Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାମ୍ମୁ କାଶ୍ମୀରରେ ଅପରେସନ ଅଖାଲ୍ , ୩ ଆତଙ୍କବାଦୀ ନିପାତ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଜାମ୍ମୁ କାଶ୍ମୀରରେ ଅପରେସନ ଅଖାଲ୍ ,  ୩ ଆତଙ୍କବାଦୀ ନିପାତ

Key Points

ଜାମ୍ମୁ କାଶ୍ମୀରରେ ଅପରେସନ ଅଖାଲ୍ ଜାରି
ନିପାତ ହୋଇଛନ୍ତି ୩ ଆତଙ୍କବାଦୀ
୩ ନିହତ ଆତଙ୍କୀ ଟିଆରଏଫ ସଦସ୍ୟ- ସେନା
ଗୁଳି ବିନିମୟରେ ଜଣେ ଯବାନ ଆହତ

ଜାମ୍ମୁ କାଶ୍ମୀରରେ ଅପରେସନ ଅଖାଲ୍ ଜାରି । ନିପାତ ହୋଇଛନ୍ତି ୩ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର କୁଲଗାମ ନିକଟ ଅଖାଲ୍ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ପରେ ଆରମ୍ଭ ହୋଇଥିବା ସେନା ଅପରେସନକୁ ମିଳିଛି ସଫଳତା । ଶନିବାର ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ ଯବାନ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।


ସେନା ସହ ଜାମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫର ମିଳିତ ଅପରେସନ ଜୋରଦାର ହୋଇଛି । ଗତକାଲି ନିହତ ହୋଇଥିବା ଆତଙ୍କବାଦୀମାନେ ଲସ୍କର-ଇ-ତୋଇବାର ସହଯୋଗୀ ଟିଆରଏଫ ସଦସ୍ୟ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଟିଆରଏଫ ଆତଙ୍କୀଙ୍କୁ ନିପାତ ପାଇଁ ସେନା ପକ୍ଷରୁ ବଡ଼ ଅଭିଯାନ ଜାରି ରହିଛି । ଏପ୍ରିଲ ୨୨ ଆକ୍ରମଣ ପରଠାରୁ ଜାମ୍ମୁ କାଶ୍ମୀରରେ ୨୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Akhal in Jammu and Kashmir, 3 terrorists killed | Argus News