ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଶୁଭିଲା ଚିତ୍କାର

ଅର୍ଗସ ବ୍ୟୁରୋ:ତାମିଲନାଡୁରେ ଏପରି ଏକ ଘଟଣା ଘଟିଛି ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଆଉ ଯାହାର ଚର୍ଚ୍ଚା ସବୁଆଡେ ଲାଗି ରହିଛି । କିଛି ପିଲାମାନେ କ୍ରିକେଟ ଖେଳୁଥିଲେ ।ତେବେ ଖେଳୁଥିବା ସମୟରେ ସେମାନଙ୍କର ବଲ ପାଖରେ ଥିବା ଏକ ବନ୍ଦ ଘରେ ପଡିଯାଇଥିଲା । ପିଲାମାନେ ସେମାନଙ୍କର ବଲ ଖୋଜିବା ପାଇଁ ସେ ଘରେ ଯାଇ ପହଚିଂଥିଲେ ତା'ପରେ ଯାହା ଦେଖିଥିଲେ ତାହା ଆପଣ ବି ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ଯେତେବେଳେ ପିଲାମାନେ ସେମାନଙ୍କ ବଲ ଖୋଜୁଥିବା ଘରେ ପହଞ୍ଚିଲେ ସେମାନେ ଚିତ୍କାର କରିବାକୁ ଲାଗିଲେ ।ସେହି ବନ୍ଦ ଘରର ସେପ୍ଟିକ୍ ଟ୍ୟାଙ୍କରେ ଏକ କଙ୍କାଳ ଦେଖିବାକୁ ମିଳିଥିଲା । ପିଲାମାନେ ସେମାନଙ୍କ ପରିବାର ସମସ୍ତଙ୍କୁ ଏବଂ ଗ୍ରାମବାସୀଙ୍କୁ ଏହା ଜଣାଇଥିଲେ। ଏହା ପରେ ସେଠାରେ ଅନେକ ଲୋକ ପହଚିଂଥିଲେ। ଏହି ସୂଚନା ତୁରନ୍ତ ସ୍ଥାନୀୟ ପୋଲିସକୁ ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ମାମଲାର ତଦନ୍ତ ଆରମ୍ଭ ହୋଇଥିଲା
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କଙ୍କାଳ ଜଣେ ମହିଳାଙ୍କର ଅଟେ। ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଛି। ଆହୁରି ମଧ୍ୟ ଗତ କିଛି ଦିନ କିମ୍ବା ସପ୍ତାହ ମଧ୍ୟରେ କେହି ନିଖୋଜ ହୋଇଯାଇଛନ୍ତି କି ନାହିଁ, ଯାହାର ଚିହ୍ନ ଏପର୍ଯ୍ୟନ୍ତ ମିଳିନାହିଁ ତାହା ଜାଣିବା ପାଇଁ ଚେଷ୍ଟା କରାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର