ବୁନ୍ଦେ ପାଣି ପାଇଁ ଛଟପଟ ହେଉଥିଲା ମାଳଦ୍ୱୀପ

ନୂଆଦିଲ୍ଲୀ: ବର୍ଷ ୨୦୧୪ ମାଳଦ୍ୱୀପ ଏକ ଭୟଙ୍କର ସଙ୍କଟ ଦେଇ ଗତି କରୁଥିଲା। କାରଣ ଥିଲା ରାଜଧାନୀ ମାଲେର ଗୋଟିଏ ମାତ୍ର ଓ୍ୱାଟର ଡିଷ୍ଟିଲେଶନ ପ୍ଲାଣ୍ଟର ଖରାପ ହେବା। ଏଥିରେ ନିଆଁ ଲାଗି ଯିବାରୁ ପୁରା ଦେଶ ପିଇବା ପାଣି ଯୋଗୁଁ ଶଙ୍କଟରେ ପଡିଯାଇଥିଲା। ପାଣି ପାଇଁ ହାହାକାର ଘୋଟି ଯାଇଥିଲା। ଚାରିପାଖ ସୁମୁଦ୍ର ଦ୍ୱାରା ଘେରି ହୋଇଥିବା ଏହି ଆଇଲ୍ୟାଣ୍ଡ ଦେଶ ପାଖରେ ପ୍ଲାଣ୍ଟ ବ୍ୟତିତ ପାଣି ପାଇଁ ଅନ୍ୟ ବିକଳ୍ପ ନଥିଲା। କେବଳ ଗୋଟିଏ ଅପ୍ଶନ ବଞ୍ଚିଥିଲା.. ତାହା ଥିଲା ପଡୋଶୀ ଦେଶଠୁ ସାହାର୍ଯ୍ୟ। ଶ୍ରୀଲଙ୍କା ଏବଂ ଚୀନ୍ ମଧ୍ୟ ସାହାର୍ଯ୍ୟ କରିବାକୁ କଥା ଦେଇଥିଲେ। କିନ୍ତୁ ଯଥାଶିଘ୍ର ସାହାଯ୍ୟ ଦେବା ଏହି ଦେଶମାନଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ହେଲେ ଭାରତ ଆଗେଇ ଆସିଥିଲା । ଅତି ଶୀଘ୍ର ଆରମ୍ଭ କରିଦେଲା ସାହାର୍ଯ୍ୟ। 'ଅପରେଶନ ନୀର ' ମାଧ୍ୟମରେ ଭାରତ ନା କେବଳ ସାହାର୍ଯ୍ୟ କରିଥିଲା ବରଂ ମାଳଦ୍ୱୀପକୁ ପୁରା ଶଙ୍କଟରୁ ଉଦ୍ଧାର କରିଥିଲା। ଦେଶରେ ପ୍ରତ୍ୟେକ ଦିନ ଆବଶ୍ୟ ହେଉଥିଲା ୧୦୦ ଟନ୍ ପାଣି। ଏହି ପାନୀୟ ଜଳ ଯୋଗାଇବାରେ ଭାରତ କୁ ଏଥିପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।
ଅପରେସନ ନୀର- ସେ ସମୟରେ ଭାରତର ବିଦେଶ ମନ୍ତ୍ରୀ ଶୁଷମା ସ୍ୱରାଜ ଥିଲେ ଏବଂ ବିଦେଶ ସଚିବ ଥିଲେ ଏସ ଜୟଶଙ୍କର। ମାଳଦ୍ୱୀପର ବିଦେଶ ମନ୍ତ୍ରୀ ପାନୀୟଜଳ ଶଙ୍କଟ ବିଷୟରେ ଶୁଷମା ସ୍ୱରାଜଙ୍କୁ ଅବଗତ କରାଇଲେ। ସାଙ୍ଗେ ସାଙ୍ଗେ ଶୁଷମା ସ୍ୱରାଜ କହିଥିଲେ ଚିନ୍ତା କରନାହିଁ.. ଖୁବ୍ ଶୀଘ୍ର ସାହାଯ୍ୟ ପହଞ୍ଚିଯିବ। ଆଉ ତା ପରେ ଆରମ୍ଭ ହୋଇଥିଲା ଅପରେଶନ ନୀର'। ପ୍ରଥମ 12 ଘଣ୍ଟା ଅତ୍ୟନ୍ତ ଜଟିଳ ଥିଲା । ସେହି ୧୨ ଘଣ୍ଟା ମଧ୍ୟରେ ଭାରତୀୟ ବାୟୁସେନା ର C17 ଗ୍ଲୋବ ମାଷ୍ଟର -୩ ଏବଂ IL -76 ବିମାନ ୩୭୫ ଟନ ପିଇବା ପାଣି ନେଇ ପହଞ୍ଚିଥିଲା ମାଳଦ୍ୱୀପରେ। ଏହାପରେ ନୌସେନାର ଆଇଏନଏସ ଦୀପକ ଏବଂ ଆଇଏନଏସ ସୁକନ୍ୟା ପାଖାପାଖି ୨୦୦୦ ଟନ ପାଣି ମାଳଦ୍ୱୀପରେ ପହଞ୍ଚାଇଥିଲେ।
କେଉଁ କେଉଁ ସମୟରେ ଭାରତ କରିଥିଲା ସାହାଯ୍ୟ
ଅପରେସନ୍ କାକଟସ୍- 1988 ରେ ଭାରତରେ ଚାଲିଥିବା ବିଦ୍ରୋହକୁ ଦମନ କରିବା ପାଇଁ ଏବଂ ସରକାର କୁ ସାହାଯ୍ୟ ଉଦ୍ଦେଶ୍ୟରେ ଭାରତର ସେନା ଅପରେଶନ କାକଟସ୍ ଆରମ୍ଭ କରିଥିଲେ। ଶ୍ରୀଲଙ୍କାର ପିପୁଲସ୍ ଲିବରେଶନ ଅର୍ଗାନାଇଜେଶନ ଅଫ ତାମିଲ ଇଲମ ର ବ୍ୟବଶାୟୀ ମାନେ ମାଳଦ୍ୱୀପରେ ଧ୍ୱଶ ରଚାଇଥିଲେ। ସେହି ସମୟରେ ଦେବଦୂତ ଭାବେ ଉଭା ହୋଇଥିଲା ଭାରତୀୟ ସେନା।
ଅପରେସନ ସି ଓ୍ୱେବ୍ସ- ମାଳଦ୍ୱୀପ ୨୬ ଡିସେମ୍ବର ୨୦୦୪ ରେ ଭୟାନକ ସୁନାମି ଆସିଥିଲା । ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏ ବିପତ୍ତରୁ ମଧ୍ୟ ଉଦ୍ଧାର କରିଥିଲା ଭାରତ। ଭାରତ ର ଦୁଇଟି ବିମାନ ରିଲିଫ ସାମଗ୍ରୀ ନେଇ ୨୪ ଘଣ୍ଟା ମଧ୍ୟରେ ପହଞ୍ଚିଥିଲା ମାଳଦ୍ୱୀପରେ।
📱 Get Argus News App
✨କରୋନା- ବର୍ଷ ୨୦୨୧.. ମହାମାରୀ କରୋନାରେ କବଳିତ ଥିଲା ମାଳଦ୍ୱୀପ। ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନେତୃତ୍ୱରେ ଏକ ବଡ ଡାକ୍ତରି ଟିମ୍ ପଠାଯାଇଥିଲା ମାଳଦୀପକୁ। ଏଭଳି ଅନେକ ବଡ ବଡ ବିପତ୍ତିରେ ମାଳଦ୍ୱୀପ ସହ ଠିଆ ହୋଇଛି ଭାରତ । ଅନେକ ଶଙ୍କଟରୁ ଉଦ୍ଧାର କରିଛି ଭାରତ। ଯଦି ଭାରତ ନଥାନ୍ତା ତେବେ ମାଳଦ୍ୱୀପର ଆଜି ନାମୋନିଶାନ ନଥାନ୍ତା।
ଅଧିକ ଦେଖନ୍ତୁ :