Videos
|
National

Jammu Kashmir / ଉମର ଅବଦୁଲ୍ଲା ସରକାର ପାଇଁ ବଢ଼ିଲା ଅଡୁଆ, ୨୫ ବିଧାୟକଙ୍କ ୧୪ ଦିନିଆ ଅଲ୍ଟିମେଟମ୍

Sushanta Sahoo
Browse all articles by Sushanta Sahoo
·47 mins ago·2 min read
ଉମର ଅବଦୁଲ୍ଲା ସରକାର ପାଇଁ ବଢ଼ିଲା ଅଡୁଆ, ୨୫ ବିଧାୟକଙ୍କ ୧୪ ଦିନିଆ ଅଲ୍ଟିମେଟମ୍
NC MLAs Warn Omar Abdullah

Key Points

  • ଉମର ଅବଦୁଲ୍ଲା ସରକାରକୁ ୨୫ ବିଧାୟକଙ୍କ ୧୪ ଦିନିଆ ଅଲ୍ଟିମେଟମ୍
  • ସମସ୍ତ ମନ୍ତ୍ରୀଙ୍କୁ ହଟାଇ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଦାବି
  • ନଭେମ୍ବର ୩ରେ ଦଳ ଓ ସାଂସଦ ପଦ ଛାଡ଼ିବାକୁ ଆଗା ରୁହୁଲ୍ଲାଙ୍କ ଘୋଷଣା
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଉମର ଅବଦୁଲ୍ଲା ସରକାରକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିଛି । ଶାସକ ଦଳ ନ୍ୟାସନାଲ କନଫରେନ୍ସ (NC)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ଦଳର ନେତୃତ୍ୱକୁ ୧୪ ଦିନର ଅଲ୍ଟିମେଟମ୍ ଦେଇଛନ୍ତି । ଏହି ସମୟ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ସରକାରରୁ ସମର୍ଥନ ଫେରାଇ ନେବାକୁ ବିଧାୟକମାନେ ଚେତାବନୀ ଦେଇଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ଅସନ୍ତୁଷ୍ଟ ବିଧାୟକମାନେ ଦଳରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି । ସମସ୍ତ ବର୍ତ୍ତମାନର ମନ୍ତ୍ରୀଙ୍କୁ ପଦରୁ ହଟାଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ମଧ୍ୟ ହଟାଇବାକୁ ଦାବି କରିଛନ୍ତି ।

କ’ଣ ରହିଛି ବିଧାୟକଙ୍କ ଦାବି ?

ଅସନ୍ତୁଷ୍ଟ ବିଧାୟକମାନେ ଚାହୁଁଛନ୍ତି ଯେ, ମନ୍ତ୍ରୀ ଚୟନ ସମୟରେ କେବଳ କିଛି ନେତାଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ନଦେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରାଯାଉ । ଯୋଗ୍ୟତା ଆଧାରରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନାସିର ଅସଲମ ୱାନିଙ୍କ ସହ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଇବାକୁ ମଧ୍ୟ ଦାବି ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନୁହେଁ, ଦଳର ନିର୍ବାଚନୀ ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାକୁ ଅସନ୍ତୁଷ୍ଟ ବିଧାୟକମାନେ ଚାହୁଁଛନ୍ତି । ଯଦି ୧୪ ଦିନ ମଧ୍ୟରେ ସେମାନଙ୍କ ଦାବି ଉପରେ ଠୋସ୍ ପଦକ୍ଷେପ ନିଆନଯାଏ । ତେବେ ବିଧାୟକମାନେ ରାଜଭବନ ଯାଇ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିବାକୁ ଏକ ପ୍ରକାର ଚେତାବନୀ ଦେଇଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ୨୦୨୭ ନିର୍ବାଚନ ପୂର୍ବରୁ AAP ଛାଡ଼ିଲେ ପଞ୍ଜାବର ୨ ବିଧାୟକ 

ଇସ୍ତଫା ଦେବେ ଆଗା ସୟଦ ରୁହୁଲ୍ଲା ?

ରାଜନୈତିକ ଟଣା ଓଟରା ଭିତରେ ଶ୍ରୀନଗରର ଲୋକସଭା ସାଂସଦ ଆଗା ସୟଦ ରୁହୁଲ୍ଲା ମେହଦୀଙ୍କ ଘୋଷଣା ମଧ୍ୟ ନ୍ୟାସନାଲ କନଫରେନ୍ସ ପାଇଁ ଚିନ୍ତା ବଢ଼ାଇଛି । ସେ ନଭେମ୍ବର ୩ରେ ଦଳ ଏବଂ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଦଳର ଆଭ୍ୟନ୍ତରୀଣ ଅସନ୍ତୋଷ ସହ ତାଙ୍କ ଘୋଷଣା ନେତୃତ୍ୱ ପାଇଁ ଆଉ ଏକ ଚ୍ୟାଲେଞ୍ଜ ହୋଇଛି ।

ଭାଙ୍ଗିଯିବ ସରକାର !

ଜମ୍ମୁ-କାଶ୍ମୀର ବିଧାନସଭାରେ ମୋଟ ୯୦ଟି ଆସନ ରହିଛି । ଏଥିରୁ ନ୍ୟାସନାଲ କନଫରେନ୍ସର ୪୧ ଜଣ ବିଧାୟକ ଅଛନ୍ତି । ଯଦି ୨୫ ଜଣ ବିଧାୟକ ଏକାଠି ହୋଇ ସରକାରରୁ ସମର୍ଥନ ଫେରାଇ ନିଅନ୍ତି, ତେବେ ଉମର ଅବଦୁଲ୍ଲା ସରକାରର ବହୁମତ ଉପରେ ବଡ଼ ପ୍ରଭାବ ପଡ଼ିପାରେ ।

ଏବେ ଦଳର ନେତୃତ୍ୱ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଏବଂ ଦଳରେ ବିଦ୍ରୋହ ରୋକିବା । ଆଗାମୀ ୧୪ ଦିନ ଜମ୍ମୁ-କାଶ୍ମୀରର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।