Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୀବନରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲେ...ହେଲେ

Smruti Parija
Browse all articles by Smruti Parija
·2 years ago·2 min read
ଜୀବନରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲେ...ହେଲେ

ଭୁବନେଶ୍ୱର:  ବୟସ 80 ବର୍ଷ । ଜୀବନ ସରିଆସୁଥିବାବେଳେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଲେ ନାରାୟଣ ସିଂହ । ଘରେ ବନ୍ଧୁ ବାନ୍ଧବ ଜମା ହେଲେ । ଶୁଭେଚ୍ଛା ଦେଲେ । ଭଲ ଖାଇବା ପିଇବା ନାଚ ଗୀତ ବି ହେଲା । ବୟସର ଅପରାହ୍ନରେ ମନଖୋଲି ନାଚିଲେ ବୃଦ୍ଧା । ଏ ବୟସରେ ତାଙ୍କୁ କିଛି ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ପରିବାର ଲୋକେ ତାଙ୍କ ପାଇଁ ଧୁମଧାମ୍ ରେ ଆୟୋଜନ କରିଥିଲେ ।  ଖୁବ ଖୁସି ହୋଇଯାଇଥିଲେ ବୃଦ୍ଧା । ଆଉ ଖାଇ ପିଇ ଶାନ୍ତିରେ ଶୋଇପଡିଥିଲେ । ହେଲେ ସକାଳୁ ତାଙ୍କୁ ଯେତେ ଡାକିଲେ ସେ ଆଉ ଉଠିଲେନି । କାହିଁକି ନା ସେ ଚିର ନିଦ୍ରାରେ ଶୋଇପଡିଥିଲେ । 

ହଁ, ଦୁନିଆରେ ଏମିତି ଘଟଣା ବି ଘଟେ । ଯେଉଁ ଜୀବନ ପାଇଁ ଆମେ ଏତେ ସଂଘର୍ଷ କରୁଛେ । ଦିନ ରାତି ଭଲ ଜୀବନଟିଏ ବଞ୍ଚିବା ପାଇଁ ସ୍ୱପ୍ନ ଦେଖୁଛେ । କେତେ ରାଗ, କେତେ ରୁଷା...କେତେ ଲୋଭ, ଅହଂକାର । ହେଲେ ଆମେ ଏ ସବୁ ଭିତରେ ଭୁଲିଯାଏ ସେ ଜୀବନ କ୍ଷଣିକ ମାତ୍ର । ଜୀବନ ପାଣି ଫୋଟକା ଭଳି । କେଉଁ ମୁହୂର୍ତ୍ତରେ ବି ଆମ ସାଥ୍ ଛାଡିଦେବ । 
ଏ ଘଟଣା ହେଉଛି ମଧ୍ୟପ୍ରଦେଶର । 80 ବର୍ଷୀୟ ବୃଦ୍ଧା ହେଲେ ଖରଗୋନ୍ ର ପାହାଡସିଂପୁରା ଅଞ୍ଚଳର । ଭଦ୍ର ବ୍ୟକ୍ତି ଜଣକ ଜୀବନରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲେ । ରାତି 12 ଟାଏ ତାଙ୍କର ଜନ୍ମଦିନ ଉତ୍ସବ ଚାଲିଥିଲା । ଘରେ ଲୋକଙ୍କ ଗହଳି ଲାଗିଥିଲା । ବାଜା ବାଜିଲା, ଗୀତ ବାଜିଲା । କେକ୍ କଟାହେଲା । ସମସ୍ତେ ଖାଇ ପିଇ ଶୋଇବାକୁ ଗଲେ । ହେଲେ ରାତି 3ଟାରେ ଅଚାନକ ବୃଦ୍ଧଙ୍କୁ ହୃଦଘାତ ଆସିଥିଲା । ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପହଞ୍ଚିବା ପରେ ସମସ୍ତେ ଏକତ୍ରିତ ହୋଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । 

ବୟସ 80 ବର୍ଷ ସତ୍ତ୍ୱେ ବି ସେ ସୁସ୍ଥ ଥିଲେ । ପ୍ରତିଦିନ ସକାଳ 6ରେ ଯୋଗ କରୁଥିଲେ । ହେଲେ ମୃତ୍ୟୁ ଏମିତି ଆସିବ କେହି ଭାବିନଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
old-man-celebrated-his-birthday-first-time-after-80-years-danced-jumped-and-then-said-goodbye | Argus News