All India Breakdown / ମିନିମମ୍ ଫେୟାର୍ ଦାବିରେ ଦେଶବ୍ୟାପୀ ଓଲା, ଉବେର, ରାପିଡୋ ଡ୍ରାଇଭରଙ୍କ ଧର୍ମଘଟ...ପଡ଼ିପାରନ୍ତି ଅସୁବିଧାରେ
·7 months ago·2 min read

Key Points
ଆପଣ ଆଜି କୁଆଡେ ବୁଲି ଯିବେ ବୋଲି ବାହାରିଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ନଚେତ ହୋଇପାରନ୍ତି ସମସ୍ୟାର ସମ୍ମୁଖୀନ।
ଆପଣ ଆଜି କୁଆଡେ ବୁଲି ଯିବେ ବୋଲି ବାହାରିଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ନଚେତ ହୋଇପାରନ୍ତି ସମସ୍ୟାର ସମ୍ମୁଖୀନ। କାରଣ ଆଜି ଓଲା ଉବେର ଆପଣ ବୁକିଂ କରିପାରିବେନି। ଆଜି ସାରା ଦେଶରେ ଯାତ୍ରୀମାନେ ନିଜ ଯାତ୍ରା ଯୋଜନାରେ ସମସ୍ୟାର ସାମ୍ନା କରିପାରନ୍ତି। ଆପ୍-ଭିତ୍ତିକ ରାଇଡ୍ ସେବା ପ୍ଲାଟଫର୍ମ ଓଲା, ଉବର ଓ ରାପିଡୋ ସହ ଜଡିତ ଡ୍ରାଇଭରମାନେ ଦେଶବ୍ୟାପୀ ହଡ଼ତାଳର ଆହ୍ୱାନ କରିଛନ୍ତି। ଏହି ହଡ଼ତାଳକୁ ‘ଅଲ୍ ଇଣ୍ଡିଆ ବ୍ରେକଡାଉନ୍’ ନାମ ଦିଆଯାଇଛି। ଡ୍ରାଇଭର ସଂଗଠନଙ୍କ ଅନୁସାରେ, ଏହି ହଡ଼ତାଳ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ମଧ୍ୟରେ କ୍ୟାବ୍, ଅଟୋ ଓ ବାଇକ୍ ଟ୍ୟାକ୍ସି ସେବା ପ୍ରଭାବିତ ହେବ।
କାହିଁକି ହଡ଼ତାଳ କରୁଛନ୍ତି ଓଲା–ଉବର ଡ୍ରାଇଭର?
ଏହି ହଡ଼ତାଳ ତେଲେଙ୍ଗାନା ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ୱର୍କର୍ସ ୟୁନିୟନ୍ (TGPWU) ସହ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ଉଦ୍ୟମରେ ଡାକାଯାଇଛି। ୟୁନିୟନ୍ର କହିବା ଅନୁସାରେ, ନିର୍ଦ୍ଧାରିତ ମିନିମମ୍ ଭଡ଼ା ନଥିବା ଓ ସଠିକ୍ ନିୟମ ଅଭାବରୁ ଡ୍ରାଇଭରମାନେ ଦୀର୍ଘଦିନ ଧରି ଶୋଷଣର ସମ୍ମୁଖୀନ ହେଉଛନ୍ତି।
ଏହାସହ ପଢ଼ନ୍ତୁ: ହୋଲି ପାଇଁ ରେଳ ବିଭାଗ ଚଲାଇବ ୧୪୧୦ ନୁଆ ସ୍ପେଶାଲ ଟ୍ରେନ
କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଚିଠି ଲେଖି ଆପ୍-ଭିତ୍ତିକ ଟ୍ରାନ୍ସପୋର୍ଟ ୱର୍କର୍ସଙ୍କ ସମସ୍ୟା ଉଠାଇଛି। ସେଥିରେ କୁହାଯାଇଛି ଯେ, ଓଲା, ଉବର, ରାପିଡୋ, ପୋର୍ଟର ଭଳି ଏଗ୍ରିଗେଟର୍ ପ୍ଲାଟଫର୍ମଗୁଡ଼ିକ ପାଇଁ ସରକାରୀ ଭାବେ ନିର୍ଦ୍ଧାରିତ ମିନିମମ୍ ଭଡ଼ା ବ୍ୟବସ୍ଥା ନାହିଁ, ଯାହା ଫଳରେ କମ୍ପାନୀମାନେ ମନମାନି ଭଡ଼ା ଧାର୍ଯ୍ୟ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡ୍ରାଇଭରଙ୍କ ଆୟ ହ୍ରାସ ପାଇଛି
ୟୁନିୟନ୍ ଦାବି କରିଛି ଯେ, ସରକାରୀ ଭାବେ ମିନିମମ୍ ଭଡ଼ା ନୋଟିଫାଇ ହୋଇନଥିବାରୁ ଡ୍ରାଇଭରଙ୍କ ଆୟ ହ୍ରାସ ପାଇଛି ଏବଂ ରୋଜଗାରକୁ ନେଇ ଅନିଶ୍ଚିତତା ବଢ଼ିଛି। ଏହାସହ କମର୍ସିଆଲ୍ ରାଇଡ୍ ପାଇଁ ପ୍ରାଇଭେଟ୍, ନନ୍-କମର୍ସିଆଲ୍ ଗାଡ଼ି ବ୍ୟବହାର କରାଯାଉଥିବାରୁ ଲାଇସେନ୍ସ୍ ଥିବା ଡ୍ରାଇଭରମାନେ ଅନ୍ୟାୟ ପ୍ରତିସ୍ପର୍ଧାର ସମ୍ମୁଖୀନ ହେଉଛନ୍ତି।
ୟୁନିୟନ୍ର ମୁଖ୍ୟ ଦାବି
ୟୁନିୟନ୍ ଦୁଇଟି ମୁଖ୍ୟ ଦାବି ରଖିଛି। ପ୍ରଥମ ଦାବି ହେଉଛି ହେଉଛି ଅଟୋ, କ୍ୟାବ୍, ବାଇକ୍ ଟ୍ୟାକ୍ସି ସମେତ ସମସ୍ତ ଆପ୍-ଭିତ୍ତିକ ଟ୍ରାନ୍ସପୋର୍ଟ ସେବା ପାଇଁ ତୁରନ୍ତ ମିନିମମ୍ ବେସ୍ ଫେୟାର୍ ନୋଟିଫିକେସନ୍ ଜାରି କରାଯାଉ, ଯାହା ମୋଟର ଭେହିକଲ୍ ଏଗ୍ରିଗେଟର୍ ଗାଇଡ୍ଲାଇନ୍ସ ୨୦୨୫ ଅନୁସାରେ ହେବା ଆବଶ୍ୟକ।
ସେହିପରି ଦ୍ୱିତୀୟ ଦାବି ହେଉଛି କମର୍ସିଆଲ୍ ପ୍ୟାସେଞ୍ଜର୍ ଓ ଗୁଡ୍ସ ଟ୍ରାନ୍ସପୋର୍ଟ ପାଇଁ ପ୍ରାଇଭେଟ୍, ନନ୍-କମର୍ସିଆଲ୍ ଗାଡ଼ି ବ୍ୟବହାର ଉପରେ କଡା ନିଷେଧ ଲାଗୁ କରାଯାଉ।

Related Topics
Explore more stories