Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜାମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

National

ଜାମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

ଅର୍ଗସ ବ୍ୟୁରୋ:  ଜାମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଓମାର ଅବଦୁଲ୍ଲା । ଶ୍ରୀନଗରର ଶେର ଇ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଏହି ଶପଥ ଗ୍ରହଣ ସମାରୋହ ହେବ । ନ୍ୟାସନାଲ କନଫରନ୍ସର ଉପ ସଭାପତି ଥିବା ଓମାର ଅବଦୁଲ୍ଲା କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ ମନ୍ତିମଣ୍ଡଳର ୮ଜଣ ସଦସ୍ୟ ଶପଥ ନେବେ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ଓମାର ଅବୁଦଲ୍ଲାଙ୍କୁ ୪୨ଜଣ ନ୍ୟାସନାଲ କନଫରେନ୍ସ, ୬ କଂଗ୍ରେସ, ଚାରି ସ୍ବାଧୀନ ବିଧାୟକ ଓ ଜଣେ ସିପିଆଇଏମ୍ ବିଧାୟକଙ୍କ ସମର୍ଥନ ରହିଛି ।

ଶପଥ ଗ୍ରହଣ ଉତ୍ସବରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଷ ଯାଦବ, ଏନସିପି ଶରଦ ପାଓ୍ବାର ଗୋଷ୍ଠୀ ନେତା ସୁପ୍ରିୟା ସୁଲେ, ଡିଏମକେ ସାଂସଦ କାନିମୋଇ ଓ ସିପିଆଇର ଡି. ରାଜା ସାମିଲ ହେବେ । ନ୍ୟାସନାଲ କନଫେରନ୍ସ,  ପୂର୍ବରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓମାର ଅବଦୁଲ୍ଲା  ଜମ୍ମୁ ଓ କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Omar Abdullah to take oath as Jammu and Kashmir CM today | Argus News