ମାସର ପ୍ରଥମ ଦିନ ୯୧ ହଜାର ପାର୍ କଲା ସୁନା ଦର, ରୂପା ଦର ଲକ୍ଷେ ପାର

ଚଳିତ ମାସରେ ବିବାହ ସିଜନ ଆରମ୍ଭ ହେବ। ଏହି ସମୟରେ ସୁନା ଏବଂ ରୂପା ଦରର ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଘଟିବା ସମସ୍ତ ଚିନ୍ତାର କାରଣ ସାଜିଛି। ଆଜିଠୁ ଆରମ୍ଭ ହେଲା ଏପ୍ରିଲ ମାସ। ଆଜି ସୁନା ଦର ବୃଦ୍ଧି ଘଟିବା ଦେଖିବାକୁ ମିଳିଛି। ଘରୋଇ ବଜାରରେ ସୁନାର ମୂଲ୍ୟରେ ବୃଦ୍ଧି ହେବା ଦେଖିବାକୁ ମିଳିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ମାର୍ଚ୍ଚ ମାସର ଆରମ୍ଭରେ ୩ ମାର୍ଚ୍ଚରେ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା। ଏହା ୧୦ ଗ୍ରାମ ପିଛା ୮୫ ହଜାର ୨୦ ଟଙ୍କା ଥିଲା। ହେଲେ ଏହାପରେ ସୁନାର ମୂଲ୍ୟରେ ଲଗାତାର ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ଏହାର ମୂଲ୍ୟ ୮୯ ହଜାର ୧୬୦ ଟଙ୍କା ୧୦ ଗ୍ରାମ ପିଛା ପହଞ୍ଚିଯାଇଛି। ଏଠାରେ ଗତ ମାସରେ ସୁନା ସମୁଦାୟ ୪ ହଜାର ୧୪୦ ଟଙ୍କା ବଢିଯାଇଛି।
୨୪ କ୍ୟାରେଟ୍ ସୁନା ଦର: ୧୦ ଗ୍ରାମକୁ ୯୧,୯୨୦ ଟଙ୍କା
୨୨ କ୍ୟାରେଟ୍ ସୁନା ଦର: ୧୦ ଗ୍ରାମକୁ ୮୪,୨୬୦ ଟଙ୍କା
📱 Get Argus News App
✨୧୮ କ୍ୟାରେଟ୍ ସୁନା ଦର: ୧୦ ଗ୍ରାମକୁ ୬୮,୯୫୦ ଟଙ୍କା
ରୂପା ଦର: ସୁନା ସହ ରୂପା ଦରରେ ମଧ୍ୟ ଖୁବ ବୃଦ୍ଧି ଘଟିଛି। ଏହି ମାସରେ ରୂପା ମୂଲ୍ୟ ହାରାହାରି ୧,୦୩,୯୦୦ ଟଙ୍କାରେ ପହଞ୍ଚିଛି। ଆଜି ଭୁବନେଶ୍ୱରରେ ରୂପା ଦର କିଲୋଗ୍ରାମ ପିଛା ୧,୧୨,୯୦୦ ଟଙ୍କା ରହିଛି।