ହରିୟାଣାରେ ଆସନ୍ତା ୧୧ ତାରିଖରୁ ହେବ ଅନଲାଇନ୍ ପେପରଲେସ୍ ପଞ୍ଜିକରଣ

Key Points
ହରିୟାଣାରେ ଆସନ୍ତା ୧୧ ତାରିଖରୁ ହେବ ଅନଲାଇନ୍ ପେପରଲେସ୍ ପଞ୍ଜିକରଣ
ଯାହାର ଉଦ୍ଦେଶ୍ୟ ସ୍ବଚ୍ଛତା ଏବଂ ରାଜସ୍ବ ଚୋରି ରୋକିବା
ଏହି ପାଇଲଟ୍ ପ୍ରୋଜେକ୍ଟ ସାଧାରଣ ଲୋକଙ୍କ ପାଇଁ ଜମି ପଞ୍ଜିକରଣ ସରଳ କରିବ
ହରିୟାଣାରେ ଆସନ୍ତା ୧୧ ତାରିଖରୁ ହେବ ଅନଲାଇନ୍ ପେପରଲେସ୍ ଡିଡ୍ ପଞ୍ଜିକରଣ। ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ହରିୟାଣା ସରକାର । ଯାହାର ଉଦ୍ଦେଶ୍ୟ ସ୍ବଚ୍ଛତା ଏବଂ ରାଜସ୍ବ ଚୋରି ରୋକିବା । ଯାହା ଜନତାଙ୍କ ପାଇଁ ଆହୁରି ସରଳ ହେବ ବୋଲି କହିଛନ୍ତି ହରିୟାଣା ସରକାର । ହରିୟାଣାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ପାଇଲଟ୍ ପ୍ରୋଜେକ୍ଟ ସାଧାରଣ ଲୋକଙ୍କ ପାଇଁ ଜମି ପଞ୍ଜିକରଣ ସରଳ କରିବ। ଉପଭୋକ୍ତାଙ୍କୁ ଆହୁରି ସହାୟତା କରିବା ପାଇଁ ଏଥିରେ କ୍ରେତା ଏବଂ ବିକ୍ରେତା ନିଜର ସୁବିଧା ଅନୁସାରେ ଅନଲାଇନ୍ ଆପଏଣ୍ଟମେଣ୍ଟ ନେଇପାରିବେ।
ଆଗରୁ ଆପଏଣ୍ଟମେଣ୍ଟ ଦିନ ହିଁ ଦସ୍ତାବିଜ ଯାଞ୍ଚ ହେଉଥିଲା । ଯାହାଫଳରେ ଆପତ୍ତି ଏବଂ ଦସ୍ତାବିଜ୍ କମ୍ ଥିବା କାରଣରୁ ଡିଡ୍ ପଞ୍ଜିକରଣରେ ୩୦ ପ୍ରତିଶତ ବିଫଳ ହେଉଥିଲା। ଏବେ ଟେମ୍ପଲେଟ୍ ଆଧାରିତ ମଡ୍ୟୁଲ୍ ସହ ଆବେଦନର ସତ୍ୟାସତ୍ୟ ଯାଞ୍ଚ ପାଇଁ ସମ୍ପୃକ୍ତ ତହସିଲ୍ କାର୍ଯ୍ୟାଳୟକୁ ପଠାଯିବ ଏବଂ ସେହି ପୋର୍ଟାଲରେ ଅନୁମୋଦନ ପାଇବା ପରେ ଆବେଦନକାରୀ ନିଜର ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ।