Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Mahadev: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ନିହତ ହେଲା ପହଲଗାମ ଆତଙ୍କୀ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
Operation Mahadev: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ନିହତ ହେଲା ପହଲଗାମ ଆତଙ୍କୀ

Key Points

ଏନକାଣ୍ଟରରରେ ମୁସାକୁ ମିଶାଇ TRFର ୩ ଆତଙ୍କୀ ସଫା, ଆଉ ୩ ଜଣ ଗୁରୁତର ।

ଦାଚିଗାମର ଘଞ୍ଚ ଜଙ୍ଗଲରେ ଲୁଚିଥିଲେ ଏହି ଆତଙ୍କବାଦୀ ।

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା । ନିପାତ ହେଲା ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାସିମ ମୁସା । ଶ୍ରୀନଗର ଲିଡବାସ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଅପରେସନ ମହାଦେବରେ ନିପାତ ହେଲା ଆତଙ୍କୀ । ଏନକାଣ୍ଟରରରେ ମୁସାକୁ ମିଶାଇ TRFର ୩ ଆତଙ୍କୀ ସଫା, ଆଉ ୩ ଜଣ ଗୁରୁତର । ଦାଚିଗାମର ଘଞ୍ଚ ଜଙ୍ଗଲରେ ଲୁଚିଥିଲେ ଏହି ଆତଙ୍କବାଦୀ ।

ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈସରଣ ଘାଟିରେ ନରସଂହାର ଘଟାଇଥିବା ଏ ଆତଙ୍କବାଦୀ ନିପାତ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛନ୍ତି ମୂଷା ସହ THE RESISTANT FRONT ବା TRFର ଆଉ ଜଣ ଆତଙ୍କବାଦୀ, ଆଉ ୩ ଜଣ ଆତଙ୍କୀ ଆହତ ମଧ୍ୟ ହୋଇଛନ୍ତି । TRF ହେଉଛି ସେହି ଆତଙ୍କବାଦୀ ସଂଗଠନ ଯିଏ ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ରହିଛି ନିହତ ୩ ଜଣ ଆତଙ୍କବାଦୀମାନଙ୍କର ଶବ।

ଶ୍ରୀନଗର ନିକଟସ୍ଥ ଲିଡବାସ ଅଞ୍ଚଳରେ ରହିଛି ଦାଚିଗାମ ଜଙ୍ଗଲ । ଯେଉଁଠି ଲୁଚିଥିଲେ ଆତଙ୍କବାଦୀ। ୨ ଦିନ ତଳେ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ତାପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅଭିଯାନ। ଯାହାର ନାଁ ଥିଲା ଅପରେସନ ମହାଦେବ। ସେନା ସହ ଜମ୍ମୁ-କାଶ୍ମୀର ପୋଲିସ, CRPF ଓ ଅନ୍ୟ ସୁରକ୍ଷା ବଳର ଯବାନମାନେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ। ଏହି ସମୟରେ ଆତଙ୍କବାଦୀଙ୍କ ସହ ହୋଇଥିଲା ଗୁଳିବିନିମୟ । ଯେଉଁଥିରେ ସେନା ଗୁଳିରେ ଟଳିପଡ଼ିଲେ ଆତଙ୍କବାଦୀ । ଏହି ଅପରେସନରେ ବହୁ ପରିମାଣର ଗୁଳିଗୋଳା ମଧ୍ୟ ଜବତ ହୋଇଛି। TRFର ଆହୁରି କେତେକ ଆତଙ୍କୀ ବି ଦାଗିଚାମ ଜଙ୍ଗଲରେ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ଜାରି ରହିଛି ସର୍ଚ୍ଚ ଅପରେସନ। କାରଣ ଡାଚିଗାମ ଜଙ୍ଗଲକୁ TRFର ମୁଖ୍ୟ ଲୁଚିବା ସ୍ଥଳ ବୋଲି ଧରାଯାଏ।

ଏନକାଉଣ୍ଟର ହୋଇଥିବା ଲିଡବାସ ହେଉଛି ଶ୍ରୀନଗରର ବାହ୍ୟ ଓ ଘଞ୍ଚ ଜଙ୍ଗଲ ବିଶିଷ୍ଟ ଅଞ୍ଚଳ ଯାହା ପାହାଡ଼ିଆ ରାସ୍ତା ଦେଇ ତ୍ରାଲ ସହ ସଂଯୁକ୍ତ ହୁଏ। ଏହି ଅଞ୍ଚଳରେ ପୂର୍ବରୁ ବି TRFର ଆତଙ୍କବାଦୀଙ୍କ ଗତିବିଧିର ଖବର ଆସୁଥିଲା । ତାହା ସେହି ଅଞ୍ଚଳ ଯେଉଁଠି ଜାନୁଆରୀରେ ବି TRFର ଏକ ଆଡ୍ଡା ଧ୍ବଂସ କରାଯାଇଥିଲା।

ହାସିମ ମୁସା ହିଁ ଥିଲା ପହଲଗାମରେ ୨୬ ନିରୀହ ଲୋକଙ୍କ ହତ୍ୟା ପାଇଁ ଦାୟୀ । ତାକୁ ସୁଲେମାନ୍ ଶାହ ମୁସା ଫୌଜି ବି କୁହାଯାଏ। ସେ ଥିଲା ଲସ୍କର ଏ ତଇବାର ବିପଜ୍ଜନକ କମାଣ୍ଡର। ଦକ୍ଷିଣ କାଶ୍ମୀରରେ ସକ୍ରିୟ ଥିଲା। IED ବ୍ଲାଷ୍ଟ, ଆତ୍ମଘାତୀ ଆକ୍ରମଣର ଥିଲା ଏକ୍ସପର୍ଟ । NIA, ଜମ୍ମୁ-କାଶ୍ମୀର ପୋଲିସର ରାଡାରରେ ଥିଲା ମୂଷା । ଦୀର୍ଘ ସମୟ ହେଲା ଖୋଜୁଥିଲେ ସୁରକ୍ଷା ବାହିନୀ। ମୁସାକୁ ଧରିବା ବା ହତ୍ୟା କରିବା ପାଇଁ ରଖାଯାଇଥିଲା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ବୈସାରଣ ଘାଟି ଆକ୍ରମଣର ପ୍ଲାନିଂ ଓ ଏକଜିକ୍ୟୁସନେରେ ଥିଲା ତାର ବଡ଼ ଭୂମିକା। ଏପ୍ରିଲ ୧୫ ତାରିଖରୁ ହିଁ ମୁସା ବୈସାରଣ ଘାଟିରେ ଥିଲା। ୭ ଦିନ ଯାଏଁ ଆକ୍ରମଣସ୍ଥଳ ବୈସାରଣ ଘାଟିର ରେକି କରିଥିଲା ମୁସା। ମୁସା ଥିଲା ପାକିସ୍ତାନର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ SSGର ପାରା କମାଣ୍ଡୋ। ୨୦୨୨ରେ ଭାରତରେ ଅନୁପ୍ରବେଶ କରି ଆତଙ୍କୀ ସଂଗଠନ ଲସ୍କର ଏ ତୈଇବାରେ ସାମିଲ ହୋଇଥିଲା। ବହୁ ଆକ୍ରମଣର ଷଡ଼ଯନ୍ତ୍ର ରଚନା କରିଥିଲା।

କେବଳ ପହଲଗାମ ଆକ୍ରମଣ ନୁହେଁ ସୋନମର୍ଗ ସୁଡ଼ଙ୍ଗ ଆକ୍ରମଣର ବି ନେତୃତ୍ବ ନେଇଥିଲା ମୁସା, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଲି ଏତିକି ନୁହେଁ ଗନ୍ଦରବଲ ଓ ବାରାମୂଲା ଆକ୍ରମଣରେ ବି ସାମିଲ ଥିଲା ମୁସା। ପହଲଗାମ ଆକ୍ରମଣ ପରଠାରୁ ମୁସା ଦାଗିଚାମ ଓ ଲିଡବାସ ଜଙ୍ଗଲରେ ଲୁଚିଥିଲା, ସୁଯୋଗ ଦେଖି ପାକିସ୍ତାନ ଖସି ପଳାଇବାକୁ ଅପେକ୍ଷା କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Mahadev: Pahalgam attack mastermind was caught napping | Argus News