Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ଦୁଷ୍କର୍ମ : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କୋଲକତା ଦୁଷ୍କର୍ମ : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

Key Points

  • କୋଲକତା ଦୁଷ୍କର୍ମ : ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌
  • ଭିଡିଓ ସ୍ପଷ୍ଟ କଲା ଅଧ ରାତିରେ ମେଡ଼ିକାଲରେ ପଶିଥିଲା ସଂଜୟ
  • ଏବେ ସିବିଆଇ ହେପାଜତରେ ମୁଖ୍ୟ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ : ସାମ୍ନାକୁ ଆସିଲା କୋଲକତା ଦୁଷ୍କର୍ମ ମାମଲାର ସିସିଟିଭି ଫୁଟେଜ । କେମିତି ଅଧ ରାତିରେ ମେଡ଼ିକାଲ ଭିତରେ ଅଭିଯୁକ୍ତ ସଂଜୟ ପଶୁଛି ତାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି କି, ମେଡ଼ିକାଲରେ ପ୍ରବେଶ ବେଳେ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ସହିତ କାନରେ ଇୟର ଫୋନ୍‌ ବି ଦେଇଛି । ଯାହା ଏବେ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ସମୟ ଦିନ ୧ଟାଏ ୦୩ । ଅଧ ରାତିରେ ପାପ କରିବାକୁ ମେଡ଼ିକାଲରେ କିଛି ଏମିତି ଢଙ୍ଗରେ ପଶିଥିଲା ସଂଜୟ । ପୂର୍ବରୁ ପର୍ଣ୍ଣ ଭିଡିଓ ଦେଖିଥିବାରୁ ମନ୍ଦ ଉଦ୍ଦେଶ୍ୟ ତା ମନରେ ଉଙ୍କି ମାରୁଥିଲା । ସେଇଥି ଲାଗି ତ ସେମିନାର ହଲରେ ଏକା ଥିବା ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରି ଅତି ନୃଶଂସ ଭାବରେ ହତ୍ୟା କରିବାକୁ ସେ ପଛାଇ ନଥିଲା । ହତ୍ୟା ପୁଣି କରିଥିଲା ଅତି ନୃଶଂସ ଭାବରେ । ଯାହା ପୋଷ୍ଟମର୍ଟମ ରିପୋର୍ଟ ହିଁ ବୟାନ କରିଛି ।

କୋଲକତା ଦୁଷ୍କର୍ମକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । କାରଣ ସଂଜୟର କାର୍ଯ୍ୟକଳାପ ପ୍ରଥମରୁ ହିଁ ଖରାପ ଥିଲା । ଯେମିତିକି ତଦନ୍ତରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସଞ୍ଜୟ ରୀତିମତ ଭାବେ ଦେହଜୀବୀମାନଙ୍କ ନିକଟକୁ ଯାଏ । ଏମିତିକି ଅଗଷ୍ଟ ୮ ତାରିଖ ରାତିରେ ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗାଛିକୁ ସଂଜୟ ଯାଇଥିଲା । ସେଠାରେ ମଦ୍ୟପାନ କରିବା ସହ ଜଣକ ପରେ ଜଣେ କରି ସେ ଦୁଇ ଦେହଜୀବୀଙ୍କ ସହ ସମୟ ବି ବିତାଇଥିଲା । ସେତିକିରେ ମନଶାନ୍ତି ହେଲାନି ଯେ ମେଡ଼ିକାଲରେ ପଶି ମହିଳା ଡାକ୍ତରଙ୍କୁ କଲା ଦୁଷ୍କର୍ମ ଓ ହତ୍ୟା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ପ୍ରକୃତି ତା'ର ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । କୋଲକାତାର ଆରଜି କର୍ ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହାର ଚରିତ୍ର ଖାତାର ପୃଷ୍ଠା ଗୁଡ଼ିକ ଯେମିତି ଲେଉଟିବାକୁ ଲାଗିଲାଣି । ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା ।ଖାଲି ଏତିକି ନୁହେଁ, ସେ ଜଣେ ପଶୁ ପ୍ରବୃତିର । ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ ଗୋଟି ଗୋଟି ବଖାଣିଛି । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । 
 


 

Sponsored
Kolkata Rape-Murder Accused | Argus News