ଭେରିଫାଏଡ୍ କାର୍ଡଧାରୀ ହିଁ ତତ୍କାଳ ଟିକଟ ବୁକ୍ କରିପାରିବେ, ଜୁଲାଇ ପହିଲାରୁ ହେବ ଲାଗୁ
·1 year ago·1 min read

Key Points
ଅଥେଣ୍ଟିକେସନ ଆଧାର କାର୍ଡଧାରୀ
ତତ୍କାଳ ଟିକଟ ବୁକ୍ କରିପାରିବେ
ଅଥେଣ୍ଟିକେସନ ଆଧାର କାର୍ଡଧାରୀ ବା ଭେରିଫାଏଡ୍ କାର୍ଡଧାରୀ ହିଁ ତତ୍କାଳ ଟିକଟ ବୁକ୍ କରିପାରିବେ। ଜୁଲାଇ ପହିଲାରୁ ଏହା ଲାଗୁ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେବଳ ଆଧାର ପ୍ରମାଣିତ ୟୁଜର୍ସ ହିଁ ତତ୍କାଳ ଟ୍ରେନ୍ ଟିକଟ ବୁକ୍ କରିପାରିବେ। ଯାହାର ଆଧାର କାର୍ଡ ଅଥେଣ୍ଟିକେସନ ନଥିବ, ସେ ଟ୍ରେନରେ ତତ୍କାଳ ଟିକଟ ବୁକ୍ କରିପାରିବେନି। ଜୁଲାଇ ପହିଲାରୁ ଆଇଆରସିଟିସିର ୱେବସାଇଟ୍ ବା ଆପ୍ ଜରିଆରେ କେବଳ ଆଧାର ଅଥେଣ୍ଟିକେସନ ୟୁଜର୍ସ ଟିକଟ ବୁକ୍ କରିପାରିବେ। ଏହା ପରେ ଜୁଲାଇ ୧୫ରୁ ତତ୍କାଳ ବୁକିଂ ପାଇଁ ଆଧାର ଆଧାରିତ ଓଟିପି ପ୍ରମାଣିକରଣକୁ ବାଧ୍ୟତାମୂଳକ କରିଦିଆଯିବ।
ଏହା ବ୍ୟତୀତ ରେଲଓ୍ୱେ ଟିକଟ ଏଜେଣ୍ଟ ବି ତତ୍କାଳ ଟିକଟ ବୁକିଂ ଓପନ ହେବା ପରେ ପ୍ରଥମ ଅଧଘଣ୍ଟା ଯାଏଁ ଟିକଟ ବୁକ୍ କରିପାରିବେନି। ଏସି ଶ୍ରେଣୀ ପାଇଁ ସମୟ ସକାଳ ୧୦ଟାରୁ ସାଢ଼େ ୧୦ଟା , ନନ-ଏସି ଲାଗି ସକାଳ ୧୧ଟାରୁ ସାଢ଼େ ୧୧ଟା ଯାଏ ଏହା ବଳବତ୍ତର ରହିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: