Videos
|
National

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ଭବ୍ୟ ଅଯୋଧ୍ୟା ନଗରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ଭବ୍ୟ ଅଯୋଧ୍ୟା ନଗରୀ

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ଭବ୍ୟ ଅଯୋଧ୍ୟା ନଗରୀ
ଆଜିଠାରୁ 3 ଦିନିଆ ଉତ୍ସବର ହେଲା ଶୁଭାରମ୍ଭ
3 ଘଣ୍ଟା ବେଦପାଠ, 6 ଲକ୍ଷ ଥର ଜପ ଜୟ ଶ୍ରୀରାମ ମନ୍ତ୍ର
ରାମଚରିତ ମାନସ ସହ ହନୁମାନ ଚାଳିଶା ପାଠ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପସ୍ଥିତିରେ ହେଲା ରାମଲାଲାଙ୍କ ଅଭିଷେକ


ଅର୍ଗସ ବ୍ୟୁରୋ : ରାମଙ୍କ ଭୂଇଁରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ବହୁ ସାଧୁ ସନ୍ଥଙ୍କ ସହ ଶ୍ରଦ୍ଧାର ସୁଅରେ ସାମିଲ ହୋଇଛି ଅର୍ଗସ୍ ଟିମ୍ । ଅଯୋଧ୍ୟାରେ ପୁଣି ବର୍ଷକ ତଳର ଚିତ୍ର । ରାମନାମରେ ଚର୍ତୁଦିଗ ପ୍ରକମ୍ପିତ । ଉଠୁଛି ଭକ୍ତିର ଜୁଆର। ସେହିଭଳି ଭବ୍ୟ ସାଜସଜ୍ଜା, ସେହିଭଳି ଦିବ୍ୟ ପରିବେଶ । ଅଗଣିତ ସାଧୁ ସନ୍ଥ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ସମସ୍ତଙ୍କ ମୁହଁରେ ଜୟ ଶ୍ରୀରାମ।

ବର୍ଷକ ତଳେ ଶତାବ୍ଦୀ ଶତାବ୍ଦୀ ଅପେକ୍ଷାର ହୋଇଥିଲା ଅନ୍ତ। ପୌଷ ମାସ ଶୁକ୍ଳପକ୍ଷ ଅଭିଜିତ ମୁହୂର୍ତ୍ତ ମୃଗଶିରା ନକ୍ଷତ୍ର, ୨୦୨୪ ମସିହା ଜାନୁଆରୀ 22 ତାରିଖରେ ଅଯୋଧ୍ୟାର ବିଶାଳ ରାମ ମନ୍ଦିରରେ ହୋଇଥିଲା ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା । ଆଜି ପୁଣି ସେହି ତିଥି। ରାମଲାଲାଙ୍କ ପ୍ରତିଷ୍ଠା ଦ୍ୱାଦଶୀରେ ଭକ୍ତିମୟ ହୋଇଛି ଅଯୋଧ୍ୟା ନଗରୀ ।

ପ୍ରାଣପ୍ରତିଷ୍ଠାର ସ୍ବନକ୍ଷତ୍ର ଅବସରରେ ରାମମନ୍ଦିରରେ ହୋଇଛି ସ୍ବତନ୍ତ୍ର ପୂଜାର ଆୟୋଜନ । ସକାଳ 8ଟାରୁ 11ଟା ଯାଏଁ 3 ଘଣ୍ଟା ଯାଏଁ ହେଲା ବେଦ ପାଠ ।ଏଥିସହ ଅହରହ ଜପ ଚାଲିଥିଲା ଶ୍ରୀରାମ ମନ୍ତ୍ର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲେ ରାମଲାଲାଙ୍କ ଅଭିଷେକ ।

ଅପରାହ୍ନ 2ଟାରୁ 3ଟା ଯାଏଁ ରାମ କଥା ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଏଥିସହ ହନୁମାନ ଚାଳିଶା ଓ ରାମଚରିତ ମାନସ ବି ପାଠ କରାଗଲା। ରାମଲାଲାଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଲତାଚୌକରୁ ରାମଜନ୍ମଭୂମି ପର୍ଯ୍ୟନ୍ତ ଗାଡ଼ି ଚଳା ଚଳ ବନ୍ଦ ରଖାଯାଇଛି । ଆଜିଠାରୁ 13 ତାରିଖ ଯାଏଁ 3ଦିନ ଚାଲିବ ପ୍ରାଣପ୍ରତିଷ୍ଠା ସ୍ବନକ୍ଷତ୍ର ଉତ୍ସବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ ସାମିଲ ହେଉଛନ୍ତି କଳା ଓ ସଂଗୀତ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
On the first anniversary of Ramlala's prana pratistha , the city of Ayodhya was celebrated | Argus News