Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

National

ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

Ritu Das
Browse all articles by Ritu Das
·1 year ago·1 min read
ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

ଅର୍ଗସ ବ୍ୟୁରୋ: ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ହେଉଥିବା ପବିତ୍ର ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହୋଇସାରିଛି । ଏହି ଯାତ୍ରାର ପ୍ରଥମ ଦିନ ପାଖାପାଖି ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି । ଜାମ୍ମୁରୁ ଶନିବାର ଦିନ ୨୦୦ ଗାଡିର ଦ୍ୱିତୀୟ ବ୍ୟାଚ୍ ପହଲଗାମ ଏବଂ ବାଲଟାଲ ପହଞ୍ଚି ସାରିଛି । ଏହି ଟ୍ରିପରେ ପାଖାପାଖି ୪ହଜାରରୁ ଅଧିକ ଯାତ୍ରୀ ଅଛନ୍ତି । ସମସ୍ତ ଶ୍ରଦ୍ଧାଳୁ ପ୍ରଶାସନର ବ୍ୟବସ୍ଥାରେ ଖୁସି ନଜର ଆସିଥିବା ବେଳେ ଭିଡ ପାଇଁ ସମସ୍ୟା ଦେଖାଦେଇଛି। 

ବାବା ବର୍ଫାନୀ ପର୍ଯ୍ୟନ୍ତ ଯାଉଥିବା ଦୁଇ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦକ୍ଷିଣ କାଶ୍ମୀରର ହିମାଳୟର ପାହାଡରେ ୩ ହଜାର ୮୮୦ ମିଟରର ଉଚ୍ଚତାରେ ଅବସ୍ଥିତ ବାବାଙ୍କ ଗୁମ୍ଫା ମନ୍ଦିରର ୫୨ ଦିନର ଯାତ୍ରା ଦୁଇ ମାର୍ଗରେ ଯାତ୍ରା ହେବ । ଅମରନାଥ ଯାତ୍ରାରେ ସୁରକ୍ଷାର ଦାୟିତ୍ୱ ସିଆଏପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ଦିଆଯାଇଛି । ଜାମ୍ମୁଠାରୁ କାଶ୍ମୀର ପୁଣି ଅନନ୍ତନାଗ ଗୁମ୍ଫା ଏବଂ ଅନନ୍ତନାଗରୁ ବାଲଟାଲ ପର୍ଯ୍ୟନ୍ତ ସିକ୍ୟୁରିଟି ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the first day of | Argus News