Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...PMଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର

National

ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...PMଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର

Smruti Parija
Browse all articles by Smruti Parija
·1 year ago·2 min read
ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...PMଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର

ଅର୍ଗସ ବ୍ୟୁରୋ: ସଫଳତା ପରେ ଅଟକି ଯାଅନି, ବିଫଳତା ପରେ ହତାଶ ବି ହୁଅନି । ଅଭ୍ୟାସ ଜାରି ରଖ, ପରିଶ୍ରମ କରି ଚାଲ । ସଫଳତା ଆପେ ଆପେ ଆସିବ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଭେଟି ଏମିତି କିଛି ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି । ସମସ୍ତଙ୍କ ସହ ଆଲୋଚନା କଲେ, ପିଠି ଥାପୁଡ଼େଇ ସାବାସୀ ଦେଲେ, ପ୍ରେରଣା ଯୋଗାଇଲେ । ଗୁରୁବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅଲିମ୍ପିଆନମାନଙ୍କ ସହ ସାକ୍ଷାତର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢ଼ାଇଛନ୍ତି ମୋଦି । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।

ସେହିପରି ରେସଲର ଅମାନ ଶେରାୱତ ଏବଂ ହକି ଲିଜେଣ୍ଡ ପିଆର୍‌ ଶ୍ରୀଜେଶ ପ୍ରଧାନମନ୍ତ୍ରୀଙ୍କୁ ଜର୍ସି ଦେଇଥିଲେ । ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦସ୍ତଖତ ଥିଲା । ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ତାଙ୍କ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ । ସଟଲ୍ ସେନସେସନ ଲକ୍ଷ୍ୟ ସେନ ପିଏମ୍ ମୋଦିଙ୍କୁ ଦେଇଥିଲେ ଏକ ରାକେଟ୍ ଉପହାର । 

ଖେଳାଳିମାନଙ୍କ ଠାରୁ ଅଲିମ୍ପିକ୍ସର ଅନୁଭୂତି ପଚାରି ବୁଝିଥିଲେ ପିଏମ୍ । ବିଶେଷ କରି ହକି ଖେଳାଳି ୫୨ ବର୍ଷ ପରେ ଦୋହରାଇଥିବା କାରନାମାକୁ ହୃଦୟଖୋଲା ପ୍ରଶଂସା କରିଛନ୍ତି । ଭିନେଶ ଫୋଗଟଙ୍କ ସଫଳତାକୁ ପ୍ରଶଂସା କରିବା ସହ ଫାଇନାଲରେ ପହଞ୍ଚି ସେ ଇତିହାସ ରଚିଥିବା କହିଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପ୍ୟାରିସରେ କମାଲ କରି ଓଡ଼ିଶା ଫେରିଛନ୍ତି ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡ଼ା ଓ ଉପଢୌକନ ଦେଇ ଅଭ୍ୟର୍ଥନା କରିଛନ୍ତି । ଏହି ଅବସରରେ ଅମିତ ରୋହିଦାସ ମଧ୍ୟ ଭାରତୀୟ ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ଏବଂ ପ୍ୟାରିସରୁ ଆଣିଥିବା ମାସ୍କଟକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଅମିତ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।  

ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସ ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତିଛନ୍ତି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ । ଆଉ ଅଲିମ୍ପିକ୍ସରେ ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଥିସହ ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଦେବେ ମୋହନ ସରକାର ।

ଆହୁରି ପଢନ୍ତୁ କ୍ରୀଡା ଖବର...

Sponsored
olympics-players-share-their-experience-with-pm-modi | Argus News