Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି

ଅର୍ଗସ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଗଠିତ କମିଟି ଆଜି ରିପୋର୍ଟ ଦାଖଲ କରିଛନ୍ତି ।  ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଏକ ସମୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ କମିଟି ରିପୋର୍ଟ ଦେଇଛନ୍ତି । କମିଟିର ରିପୋର୍ଟ ପ୍ରାୟ ୧୮ ହଜାର ପୃଷ୍ଠାର ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏ ସମ୍ପର୍କରେ କିନ୍ତୁ ଆନୁଷ୍ଠାନିକ ଘୋଷଣା ହାଇନାହିଁ ।

ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ସାମ୍ବିଧାନିକ ପ୍ରକ୍ରିୟା ପୂରଣ କରିବାକୁ ପଡିବ । ଏଥିପାଇଁ ସମ୍ବିଧାନର ୫ଟି ଧାରାରେ ସଂଶୋଧନ କରିବାକୁ ପଡିପାରେ । ନିର୍ବାଚନ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ  । ଏଥିପାଇଁ  ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ କମିଶନ ଅଧ୍ୟକ୍ଷ ଏନ.କେ. ସିଂ, ପୂର୍ବତନ ଲାକସଭା ମହାସଚିବ ସୁବାସ କଶ୍ୟପ ଓ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ସଦସ୍ୟ ରହିଛନ୍ତି ।

ପୂର୍ବରୁ ମଧ୍ୟ ଦେଶରେ ଏକକ ନିର୍ବାଚନ ହେଉଥିଲା । ୧୯୬୭  ପର୍ଯ୍ୟନ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେଉଥିଲା। କିନ୍ତୁ ତା ପରଠାରୁ କିଛି ରାଜ୍ୟ ବିଧାନସଭା ଓ ଲୋକସଭା ଭଙ୍ଗ ହେବାରୁ ବିଭିନ୍ନ ସମୟରେ ନିର୍ବାଚନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
One nation, one election: Ram Nath Kovind panel submits report to President Droupadi Murmu | Argus News