ବଜେଟରେ ଓଡିଶାକୁ ଗୁରୁତ୍ୱ ; ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
·1 year ago

ଅର୍ଗସ ବ୍ୟୁରୋ : ଅର୍ଥମନ୍ତ୍ରୀ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ବଜେଟରେ ଓଡିଶାକୁ ଦିଆଯାଇଛି ଗୁରୁତ୍ୱ। ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ ।
ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ବିଶ୍ବସ୍ତରୀୟ ହେବ ଓଡ଼ିଶାର ପର୍ଯ୍ୟଟନ,ବନ୍ୟପ୍ରାଣୀ ଓ ବେଳାଭୂମିର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା ବୋଲି ବଜେ଼ଟ ଉପସ୍ଥାପନାବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: