Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଞ୍ଜିନିବେଶର ହବ୍ ହେବ ଓଡିଶା- ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ପୁଞ୍ଜିନିବେଶର ହବ୍ ହେବ ଓଡିଶା- ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ । ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ନିବେଶକଙ୍କ ବୈଠକ ଅନୁଷ୍ଠିତ ହୋଇଛି । `ଆଗାମୀ 5 ବର୍ଷରେ 5 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି । 

ଫୁଡ୍ ପ୍ରୋସେସିଂ, IT, କେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଲୋଚନା ହେବ । ଏହାସହ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଆଲୋଚନା ହେବ । ଓଡ଼ିଶାରେ ପୁଞ୍ଜିଲଗାଣ, ଶିଳ୍ପ ପ୍ରତିଷ୍ଠାର ସକାରାତ୍ମକ ଇକୋ ସିଷ୍ଟମ୍‌ ନେଇ ଜଣାଯିବ । ଓଡ଼ିଶାକୁ 100 ଦିନରେ 45 ହଜାର କୋଟି ପୁଞ୍ଜି ଆସି ସାରିଛି । ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା-2025 କନ୍‌କ୍ଲେଭ୍ ଆସନ୍ତା ବର୍ଷ ଜାନୁଆରୀରେ ଅନୁଷ୍ଠିତ ହେବ ।

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-will-be-capital-investment-said-cm-mohan-majhi-at-on-delhi-visit | Argus News