Videos
|
National

ନ୍ୟାସନାଲ୍ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ୬ ଜଣିଆ ଟିମ୍ ପକ୍ଷରୁ ହରିୟାଣା ଗସ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନ୍ୟାସନାଲ୍ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ୬ ଜଣିଆ ଟିମ୍ ପକ୍ଷରୁ ହରିୟାଣା ଗସ୍ତ

Key Points

ନ୍ୟାସନାଲ୍ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ୬ ଜଣିଆ ଟିମ୍ ପକ୍ଷରୁ ହରିୟାଣା ଗସ୍ତ
ରାଇଟ୍ ଟୁ ସର୍ଭିସ୍ ଅଧିନିୟମ କାର୍ଯ୍ୟକାରୀତାକୁ ନେଇ ପଚାରି ବୁଝିଲେ
ହରିୟାଣାରେ ଆୟୋଗଙ୍କ ଦ୍ବାରା ଲାଗୁ ହୋଇଛି ଅଟୋ ଅପିଲ୍ ବ୍ୟବସ୍ଥା

ଭାରତ ସରକାରଙ୍କ ନ୍ୟାସନାଲ୍ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ହରିୟାଣାର ରାଇଟ୍ ଟୁ ସର୍ଭିସ୍ କମିସନ ଚଣ୍ଡିଗଡ ଗସ୍ତ କରିଥିଲେ। ଏହି ଗସ୍ତର ଉଦ୍ଦେଶ୍ୟ ରାଇଟ୍ ଟୁ ସର୍ଭିସ୍ ଅଧିନିୟମକୁ ପ୍ରଭାବୀ ଢଙ୍ଗରେ ରାଜ୍ୟରେ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ସର୍ବୋତ୍ତମ ପ୍ରକ୍ରିୟାର ବ୍ୟବହାର ସହ ହରିୟାଣାରେ ସେବା ଗୁଡିକର ସମୟ ଅନୁସାରେ ପ୍ରଦାନ କରିବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ପଚାରି ବୁଝିଥିଲେ ।


ମୁଖ୍ୟ ଆୟୋଗ ପ୍ରତିନିଧି ମଣ୍ଡଳୀଙ୍କୁ ଆୟୋଗର କାର୍ଯ୍ୟ ପ୍ରଣାଳୀ, କାନୁନ୍ ବ୍ୟବସ୍ଥା, ଅଭିଯୋଗର ସମାଧାନ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଭଳି ଅନଲାଇନ୍ ଟ୍ରାକିଂ ସିଷ୍ଟମ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କହିଥିଲେ ହରିୟାଣାରେ ଆୟୋଗଙ୍କ ଦ୍ବାରା ଅଟୋ ଅପିଲ୍ ବ୍ୟବସ୍ଥାର ମଧ୍ୟ କାର୍ଯ୍ୟକାରୀ ହୋଇଛି, ଯାହାଫଳରେ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବାରେ ଅସୁବିଧା ହେବା ନାହିଁ । ଆହୁରି ଅଧିକ ସେବାକୁ ଆୟୋଗଙ୍କ ଅଧିକାର କ୍ଷେତ୍ର ମଧ୍ୟକୁ ଆଣିବାକୁ ପ୍ରୟାସ କରାଯିବ । ଯାହାଫଳରେ ଅଧିକରୁ ଅଧିକ ଲାଭାର୍ଥୀଙ୍କୁ ସମୟ ଅନୁସାରେ ସେବା ମିଳିବା ସୁନିଶ୍ଚିତ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୈଠକରେ ଉଭୟ ସଂସ୍ଥାନର ହରିୟାଣା ରାଇଟ୍ ଟୁ ସର୍ଭିସ କମିସନ ଏବଂ ନ୍ୟାସନାଲ୍ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ଅଧିକାରୀମାନେ ଉପସ୍ଥିତ ଥିଲେ । ହରିୟାଣାରେ ରାଇଟ୍ ଟୁ ସର୍ଭିସ୍ ଅଧିନିୟମକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ପ୍ରଗତିକୁ ଦେଖି ଖୁସି ପ୍ରକଟ କରିଛନ୍ତି ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସର ଅଧିକାରୀ ।


ଅଧିକ ପଢ଼ନ୍ତୁ ଦେଶ ଖବର:

officers-from-the-national-centre-for-good-governance-visit-haryana-right-to-service-commission | Argus News