Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଲ୍‌କାଜୀ ମନ୍ଦିରରେ ‘ଜାଗରଣ' ବେଳେ ଭାଙ୍ଗିଲା ମଞ୍ଚ, ଜଣେ ମୃତ

Smruti Parija
Browse all articles by Smruti Parija
·2 years ago
କାଲ୍‌କାଜୀ ମନ୍ଦିରରେ ‘ଜାଗରଣ' ବେଳେ ଭାଙ୍ଗିଲା ମଞ୍ଚ, ଜଣେ ମୃତ

ଅର୍ଗସ ବ୍ୟୁରୋ: ଦିଲ୍ଲୀ କାଲ୍‌କାଜୀ ମନ୍ଦିରରେ ‘ଜାଗରଣ’ ଚାଲିଥିବା ବ‌େଳେ ଘଟିଲା ଅଘଟଣ। ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ସହ ୧୭ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । ମଧ୍ୟରାତ୍ରରେ ଏହି ଅଘଟଣ ଘଟିଥିଲା । 

ଏହି ସମୟରେ ମନ୍ଦିର ପରିସରରେ ଭକ୍ତମାନେ ସାରାରାତି ଉଜାଗର ରହି ଗୀତ, ନାଚ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଦେବୀ କାଳୀଙ୍କୁ ପୂଜା କରନ୍ତି । ବୋଲା ଯାଉଥିବା ଭଜନରେ ବିମୁଗ୍ଧ ହୋଇ କେତେକ ଭକ୍ତ ମଞ୍ଚ ଉପରକୁ ଚଢ଼ିଯିବାରୁ ମଞ୍ଚ ଭାଙ୍ଗି ପଡ଼ିଥିଲା। ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ୧୬୦୦ ଲୋକ ସମାବେଶ ହୋଇଥିଲା । 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-dead-17-injured-as-stage-collapses-at-delhis-kalkaji-temple | Argus News