Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି

National

ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି

ଅର୍ଗସ ବ୍ୟୁରୋ:  ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି। ରାଜ୍ୟକୁ ଆସିବ ବିପୁଳ ଶିଳ୍ପ ଓ ପୁଞ୍ଜି । ସିଙ୍ଗାପୁରରୁ ଓଡ଼ିଶା ପାଇଁ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହଟିବ ବେକାରୀ ସମସ୍ୟା, ସୃଷ୍ଟି ହେବ ନିଯୁକ୍ତିର ଗନ୍ତାଘର। ଆଜିଠାରୁ ସିଙ୍ଗାପୁର ଗସ୍ତରେ ବାହାରିବେ ସିଏମ୍। ଉତ୍କର୍ଷ ଓଡ଼ିଶା ମେକ୍-ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସିଙ୍ଗାପୁରରେ ଶିଳ୍ପପତି ତଥା ପୁଞ୍ଜି ନିବେଶକାରୀଙ୍କୁ ଭେଟିବେ। ରାଜ୍ୟକୁ କେଉଁ ଭଳି ଶିଳ୍ପ ଓ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ବିନିଯୋଗ କରିବେ, ସେନେଇ ହେବ ଆଲୋଚନା ।

ତା ସହ ସିଙ୍ଗାପୁରର କିଛି ଶିଳ୍ପ ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ରାଷ୍ଟ୍ରଦୂତଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମତେ ବରିଷ୍ଠ ଅଧିକାରୀ ସାମିଲ ହେବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha will face investors or capitalist | Argus News