜ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ୨୦୧୭ ଜୁଲାଇରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଐତିହାସିକ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପାଳନ କରିଥିଲା । ଲକ୍ଷ୍ନୌ, ଗୁରୁଗ୍ରାମ, ବାଙ୍ଗାଲୋର, ଚେନ୍ନାଇ, ଭୁବନେଶ୍ୱର ଓ କୋଲକାତା ଭଳି ସହରରେ ଓଡ଼ିଆ ସମାଜ ପକ୍ଷରୁ ଏହି ପରମ୍ପରା ବଜାୟ ରହିଛି ।
• ୨୦୨୩ ମସିହାରେ ଓଡ଼ିଆ ସମାଜ ପକ୍ଷରୁ 'ଏଇ ଆମ ସୁନ୍ଦର ଓଡ଼ିଶା' ଶୀର୍ଷକ ଏକ ୮ ଭାଗ ବିଶିଷ୍ଟ ଟେଲି ସିରିଜ୍ ନିର୍ମାଣ କରାଯାଇଛି । ଏହି ଟେଲି ସିରିଜ୍ ଓଡ଼ିଶାର ସମୃଦ୍ଧ flora and fauna କୁ ଲୋକଲୋଚନକୁ ଆଣିଛି । ଏହି ଧାରାବାହିକରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାପତ୍ୟ ବିସ୍ମୟର ଲୁଚି ରହିଥିବା ରତ୍ନ ଉପରେ ଆଲୋକପାତ କରାଯାଇଛି ।
• ତେବେ ସର୍ବଦା ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ଓ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଥିବା ଓଡ଼ିଆ ସମାଜ ଓଡ଼ିଶା ପର୍ବ – ୨୦୨୪ ଓଡ଼ିଶାର ନୈପୁଣ୍ୟତାକୁ ପ୍ରଦର୍ଶିତ କରିବା ପାଇଁ ଏକ ବିରାଟ ମଞ୍ଚ ପ୍ରଦାନ କରିଛି । ଚଳିତବର୍ଷର ଏହି ଭବ୍ୟ ସମାରୋହ ପୂର୍ବ ଭଳି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।