Videos
|
National

ପ୍ରତିଷ୍ଠା ଦିନ ଘରେ ଥାଇ ପାଇପାରିବେ ସମ୍ପୂର୍ଣ୍ଣ ମାଗଣାରେ ରାମଲଲାଙ୍କ ପ୍ରସାଦ 

Manini Pattanayak
Browse all articles by Manini Pattanayak
·2 years ago·2 min read
ପ୍ରତିଷ୍ଠା ଦିନ ଘରେ ଥାଇ ପାଇପାରିବେ ସମ୍ପୂର୍ଣ୍ଣ ମାଗଣାରେ ରାମଲଲାଙ୍କ ପ୍ରସାଦ 

 ନୂଆଦିଲ୍ଲୀ: 22 ଜାନୁଆରୀ  ଐତିହାସିକ ତାରିଖ।  ରାମମନ୍ଦିର  ପ୍ରତିଷ୍ଠାର ସ୍ୱପ୍ନ ହେବ ପୂରଣ।  ତେବେ ଏହି ମୂହୁର୍ତ୍ତକୁ ଦେଖିବାକୁ ସମସ୍ତଙ୍କ ଥିବ ଇଛା।  ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା  ଯାଇ  ପ୍ରଭୁ ଶ୍ରୀରାମଙ୍କୁ ଟିକେ ଦର୍ଶନ କରନ୍ତି ଆଉ ତାଙ୍କ ପ୍ରସାଦ ଟିକେ ପାଅନ୍ତି..କିନ୍ତୁ  ୨୨ ଜାନୁଆରୀରେ ଅଯୋଧ୍ୟା ନ ଆସିବାକୁ ସରାକାର ଲୋକମାନଙ୍କୁ ଅପିଲ କରିଛନ୍ତି ।  ଯେଉଁ ସ୍ଥାନରେ ଅଛ ସେଇଠି ଥାଇ ଭଗବାନ ରାମଙ୍କୁ ସ୍ମରଣ କର। ଆଉ ସେହିଠାରେ ରାମଙ୍କ ପାଇଁ ଦିପାବଳୀ ପାଳନ କର। ନିରାଶ  ହୁଅନ୍ତୁ ନାହିଁ ..  ୨୨ ରେ ସିନା ଅଯୋଧ୍ୟା ଯାଇପାରିବାନି କିନ୍ତୁ ଘରେ ରହି  ପ୍ରଭୁ ରାମଙ୍କ ପ୍ରସାଦ ପାଇ ପାରିବା। ସେ ପୁଣି ସମ୍ପୂର୍ଣ୍ଣ ଫ୍ରି। ଘରେ ବସି ଅନଲାଇନ୍‌  ରାମଲଲାଙ୍କ ପ୍ରସାଦ ମଗେଇପାରିବେ।

ସବୁଠାରୁ ଖୁସିର କଥା ଯେ ଏ ପ୍ରସାଦ ପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡିବ ନାହିଁ।   ଏକ ପ୍ରାଇଭେଟ କମ୍ପାନୀ ର ଓ୍ୱେବସାଇଟ୍‌ ମାଧ୍ୟମରେ  ଘର ଘରେ ପ୍ରସାଦ ପହଞ୍ଚିବ।  ଏହି ଓ୍ୱେବସାଇଟ୍‌ର ନାମ ଖଦି ଆର୍ଗେନିକ ।  ଏହି ସଫ୍ଟଓ୍ୱେୟାର କମ୍ପାନୀ  ରାମ ମନ୍ଦିରର ଆସିଥିବା ପ୍ରସାଦକୁ  ଘରକୁ ଘର ଡେଲିଭରୀ କରିବ।  ସୂଚନାମୁତାବକ,  ଏହି କମ୍ପାନୀ ର ଲୋକମାନେ  ପ୍ରସାଦ   ନେଇ  ରାମମନ୍ଦର ଯିବେ । ସେଠାରେ ଭୋଗ ଲଗାଇ  ପୁର୍ନବାର ଫେରାଇ ଆଣି ତାହାକୁ  ସାରା ଦେଶରେ  ଅନଲାଇନ୍ ଡେଲିବରୀ କରିବେ।  ପ୍ରସାଦର ମୂଲ୍ୟ ୫୧ ଟଙ୍କା କିନ୍ତୁ ଏହାର ମୂଲ୍ୟ ଲୋକମାନଙ୍କୁ ଦେବାକୁ ପଡିବ ନାହିଁ,  ନିଜେ କମ୍ପାନୀ  ଏହାର ମୂଲ୍ୟ ପୈଠ କରିବ। ଲୋଙ୍କ ଠାରୁ କେବଳ ଡେଲିବରୀ ଚାର୍ଜ ନିଆଯିବ।  

ବୁକିଂ  କରିବାର ମାଧ୍ୟମ
- ସର୍ବ ପ୍ରଥମେ  khadiorganic.com  ଓ୍ୱେବସାଇଟ୍‌ କୁ ଯାଅନ୍ତୁ 
 - ସ୍କ୍ରୀନରେ ଦେଖା ଯାଉଥିବା  ଅନଲାଇନ୍‌  ପ୍ରସାଦ  ଉପରେ କ୍ଲିକ କରନ୍ତୁ 
-ଡୋର ଷ୍ଟେପ୍‌ ଡେଲିବରୀ  ପାଇବା ପାଇଁ  ଡେଲିବରୀ ଅପସନ ଉପରେ କ୍ଲିକ୍‌  କରନ୍ତୁ
- ଯଦି ଆପଣ ଡିଷ୍ଟ୍ରୀବ୍ୟୁଶନ  ସେଣ୍ଟରରୁ  ପ୍ରସାଦ ପାଇବାକୁ ଚାହୁଁଛନ୍ତି ତେବେ pick up from your distribution centre ରେ କ୍ଲିକ୍ କରନ୍ତୁ। 
- ଏହାପରେ ଆପଣଙ୍କ ନାମ, ଠିକଣା, ଫୋନ ଦିଅନ୍ତୁ
-ଶେଷରେ କେବଳ ଆପଣ ଡେଲିବରୀ ଚାର୍ଜ ଦେଇ ଅର୍ଡର କରିପାରିବେ  
 ଅପେକ୍ଷା କେବଳ ୨୨ ଜାନୁଆରୀକୁ .. ନିକଟତର ହେଉଛି ସେହି ଶୁଭ ମୁହୂର୍ତ୍ତ। ରାମଲଲାଙ୍କୁ ଦେଖିବାକୁ ଅପେକ୍ଷା  ସମସ୍ତିଙ୍କର।

ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: