Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତାରେ ପୂଜାର ଅନ୍ତିମ ଦିନରେ ମାଆଙ୍କୁ ଦିଆଯାଇଛି ବିଦାୟ

Ritu Das
Browse all articles by Ritu Das
·1 year ago·1 min read
କୋଲକାତାରେ ପୂଜାର ଅନ୍ତିମ ଦିନରେ ମାଆଙ୍କୁ ଦିଆଯାଇଛି ବିଦାୟ

ଅର୍ଗସ ବ୍ୟୁରୋ: ସରିଛି ପାର୍ବଣର ମହାପର୍ବ । ଅନ୍ତିମ ଦିନରେ ସମୟ ଆସିଛି ଦେବୀଙ୍କୁ ବିଦାୟ ଦେବାର । କୋଲକାତାର ଗଙ୍ଗା ଘାଟରେ ଲାଗିଛି ଗୋଟିଏ ପରେ ଗୋଟିଏ ମେଢ଼ । ମାଆଙ୍କୁ ବିଦାୟ ଦେବା ପୂର୍ବରୁ ସିନ୍ଦୂର ଖେଳିଛନ୍ତି ମହିଳାମାନେ । ପୂଜାର ଏକ ନିଆରା ପରମ୍ପରା ସିନ୍ଦୂର ଖେଳ  । ଏ ଦୃଶ୍ୟ ହେଉଛି କୋଲକାତା ବାରାକ ବାଡ଼ିର । ଏଠି ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଝିଅ ବୋଲି ମାନନ୍ତି । ଝିଅ ଶାଶୁ ଘରକୁ ଗଲା ଭଳି ପରସ୍ପର ପରସ୍ପରକୁ ସିନ୍ଦୁର ବୋଳି ମା’ଙ୍କୁ ମେଲାଣି ଦେଇଥାଆନ୍ତି। ବଙ୍ଗୀୟ ମହିଳାମାନେ ମା’ଙ୍କୁ ପାନ ପତ୍ରରେ ସିନ୍ଦୂର ଲଗାଇବା ପରେ ଢାକ୍ ବାଦ୍ୟର ତାଳେ ତାଳେ ଝୁଣା ଓ ନୈବେଦ୍ୟ ଲଗାଇ ପରସ୍ପରକୁ ସିନ୍ଦୁର ଲଗାଇ ମା’ଙ୍କୁ ଦେଇଛନ୍ତି ମେଲାଣି । 

ଆଜି ପୂଜାର ଅନ୍ତିମ ଦିନରେ ପାରମ୍ପରିକ ବାଜା ବଜାଇ ବିରାଟ ପଟୁଆର ସହ ଗଙ୍ଗା ଘାଟରେ ମାଆଙ୍କୁ ମେଲାଣି ଦେଇଛନ୍ତି । ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ । ଆତସବାଜି, ଢୋଲ, ମାର୍ଦ୍ଦଳ, ଘଣ୍ଟ, ଘଣ୍ଟା ସହ ନାଚ ଗୀତର ରୋଷଣୀରେ ଭକ୍ତମାନେ ମା’ଙ୍କୁ ବିଦାୟ ଦେଇଛନ୍ତି । 
ସରିଲା ଦଶହରା । ମେଲାଣି ନେଲେ ମା’ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଅପେକ୍ଷା ଆରବର୍ଷକୁ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the final | Argus News