ଲୋକସଭାରେ ଉପସ୍ଥାପିତ ହେଲା ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫

Key Points
ଅନଲାଇନ ବେଟିଂ ଉପରେ ଲାଗିବ ରୋକ
ଲୋକସଭାରେ ଉପସ୍ଥାପିତ ହେଲା ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫
ଲୋକସଭାରେ ଉପସ୍ଥାପିତ ହେଲା ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫ । ବିଲ୍ ଉପସ୍ଥାପନ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବେଟିଂ ସହି ଜଡ଼ିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ । ଦେଶରେ ବର୍ତ୍ତମାନ ଡିଜିଟାଲ ଗେମିଂ ସେକ୍ଟର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଅନଲାଇନ ବେଟିଂ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏହି ବିଲ ଆଣିବେ ।
ଏହି ବିଲ ଅଧୀନରେ ସମସ୍ତ ଟଙ୍କା ଲଗାଣକାରୀ ଗେମିଂ ନେଣଦେଣ ଉପରେ ରୋକ ଲାଗିବ। ଅର୍ଥାତ ଗେମିଂ ଆପ ଜରିଆରେ କେହି ବି ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଲଗାଇ ପାରିବେ ନାହିଁ। ପ୍ରସ୍ତାବିତ ରେଗୁଲେସନ ଆଣ୍ଡ ପ୍ରମୋସନ ଅଫ ଅନଲାଇନ ଗେମିଂ ଆକ୍ଟରେ ବ୍ୟାଙ୍କ କିମ୍ବା କୌଣସି ଆର୍ଥିକ ଅନୁଷ୍ଠାନ ଅନଲାଇନ ଗେମ୍ସରେ ପାଣ୍ଠି ସ୍ଥାନାନ୍ତର କରିବାକୁ ଅନୁମତି ପାଇବେ ନାହିଁ। ଅନଲାଇନ ଗେମ ଜରିଆରେ ପ୍ରକୃତ ଟଙ୍କା କେହି ବି ହାସଲ କରିପାରିବେ ନାହିଁ। ରିୟଲ ମନି ଗେମିଂର ବିଜ୍ଞାପନ ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଇ-ସ୍ପୋର୍ଟସ ଓ ଅଣ ଟଙ୍କା ଲଗାଣକାରୀ ଦକ୍ଷତା ବୃଦ୍ଧି ଭିତ୍ତିକ ଗେମସକୁ ପ୍ରମୋସନ ପାଇଁ ମଧ୍ୟ ବିଲରେ ପ୍ରସ୍ତାବ ଦିଆଯାଇଛି।
📱 Get Argus News App
✨ଏହାବାଦ ଅଣପଞ୍ଜିକୃତ କିମ୍ବା ବେଆଇନ ଗେମିଂ ପ୍ଲାଟଫର୍ମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ବିଲରେ ରହିଛି। ଏହି ବିଧେୟକକୁ ସରକାର ବୁଧବାର ଲୋକସଭାରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।