ସପ୍ତଦଶ ଲୋକସଭାର ଶେଷ ଦିନରେ ସଂସଦରେ ରାମ ମନ୍ଦିର ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ପୂରଣ ହୋଇଛି ଶତାବ୍ଦୀର ସଂକଳ୍ପ । ବିଶ୍ବଗୁରୁ ମାର୍ଗରେ ଭାରତ । 17 ତମ ଲୋକସଭା ଅଧିବେଶନର ଶେଷ ଦିନରେ ଗୃହକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶ୍ରୀରାମଚନ୍ଦ୍ରଙ୍କୁ ଭାରତୀୟ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କର୍ତ୍ତବ୍ୟନିଷ୍ଠା ପାଇଁ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆସନ୍ତା 25 ବର୍ଷରେ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ସମସ୍ତଙ୍କୁ ଏତକାର ସୁତ୍ରରେ ବାନ୍ଧି ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରରୁ ଧାରା 370 ଉଚ୍ଛେଦ, ଆଧୁନିକ ଟେକ୍ନୋଲୋଜିର ଉପଯୋଗ, ନାରୀ ସଶକ୍ତିକରଣ, ଅନୁସନ୍ଧାନକୁ ପ୍ରୋତ୍ସାହନ, ନ୍ୟାୟ ସଂହିତା ଲାଗୁ ପରି ବହୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏକବିଂଶ ଶତାବ୍ଦୀରେ ବିକାଶର ମାନଦଣ୍ଡକୁ ଦୃଷ୍ଟିରେ ରଖି ରିଫର୍ମ , ପରଫର୍ମ ଓ ଟ୍ରାନ୍ସଫର୍ମ ଦିଗରେ ଦେଶ ଆଗକୁ ବଢୁଥିବା କହିଛନ୍ତି ପିଏମ ମୋଦି ।
ସପ୍ତଦଶ ଲୋକସଭା ଅଧିବେଶନର ଶେଷ ଦିନରେ ଐତିହାସିକ ଶ୍ରୀରାମ ମନ୍ଦିର ନିର୍ମାଣ ଓ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଚର୍ଚ୍ଚା ହୋଇଛି । ଭାରତ ପାଇଁ 22 ଜାନୁଆରୀ ବିଶ୍ବଗୁରୁ ବନିବା ମାର୍ଗରେ ଅଗ୍ରସର ହେବାର ଦିବସ ଥିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜିବି ଯେଉଁମାନେ ଶ୍ରୀରାମଙ୍କ ବିନା ଭାରତର କଳ୍ପନା କରୁଛନ୍ତି, ସେମାନେ ଭାରତକୁ ଜାଣିନାହାନ୍ତି ବୋଲି ଚର୍ଚ୍ଚାକାଳରେ କହିଛନ୍ତି ଗୃହମନ୍ତ୍ରୀ । ଦେଶର 140 କୋଟି ଜନତାଙ୍କ ପକ୍ଷରୁ ଲୋକସଭା ବାଚସ୍ପତିଙ୍କ ସହ ସଂସଦକୁ ଧନ୍ୟବାଦ ଦେଇଛନ୍ତି ଶାହ ।
📱 Get Argus News App
✨ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହିତ ସପ୍ତଦଶ ଲୋକସଭାର କାର୍ଯ୍ୟ ସମାପନ ହୋଇଛି । ଚଳିତ ଅଧିବେଶନରେ 30ରୁ ଅଧିକ ବିଧେୟକ ପାରିତ ହୋଇ ନୂଆ ଭାରତର ସଂକେତ ଦେଇଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଦେଶବାସୀଙ୍କ 5 ଶହ ବର୍ଷର ପ୍ରତୀକ୍ଷା ପୂରଣ ହୋଇଛି । ସଂସଦରେ ମଧ୍ୟ ଜୟ ଶ୍ରୀରାମ ଧ୍ବନି ଗୁଞ୍ଜରିତ ହୋଇଛି ।