Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶସ୍ତାରେ ମିଳିବ ପିଆଜ: ବିଭିନ୍ନ ସହରରେ ମୋବାଇଲ୍ ଭ୍ୟାନର ଶୁଭାରମ୍ଭ କଲେ କେନ୍ଦ୍ର ସରକାର

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଶସ୍ତାରେ ମିଳିବ ପିଆଜ: ବିଭିନ୍ନ ସହରରେ ମୋବାଇଲ୍ ଭ୍ୟାନର ଶୁଭାରମ୍ଭ କଲେ କେନ୍ଦ୍ର ସରକାର

Key Points

ସରକାର ସବସିଡି ଦରରେ ପିଆଜ କେଜି ପିଛା ୨୪ ଟଙ୍କାରେ ବିକ୍ରି ଆରମ୍ଭ କରିଛନ୍ତି । ଏଥିପାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମୋବାଇଲ୍ ଭ୍ୟାନ୍‌ର ଶୁଭାରମ୍ଭ ପତାକା ଦେଖାଇ କରିଛନ୍ତି ।

ନୂଆଦିଲ୍ଲୀ: ଏକାଧିକ ରାଜ୍ୟରେ ବର୍ଷା, ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ପିଆଜ ଯୋଗାଣ । କ୍ରମାଗତ ବର୍ଷାରେ ପିଆଜ ଫସଲ ନଷ୍ଟ ବଢ଼ାଇଛି ଦର । ବଜାରରେ ପିଆଜର ମୂଲ୍ୟ ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଲୋକଙ୍କୁ କମ୍ ଦରରେ ପିଆଜି ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ପିଆଜ ବିକ୍ରି ।


ଦିଲ୍ଲୀ, ମୁମ୍ବାଇ ଓ ଅହମଦାବାଦରେ ସରକାର ସବସିଡି ଦରରେ ପିଆଜ କେଜି ପିଛା ୨୪ ଟଙ୍କାରେ ବିକ୍ରି ଆରମ୍ଭ କରିଛନ୍ତି । ଏଥିପାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମୋବାଇଲ୍ ଭ୍ୟାନ୍‌ର ଶୁଭାରମ୍ଭ ପତାକା ଦେଖାଇ କରିଛନ୍ତି । କେନ୍ଦ୍ର ଖାଦ୍ୟ ମନ୍ତ୍ରୀ କହିଛନ୍ତି- ନାଫେଡ୍, ଏନସିସିଏଫ୍ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ସରକାର ବଫର ଷ୍ଟକରୁ ପ୍ରାୟ ୨୫ ଟନ୍ ପିଆଜ ବିକ୍ରି କରିବେ ।


ଦେଶରେ ଯେଉଁ ସବୁ ସ୍ଥାନରେ ପିଆଜ କେଜି ପିଛା ଦର ୩୦ ଟଙ୍କାରୁ ଅଧିକ ରହିଛି ସେଠାରେ ସରକାର ପିଆଜ କେଜି ପିଛା ୨୪ ଟଙ୍କାରେ ବିକ୍ରି କରିବେ । ଶୁକ୍ରବାର ସବସିଡି ପିଆଜ ଚେନ୍ନାଇ, ଗୌହ୍ଵାଟି ଓ କୋଲକାତାରେ ବିକ୍ରି ହେବ ଏବଂ ଏହା ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସରକାରୀ ତଥ୍ୟ ଅନୁସାରେ, ଗୁରୁବାର ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୨୮ ଟଙ୍କା ରହିଛି । କେତକ ସହରରେ ପିଆଜର କେଜି ପିଛା ଦର ୩୦ ଟଙ୍କାରୁ ଅଧିକ ବି ରହିଛି । ଏବେ କେନ୍ଦ୍ର ସରକାରଙ୍କ ନିକଟରେ ବଫର ଷ୍ଟକରେ ୩ ଲକ୍ଷ ଟନରୁ ଅଧିକ ପିଆଜ ରହିଛି ।


ବଫର ଷ୍ଟକରେ ଥିବା ପିଆଜକୁ ସରକାରୀ ଏଜେନ୍ସି ୨୦୨୪-୨୫ ବର୍ଷରେ ହାରାହାରି କେଜି ପିଛା ୧୫ ଟଙ୍କା ମୂଲ୍ୟରେ କିଣିଥିଲେ । ଏବେ ବଜାରରେ ପିଆଜର ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ସେହି ବଫର ଷ୍ଟକ ପିଆଜକୁ ଲୋକଙ୍କୁ ବିକ୍ରି କରିବେ ।

Sponsored
Centre Begins Subsidised Onion Sale at ₹24/kg Amid Price Hike Due to Rain and Crop Damage | Argus News | Argus News