Old Currency Notes / ଜୁଲାଇ ୧ ତାରିଖରୁ ବନ୍ଦ ହେବ ପୁରୁଣା ନୋଟ୍ ! ଜାଣିବା କଣ କହିଲେ ସରକାର?
·2 months ago·2 min read

Key Points
ଜୁଲାଇ ୧ ତାରିଖରୁ ବନ୍ଦ ହେବ ପୁରୁଣା ନୋଟ୍ !
ସୋସିଆଲ ମିଡିଆରେ ଏକ ପୋଷ୍ଟ ବେଶ୍ ଭାଇରାଲ
ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଫେକ୍
କୌଣସି ନୋଟ ବନ୍ଦ କରାଯାଇ ନାର୍ହି
ଆରବିଆଇ ଦେଲା ସ୍ପଷ୍ଟୀକରଣ
ସୋସିଆଲ ମିଡିଆରେ ଏକ ପୋଷ୍ଟ ବେଶ୍ ଭାଇରାଲ
ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଫେକ୍
କୌଣସି ନୋଟ ବନ୍ଦ କରାଯାଇ ନାର୍ହି
ଆରବିଆଇ ଦେଲା ସ୍ପଷ୍ଟୀକରଣ
ନୁଆଦିଲ୍ଲୀ,୨୯/୦୬: ଜୁଲାଇ ୧ ତାରିଖରୁ ବନ୍ଦ ହେବ ପୁରୁଣା ନୋଟ୍ ! ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ, ଆସନ୍ତା ୧ ଜୁଲାଇରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କାର ପୁରୁଣା ନୋଟ୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି କୌଣସି ମେସେଜ୍ ଆସିଛି, ତେବେ ସାବଧାନ ହୋଇଯାନ୍ତୁ। ଏହି ଖବର ପଛର ସତ୍ୟତା ଏବଂ ଏହା ଉପରେ ସରକାର କଣ ସ୍ପଷ୍ଟୀକରଣ ଦେଇଛନ୍ତି।
ଆସନ୍ତୁ ଜାଣିବା । ସୋସିଆଲ ମିଡିଆରେ ଯେଉଁ ପୋଷ୍ଟଟି ଭାଇରାଲ ହେଉଛି, ସେଥିରେ 'ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର'ର ଲୋଗୋ ଲାଗିଥିବା ଏକ ପୋଷ୍ଟର ଦେଖିବାକୁ ମିଳୁଛି । ସେହି ପୋଷ୍ଟରରେ ଲେଖାଯାଇଛି ଯେ, ୧ ଜୁଲାଇ ୨୦୨୬ରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କାର ପୁରୁଣା ନୋଟ୍ ବନ୍ଦ ହୋଇଯିବ । ତେବେ ଏଥିରେ ସମସ୍ତ ନୋଟ୍ ନୁହେଁ, ବରଂ ୨୦୦୫ ମସିହା ପୂର୍ବରୁ ପ୍ରିଣ୍ଟ ବା ଛପା ହୋଇଥିବା ନୋଟ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଦାବି କରାଯାଇଛି । ଏହା ସହିତ ଏହି ନିଷ୍ପତ୍ତି ଆରବିଆଇର ବୋଲି ମଧ୍ୟ କୁହାଯାଇଛି।
ପଢନ୍ତୁ ଏହି ଖବର: ଆଧାର କାର୍ଡ ଦେଖାଇବା ଦ୍ୱାରା ମାଗଣା ଏସି ମିଳୁଛି କି ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇରାଲ ଭିଡିଓର ସତ ଆସିଲା ସାମ୍ନାକୁ.
କ’ଣ ଏହି ଖବରର ସତ୍ୟତା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ନକଲି । ସରକାରଙ୍କ ସରକାରୀ ସଂସ୍ଥା ପ୍ରେସ୍ ଇନଫରମେସନ ବ୍ୟୁରୋ (PIB) ଏହି ଭାଇରାଲ ପୋଷ୍ଟର ଫ୍ୟାକ୍ଟ ଚେକ୍ କରି ସତ ସାମ୍ନାକୁ ଆଣିଛି । PIB ପକ୍ଷରୁ ଏକ୍ସ ଆକାଉଣ୍ଟରେ କୁହାଯାଇଛି ଯେ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ନାଁରେ ସେୟାର କରାଯାଉଥିବା ନୋଟିସ୍ ସମ୍ପୂର୍ଣ୍ଣ ଭୁଲ୍ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏଭଳି କୌଣସି ନୋଟିସ୍ ଜାରି କରିନାହିଁ । ଆରବିଆଇ ମଧ୍ୟ ସ୍ପଷ୍ଟ କରିଛି ଯେ, ୨୦୦୫ ପୂର୍ବରୁ ପ୍ରିଣ୍ଟ ହୋଇଥିବା ସମସ୍ତ ନୋଟ୍ ବଜାରରେ ସମ୍ପୂର୍ଣ୍ଣ ବୈଧ ରହିବ ଏବଂ ଏହାକୁ ବ୍ୟାନ୍ କରାଯାଉନାହିଁ । ସରକାର ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, ସୋସିଆଲ ମିଡିଆରେ ବ୍ୟାପୁଥିବା ଏଭଳି ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ କେବଳ ସରକାରୀ ବା ଅଧିକାରିକ ସୂତ୍ରରୁ ମିଳୁଥିବା ସୂଚନା ଉପରେ ହିଁ ଭରସା କରନ୍ତୁ । ଆପଣଙ୍କ ପାଖରେ ଥିବା ୧୦, ୨୦, ୫୦ କିମ୍ବା ୧୦୦ ଟଙ୍କାର ପୁରୁଣା ନୋଟ୍ ବନ୍ଦ ହେଉନାହିଁ । ଆପଣ ଏହାକୁ ବିନା କୌଣସି ଦ୍ୱିଧାରେ ବ୍ୟବହାର କରିପାରିବେ ।
Related Topics
Explore more stories