Videos
|
National

Celebrity Relationships / ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍‌ର ଏହି ତାରକା

Bikash Mohanty
Browse all articles by Bikash Mohanty
·3 hours ago·3 min read
ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍‌ର ଏହି ତାରକା
Bollywood Stars

Key Points

ବରିଷ୍ଠ ଅଭିନେତା କବୀର ବେଦୀଙ୍କ ବିବାହ ଜୀବନ ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଛି। ସେ ମୋଟ ଚାରି ଥର ବିବାହ କରିଥିଲେ। ପ୍ରଥମେ ପ୍ରୋତିମା ବେଦୀ, ପରେ ସୁଜାନ୍‌ ହମ୍ଫ୍ରିଜ୍‌ ଓ ତା'ପରେ ନିକି ବେଦୀଙ୍କୁ ବିବାହ କରିଥିଲେ। ଏହି
ମୁମ୍ବାଇ,୧୨/୧୧:  ବଲିଉଡ୍‌ର ଚମକଧମକ ଦୁନିଆରେ ଯେତିକି ଗ୍ଲାମର, ଫ୍ୟାନ୍ସଙ୍କ ଭଲପାଇବା ଓ ଲାଇମଲାଇଟ୍‌ ରହିଛି, ସେତିକି ରହିଛି ତାରକାମାନଙ୍କ ବ୍ୟକ୍ତିଗତ ଜୀବନର ଉତ୍ଥାନ-ପତନ। ପରଦାରେ ପ୍ରେମର ନୂଆ ପରିଭାଷା ଗଢ଼ୁଥିବା ଅନେକ ଅଭିନେତାଙ୍କ ବାସ୍ତବ ଜୀବନରେ ମଧ୍ୟ ସମ୍ପର୍କ ଭାଙ୍ଗିଛି, ବିବାହ ବିଚ୍ଛେଦ ହୋଇଛି। କିନ୍ତୁ ଅତୀତର ଅନୁଭୂତିକୁ ପଛରେ ପକାଇ ସେମାନେ ପୁଣିଥରେ ନିଜ ସଂସାର ଗଢିଛନ୍ତି। କେହି ତିନି ଥର ତ ଆଉ କେହି ଚାରି ଥର ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି।

1.ପବନ କଲ୍ୟାଣ: ତୃତୀୟ ବିବାହ କରିଛନ୍ତି

ସାଉଥ୍ ସୁପରଷ୍ଟାର୍ ପବନ କଲ୍ୟାଣ ଏବଂ ତାଙ୍କ ତୃତୀୟ ପତ୍ନୀ ଆନ୍ନା କୋନିଡେଲା। ଦୁହେଁ ୯,ନଭେମ୍ବର ୨୦୨୬ରେ ସେମାନଙ୍କର ଛାଡପତ୍ର ଘୋଷଣା କରିଥିଲେ। ଯାହା ଫଳରେ ସେମାନଙ୍କର ୧୩ ବର୍ଷର ବୈବାହିକ ଜୀବନ ଶେଷ ହୋଇଥିଲା। ଏହା ପରେ, ପବନ କଲ୍ୟାଣଙ୍କ ଚତୁର୍ଥ ବିବାହ ବିଷୟରେ ଗୁଜବ ଉଠିଛି। ହେଲେ ସେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

2. ଆମିର ଖାନ୍‌: ତୃତୀୟ ବିବାହକୁ ନେଇ ଚର୍ଚ୍ଚା

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ବିବାହ ଜୀବନ ମଧ୍ୟ ଖବରର ଶିରୋନାମା ପାଲଟିଛି। ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିବା ଆମିର ପରେ ନିର୍ଦ୍ଦେଶିକା କିରଣ ରାଓଙ୍କୁ ଜୀବନସାଥୀ କରିଥିଲେ। ଦୁଇ ସମ୍ପର୍କରେ ବିଚ୍ଛେଦ ପରେ ୨୦୨୬ ଜୁଲାଇ ୫ରେ ଗୌରୀ ସ୍ପ୍ରାଟ୍‌ଙ୍କୁ ତୃତୀୟ ବିବାହ କରିଥିବା ଖବର ସାମ୍ନାକୁ ଆସିଥିଲା।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
3. ସଞ୍ଜୟ ଦତ୍ତ: ତିନି ଥର ବିବାହ କରିଛନ୍ତି ସଞ୍ଜୁ ବାବା

ବଲିଉଡ୍‌ର ଖଳନାୟକରୁ ନାୟକ ସାଜିଥିବା ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କମ୍‌ ରୋଚକ ନୁହେଁ। ସେ ତିନି ଥର ବିବାହ କରିଛନ୍ତି। ୧୯୮୭ରେ ଅଭିନେତ୍ରୀ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ। ତେବେ ୧୯୯୬ରେ ରିଚାଙ୍କ ଦେହାନ୍ତ ହୋଇଥିଲା। ପରେ ୧୯୯୮ରେ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ଛାଡ଼ପତ୍ରରେ ଶେଷ ହୋଇଥିଲା। ୨୦୦୮ରେ ମାନ୍ୟତା ଦତ୍ତଙ୍କୁ ବିବାହ କରିବା ପରେ ଦୁହେଁ ଏବେ ଏକାଠି ଅଛନ୍ତି।

4. କବୀର ବେଦୀ: ଚାରି ଥର ବିବାହ, ୭୦ ବର୍ଷ ବୟସରେ ଚତୁର୍ଥ ବିବାହ

ବରିଷ୍ଠ ଅଭିନେତା କବୀର ବେଦୀଙ୍କ ବିବାହ ଜୀବନ ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଛି। ସେ ମୋଟ ଚାରି ଥର ବିବାହ କରିଥିଲେ। ପ୍ରଥମେ ପ୍ରୋତିମା ବେଦୀ, ପରେ ସୁଜାନ୍‌ ହମ୍ଫ୍ରିଜ୍‌ ଓ ତା'ପରେ ନିକି ବେଦୀଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କଗୁଡ଼ିକ ଭାଙ୍ଗିବା ପରେ ୨୦୧୬ରେ ୭୦ ବର୍ଷ ବୟସରେ ପରଭିନ୍‌ ଦୁସାଞ୍ଜଙ୍କୁ ଚତୁର୍ଥ ବିବାହ କରିଥିଲେ।

5.. ଚଳଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ତୃତୀୟ ବିବାହ କରିଛନ୍ତି

ଚଳଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ବିବାହ କରିବା ପରେ ଖୁସି ଜୀବନ ବିତାଉଛନ୍ତି। ବିଦ୍ୟା ପୂର୍ବରୁ ସିଦ୍ଧାର୍ଥ ତାଙ୍କ ପିଲାଦିନର ବନ୍ଧୁଙ୍କୁ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ବିବାହ ଜଣେ ଟେଲିଭିଜନ ପ୍ରଯୋଜକଙ୍କୁ ହୋଇଥିଲା। ଯାହାଙ୍କୁ ସେ ୨୦୧୧ ମସିହାରେ ଛାଡପତ୍ର ଦେଇଥିଲେ।

6. କରଣ ସିଂହ ଗ୍ରୋଭର: ତୃତୀୟ ବିବାହରେ ମିଳିଲା ପ୍ରେମ

ଟେଲିଭିଜନ୍‌ରୁ ବଲିଉଡ୍‌ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା କରଣ ସିଂହ ଗ୍ରୋଭର ମଧ୍ୟ ତିନି ଥର ବିବାହ କରିଛନ୍ତି। ପ୍ରଥମେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ମାତ୍ର ୧୦ ମାସ ମଧ୍ୟରେ ଏହି ସମ୍ପର୍କ ଭାଙ୍ଗିଯାଇଥିଲା। ପରେ ଟେଲିଭିଜନ୍‌ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌ଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ଶେଷରେ ୨୦୧୬ରେ ଅଭିନେତ୍ରୀ ବିପାଶା ବସୁଙ୍କ ହାତ ଧରିଥିଲେ। ଏବେ ଏହି ଦମ୍ପତିଙ୍କ ଏକ ଝିଅ ମଧ୍ୟ ଅଛି।

7. କିଶୋର କୁମାର: ଚାରି ଥର ବିବାହ କରିଥିଲେ

ବଲିଉଡ୍‌ର କିମ୍ବଦନ୍ତୀ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ସେ ଜୀବନରେ ଚାରି ଥର ବିବାହ କରିଥିଲେ। ପ୍ରଥମେ ରୁମା ଗୁହା ଠାକୁରତାଙ୍କୁ ବିବାହ କରିଥିବା କିଶୋର ପରେ ଅଭିନେତ୍ରୀ ମଧୁବାଲାଙ୍କ ହାତ ଧରିଥିଲେ। ମଧୁବାଲାଙ୍କ ଦେହାନ୍ତ ପରେ ସେ ଯୋଗିତା ବାଲିଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ ମଧ୍ୟ ବେଶି ଦିନ ତିଷ୍ଠି ନଥିଲା। ଶେଷରେ ୧୯୮୦ରେ ଲୀନା ଚନ୍ଦାଭରକରଙ୍କୁ ବିବାହ କରିଥିଲେ। ୧୯୮୭ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦୁହେଁ ଏକାଠି ରହିଥିଲେ।

ଏହି ତାରକାମାନଙ୍କ ଜୀବନ କାହାଣୀରୁ ଗୋଟିଏ କଥା ସ୍ପଷ୍ଟ ଯେ ସେଲିବ୍ରିଟିଙ୍କ ଜୀବନ କେବଳ ଗ୍ଲାମର ଓ ଚମକଧମକରେ ସୀମିତ ନୁହେଁ। ସେମାନଙ୍କ ଜୀବନରେ ମଧ୍ୟ ରହିଛି ସମ୍ପର୍କର ଜଟିଳତା, ବ୍ୟକ୍ତିଗତ ନିଷ୍ପତ୍ତି ଓ ନୂଆ ଆରମ୍ଭର କାହାଣୀ।