Videos
|
National

Insulin Once In A Week / ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର,ଏଣିକି ସପ୍ତାହକୁ ଥରେ ମାତ୍ର ନେବେ ଇନସୁଲିନ୍

Bikash Mohanty
Browse all articles by Bikash Mohanty
·2 months ago·2 min read
ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର,ଏଣିକି ସପ୍ତାହକୁ ଥରେ ମାତ୍ର ନେବେ ଇନସୁଲିନ୍
Insulin

Key Points

ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର
ଏଥର ପ୍ରତିଦିନ ନେବାକୁ ପଡ଼ିବ ନାହିଁ ଇନସୁଲିନ୍
ଏଥର ସପ୍ତାହକୁ ଥରେ ମାତ୍ର ନେବାକୁ ପଡ଼ିବ ଇନସୁଲିନ୍
ଔଷଧ କମ୍ପାନି ନୋଭୋ ନର୍ଡିସ୍କ  ଏହା ଲଞ୍ଚ୍ କରିଛି 
ନୂଆଦିଲ୍ଲୀ,୧୦/୦୭: :ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର। ଏଥର ଆଉ  ପ୍ରତିଦିନ ନେବାକୁ ପଡ଼ିବ ନାହିଁ ଇନସୁଲିନ୍। ଏଥର ସପ୍ତାହକୁ ଥରେ ମାତ୍ର ନେବାକୁ ପଡ଼ିବ ଇନସୁଲିନ୍।  ଡେନମାର୍କର ଔଷଧ କମ୍ପାନି ନୋଭୋ ନର୍ଡିସ୍କ ବୁଧବାର ଭାରତରେ‘ଆୱିକ୍ଲି(ଇନ୍ସୁଲିନ୍ ଆଇକୋଡେକ୍)’ଲଞ୍ଚ୍ କରିଛି । ଏହା ଦୁନିଆର ପ୍ରଥମ ସାପ୍ତାହିକ ବା ସପ୍ତାହକୁ ଥରେ ନିଆଯାଉଥିବା ବେସଲ ଇନ୍ସୁଲିନ୍ ବୋଲି କମ୍ପାନି ଦାବି କରିଛି। ଯାହା କି ଟାଇପ୍-୧ ଏବଂ ଟାଇପ୍-୨ ଡାଇବେଟିସ୍ ବରିଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ।

ଏହା ଦ୍ୱାରା ପ୍ରତିଦିନ ଲଗାଉଥିବା ୩୬୫ ଇନ୍ସୁଲିନ୍ ଇଞ୍ଜେକ୍ସନ ସଂଖ୍ୟା କମି ୫୨ ରହିଯିବ । କମ୍ପାନି ମୁତାବକ,ଆୱିକ୍ଲିର ଉଦ୍ଦେଶ୍ୟ ଭାରତରେ ଇନ୍ସୁଲିନ୍ ନେବାରେ ହେଉଥିବା ବିଳମ୍ବକୁ କମ୍ କରିବା ପ୍ରତିଦିନ ଇଞ୍ଜେକ୍ସନ ନେବାର ଡର ରୋଗୀଙ୍କ ମଧ୍ୟରେ ଇନ୍ସୁଲିନ୍ ଥେରାପି ଆରମ୍ଭ କରିବାରେ ସବୁଠୁ ବଡ଼ ବାଧା,ଫଳରେ ଇନ୍ସୁଲିନ୍ ନେବାରେ ହାରାହାରି ୭ରୁ ୯ ବର୍ଷ ଡେରି ହୋଇଯାଇଥାଏ ।

କମ୍ପାନି ୭୦୦ ୟୁନିଟ୍ ପ୍ୟାକ୍କୁ ୨,୬୧୧ ଟଙ୍କାରେ ଲଞ୍ଚ୍ କରିଛି । ଅର୍ଥାତ ଏହାର ଗୋଟିଏ ୟୁନିଟ୍ରେ ମୂଲ୍ୟ ୩ ଟଙ୍କା ୭୩ ପଇସା, ଯାହା କି ବର୍ତ୍ତମାନର ଦିନିକିଆ ବେସଲ ଇନ୍ସୁଲିନ୍ ତୁଳନାରେ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା । ଯଦି କୌଣସି ରୋଗୀଙ୍କୁ ପ୍ରତିଦିନ ୧୦ ୟୁନିଟ୍ ଇନ୍ସୁଲିନ୍ ଆବଶ୍ୟକ ପଡ଼େ ତେବେ ତାଙ୍କୁ ସପ୍ତାହରେ ୭୦ ୟୁନିଟ୍ ଇନ୍ସୁଲିନ୍ ଲାଗିବ । ଏହାର ମୂଲ୍ୟ ମାସକୁ ପ୍ରାୟ ୨୬୧ ଟଙ୍କା ପଡ଼ିବ ।

ପଢନ୍ତୁ ଏହି ଖବର: ଟାଟୁ କରିବାକୁ ଭାବୁଛନ୍ତି କି? ଚେୟାରରେ ବସିବା ପୂର୍ବରୁ ଏହି ସୁରକ୍ଷା ନିୟମଗୁଡ଼ିକୁ ଯାଞ୍ଚ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏକ ନିର୍ଦ୍ଦିଷ୍ଟ ଦିନରେ ଏକ ପ୍ରି-ଫିଲ୍ଡ ପେନ୍ ଡିଭାଇସ୍ ଜରିଆରେ ପେଟ, ଜଙ୍ଘ କିମ୍ବା ବାହୁର ଚର୍ମ ତଳେ ନିଆଯାଇଥାଏ । ନୋଭୋ ନର୍ଡିସ୍କ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ଆୱିକ୍ଲିକୁ ଲଞ୍ଚ କରାଯିବାରେ ଭାରତ ସପ୍ତମ ଦେଶ । ଏହି ଚିକିତ୍ସା ରୋଗୀଙ୍କ ମଧ୍ୟରେ ଥିବା ମାନସିକ ଏବଂ ଶାରୀରିକ ବାଧାକୁ ଦୂର କରିବ ବୋଲି ଆଶା । ପୂର୍ବରୁ ଏହା ଆମେରିକା, ୟୁରୋପୀୟ ସଂଘ ଏବଂ ଅନ୍ୟ କେତେକ ଦେଶରେ ଅନୁମୋଦନ ଲାଭ କରିସାରିଛି ।

ପ୍ରକାଶଥାଉ କି, ଭାରତରେ ୧୦ କୋଟିରୁ ଊଦ୍ଧ୍ୱର୍ ଲୋକ ଡାଇବେଟିସ୍ ଏବଂ ୧୩.୬ କୋଟିରୁ ଊଦ୍ଧ୍ୱର୍ ପ୍ରାକ୍-ଡାଇବେଟିସ୍ର ଶିକାର । ଭାରତରେ ଇନ୍ସୁଲିନ୍ ବଜାର କ୍ରମାଗତ ବୃଦ୍ଧି ପାଉଥିବା ସମୟରେ ଏହି ଇନ୍ସୁଲିନ୍ ଲଞ୍ଚ୍ କରାଯାଇଛି । ଭାରତୀୟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଏସ୍ କେ ୱାଙ୍ଗନୁ କହିଛନ୍ତି, ଇନ୍ସୁଲିନ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ ଏବଂ ନିୟମିତ ଭାବେ ଔଷଧ ନ ନେବା ମଧୁମେହକୁ ଗମ୍ଭୀର କରିଥାଏ । ତେଣୁ ଚିକିତ୍ସାକୁ ସରଳ କରୁଥିବା ଏଭଳି ନୂତନ ଉଦ୍ଭାବନ ରୋଗୀଙ୍କ ଠିକ୍ ସମୟରେ ଚିକିତ୍ସା କରିବାରେ ସହାୟକ ହେବ । ସଦ୍ୟ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ଅନୁସାରେ, ସହର ସମେତ ଗ୍ରାମାଞ୍ଚଳରେ ବି ହାଇ ବ୍ଲଡ ସୁଗାର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କମ୍ ବୟସରେ ବି ଲୋକମାନେ ଟାଇପ୍-୨ ଡାଇବେଟିସ୍ର ଶିକାର ହେଉଛନ୍ତି।