Videos
|
National

Gadkari Statement / 'ପୁରୁଣା ପିଢି ଅବସର ନେଇ ନୂଆ ପିଢିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ଉଚିତ୍'

Ritu Das
Browse all articles by Ritu Das
·7 months ago·2 min read
'ପୁରୁଣା ପିଢି ଅବସର ନେଇ ନୂଆ ପିଢିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ଉଚିତ୍'
india

Key Points

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ। 'ଯେତେବେଳେ ସବୁକିଛି ସୁଚାରୁ ରୂପେ ପରିଚାଳିତ ହେବ ପୁରୁଣା ପିଢି ଅବସର ନେଇ ନୂଆ ପିଢିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ଉଚିତ୍।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ। 'ଯେତେବେଳେ ସବୁକିଛି ସୁଚାରୁ ରୂପେ ପରିଚାଳିତ ହେବ ପୁରୁଣା ପିଢି ଅବସର ନେଇ ନୂଆ ପିଢିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ଉଚିତ୍। ସେମାନେ ନୂଆ ପିଢ଼ିଙ୍କୁ ଦାୟିତ୍ୱ ଦେବା ସହ ସେମାନଙ୍କ ମାର୍ଗଦର୍ଶନ କରିବା ଆବଶ୍ୟକ ।' ରବିବାର ମହାରାଷ୍ଟ୍ରର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡ଼କରୀ ଏହି ବୟାନ ଦେଇଛନ୍ତି।

ନାଗପୁରରେ ଆଡଭାଣ୍ଟେଜ୍ ବିଦର୍ଭ-ଖାସଦାର ଔଦ୍ୟୋଗିକ ମହୋତ୍ସବ ପୂର୍ବରୁ ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଡ଼କରୀ କହିଛନ୍ତି ଯେ, ଦେଶ ଏବଂ ସମାଜର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା । ବ୍ୟବସ୍ଥା ଠିକ୍ ଭାବେ ଚାଲିଲେ ପୁରୁଣା ପିଢ଼ି ନିଜେ ପଛକୁ ହଟିଯାଇ ଅନ୍ୟ କାମ କରିବା ଉଚିତ୍ । ପିଢ଼ିରେ ପରିବର୍ତ୍ତନ ସ୍ୱାଭାବିକ ଏବଂ ଜରୁରି ବୋଲି ସେ ପ୍ରକାଶ କରିଥିଲେ। 

ଆଡଭାଣ୍ଟେଜ୍ ବିଦର୍ଭ-ଖାସଦାର ଔଦ୍ୟୋଗିକ ମହୋତ୍ସବ ଫେବ୍ରୁଆରୀ ୬-୮ ତାରିଖ ଯାଏ ନାଗପୁରରେ ଆୟୋଜିତ ହେବ । ଭାରତର ଔଦ୍ୟୋଗିକ ମାନଚିତ୍ରରେ ବିଦର୍ଭକୁ ଏକ ମଜଭୁତ ଏବଂ ବିକାଶର କେନ୍ଦ୍ର ଭାବେ ସ୍ଥାପିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଗଡ଼କରୀ କହିଛନ୍ତି।

ଏହାସହ ପଢ଼ନ୍ତୁ: BJPରେ ଲେଖାଯିବ ନୂଆ ଇତିହାସ, ଆରମ୍ଭ ହେବ ନୂଆ ଅଧ୍ୟାୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୀତିନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆସନ୍ତାକାଲି ଔପଚାରିକ ଭାବେ ହେବ ଘୋଷଣା । ସେ ଜେପି ନଡ୍ଡାଙ୍କ ଠାରୁ ଦାୟିତ୍ବ ନେବେ । ଆଗାମୀ ଦିନରେ ପଶ୍ଚିମବଂଗ, ଆସାମ, କେରଳ ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଥିବାରୁ ଏହା ତାଙ୍କ ପାଇଁ ପ୍ରଥମ ଚ୍ୟାଲେଂଜ ହେବ । ଆଜି ନାମାଙ୍କନ ଦାଖଲ କଲେ ନୀତିନ ନବୀନ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ସରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନୀତିନ ନବୀନ ନାମାଙ୍କନ ଦାଖଲ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରସ୍ତାବକ ରହିଥିଲେ । କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ନିତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁଙ୍କ ଉପସ୍ଥିତିରେ ଦାଖଲ ହୋଇଛି ନାମାଙ୍କନ । ଏଥିସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପିର ତୁଙ୍ଗନେତାଙ୍କ ଦ୍ବାରା ମୋଟ୍ ୩୭ ସେଟ୍ ନାମାଙ୍କନ ପତ୍ର ଦାଖଲ ହୋଇଛି ।

ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କେବଳ ନିତିନ ନବୀନ ନାମାଙ୍କନ ଦାଖଲ କରିଥିବାରୁ ସେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଏନେଇ ଆସନ୍ତାକାଲି ବିଧିବଦ୍ଧ ଘୋଷଣା ହେବ । ଆସନ୍ତାକାଲି ବିଜେପି ମୁଖ୍ୟାଳୟରେ ଏକାଠି ହେବେ ୭ଶହ ପ୍ରତିନିଧି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଘୋଷଣା ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ । ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ନୀତିନ ନବୀଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା