Videos
|
National

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ମାତ୍ର 8 ଦିନ ବାକି

Manini Pattanayak
Browse all articles by Manini Pattanayak
·2 years ago·2 min read
ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ମାତ୍ର 8 ଦିନ ବାକି

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ମାତ୍ର 8 ଦିନ ବାକି। ରାମ ଭକ୍ତିରେ ତଲ୍ଲୀନ ସାରା ଭାରତ॥ ଐତିହାସିକ ମୁହୂର୍ତ୍ତକୁ ନେଇ ସାରା ବିଶ୍ବରେ ଉତ୍କଣ୍ଠା।  ଜାନୁଆରୀ ୨୨ରେ ହିନ୍ଦୁ କର୍ମଚାରୀଙ୍କ ପାଇଁ ଦୁଇ ଘଣ୍ଟାର ବିରତି ଘୋଷଣା କଲେ ମରିସସ ସରକାର... ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର.. 
ମୟୂରଭଞ୍ଜର ଯୁବ କଳାକାରଙ୍କ ସ୍ମୋକ ଆର୍ଟ ହେଉ କି ନାଗପୁରର ଏହି ସିଭିଲ ଇଞ୍ଜିନିୟରଙ୍କ ଦ୍ବାରା ଅବିକଳ ରାମ ମନ୍ଦିର ନିର୍ମାଣ। ସ୍ପଷ୍ଟ,  ପୂରା ଦେଶ ରାମମୟ, ପୂରା ବିଶ୍ବ ଅପେକ୍ଷା କରିଛି ସେହି ଐତିହାସିକ ମୁହୂର୍ତ୍ତକୁ। ଅପେକ୍ଷାର ଘଣ୍ଟା ଟିକ୍ ଟିକ୍ ହୋଇ ଯେମିତି ଅବିରତ ଘୁରି ଚାଲିଛି... ସେମିତି ବଢ଼ିଚାଲିଛି ଉତ୍କଣ୍ଠା। ଶ୍ରୀରାମଙ୍କ ପାଇଁ ଗୁଜରାଟରୁ ଆସୁଥିବା ଏହି 1100 କେଜିର ଦୀପ ଭଳି ଉତ୍ସହର ଓଜନ ବି ମାପିବା କଷ୍ଟକର। 

ଏପଟେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପହଞ୍ଚିଛି ନିମନ୍ତ୍ରଣ ପତ୍ର। ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଅଖିଳ ଭାରତୀୟ ସମ୍ପର୍କ ମୁଖ୍ୟ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।  ଏହାପୂର୍ବରୁ ଗୁରୁବାର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି । ଏପଟେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଉତ୍ସବମୂଖର ଅଯୋଧ୍ୟା 

ଦେଶରେ ତ ଏହି ଉତ୍ସାହ, ହେଲେ ରାମଙ୍କ ଲୀଳାରୁ ବାଦ୍ ପଡ଼ିନି ବିଦେଶ।  ଭାରତର ବନ୍ଧୁ ରାଷ୍ଟ୍ର ମରିସସ ଶୁକ୍ରବାର ଘୋଷଣା କରିଛି ଯେ ଜାନୁଆରୀ ୨୨ରେ ହିନ୍ଦୁ କର୍ମଚାରୀଙ୍କ ପାଇଁ ଦୁଇ ଘଣ୍ଟାର ବିରତି ରହିବ । ମରିସସ ସନାତନ ଧର୍ମ ମନ୍ଦିର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କୁ ଚିଠି ଲେଖାଯାଇଥିଲା । ହିନ୍ଦୁ ଧର୍ମ ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ଦିନ ଅତ୍ୟନ୍ତ ସ୍ବାତନ୍ତ୍ର ତେଣୁ ସମାରୋହର ପ୍ରସାରଣ ଦେଖିବା ଏବଂ ରୀତିନୀତି କରିବା ପାଇଁ ଦୁଇ ଘଣ୍ଟାର ବିରତି ଦିଆଯାଉ ବୋଲି ଅନୁରୋଧ କରାଯାଇଥିଲା । ଯାହାକୁ ମାନିନେଇଛନ୍ତି ମରିସସ ସରକାର । ଭାରତ ଓ ନେପାଳ ପରେ ହିନ୍ଦୁ ବହୁଳ ରାଷ୍ଟ୍ର ହେଉଛି ମରିସସ। ମରିସସ ଜନସଂଖ୍ୟାର ପ୍ରାୟ 48 ପ୍ରତିଶତ ହେଉଛନ୍ତି ହିନ୍ଦୁ। ସେପଟେ ୟୁଏସର 10ଟି ପ୍ରାନ୍ତରେ ପ୍ରାଣପ୍ରତିଷ୍ଟା ଉତ୍ସବ ସମାରୋହ ନିମନ୍ତେ 40ରୁ ଅଧିକ ବିଲବୋର୍ଡ ଲାଗିଛି । ଅନ୍ୟପଟେ ଆଜି ଅଯୋଧ୍ୟାରେ ପାର୍କିଂ, ତଥା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନର ବୈଠକ ବସିଥିଲା। ଯେଉଁଥିରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟଙ୍କୁ ପୂରା ପ୍ଲାନ ଜଣାଇଥିଲା ପ୍ରଶାସନ।  ହେ... ରାମ୍ ମୁଁ ବି ଭକ୍ତଟିଏ, ଅଯୋଧ୍ୟାକୁ ଯିବାର ସାମର୍ଥ୍ୟ ଅଛି କି ନାହିଁ ଜାଣେନା, ହେଲେ ତୁମେ ସୃଷ୍ଟି କରିଥିବା ଏହି ଦୁନିଆର କେଉଁ ପ୍ରାନ୍ତରୁ ଭକ୍ତିରେ ଡାକୁଛି... ଶୁଣିବ ମୋ ଡାକ... ବିଭିନ୍ନ ସ୍ଥାନରୁ ଭକ୍ତଙ୍କର ଏଭଳି ନିବେଦନ ଶୁଣିବାକୁ ମିଳୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Only 8 days left for Ram Lala's prana pratistha | Argus News