ଛତିଶଗଡ଼ରେ ଅପରେସନ୍ ବ୍ଲାକ୍ ଫରେଷ୍ଟ୍; ୩୧ ମାଓବାଦୀ ମୃତ
·1 year ago

Key Points
୩୧ ଜଣ ନକ୍ସଲଙ୍କର ମିଳିଛି ମୃତଦେହ
ସବୁଠୁ ବଡ଼ ମାଓ ଦମନ ଅଭିଯାନ ଅପରେସନ୍ ବ୍ଲାକ୍ ଫରେଷ୍ଟରେ ୩୧ ଜଣ ନକ୍ସଲଙ୍କର ମିଳିଛି ମୃତଦେହ । ୨୮ ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି । ଏନେଇ ପ୍ରେସମିଟ୍ କରି CRPF ଡିଜିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ଜଙ୍ଗଲର ୧୨ ଶହ ବର୍ଗ କିମି ଅଞ୍ଚଳରେ ଏପ୍ରିଲ ୨୧ରୁ ମେ ୧୧ ଯାଏଁ ଚାଲିଥିଲା ଅଭିଯାନ । ସାମିଲ ହୋଇଥିଲେ CRPF ଓ କୋବ୍ରା ବାହିନୀ ସହ ଛତିଶଗଡ଼ ପୋଲିସ । ଏତେ ବଡ଼ ମାଓ ଦମନ ଅପରେସନ୍ ପୂର୍ବରୁ କେବେ ହୋଇନାହିଁ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦର ଗୃହମନ୍ତ୍ରୀ ଅମିତ ଶାହ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: