Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindhu: ଯୁଦ୍ଧ ସ୍ଥଳିରୁ ଭାରତୀୟଙ୍କୁ ଉଦ୍ଧାର କଲା ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindhu: ଯୁଦ୍ଧ ସ୍ଥଳିରୁ ଭାରତୀୟଙ୍କୁ ଉଦ୍ଧାର କଲା ଭାରତ

Key Points

୨ ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ।

ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ଟେଲିଗ୍ରାମ୍‌ କିମ୍ବା ଏମର୍ଜେନ୍ସି ନମ୍ବର ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।

ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ମୁହାଁ ଭାରତୀୟ । ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ଫେରିଛନ୍ତି ମୋଟ ୮୨୭ ଭାରତୀୟ ନାଗରିକ । ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଆଜି ଫେରିଛନ୍ତି ଆଉ ୩୧୦ ଭାରତୀୟ ନାଗରିକ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ ୨୯୦ ଭାରତୀୟ। ଭାରତ ପାଇଁ ଇରାନ ସରକାର ଆକାଶ ମାର୍ଗ ଖୋଲିବା ପରେ ବିମାନରେ ସିଧାସଳଖ ଇରାନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ।


ଏହାର ୨ ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଇରାନରୁ ଭାରତୀୟ ସିଧାସଳଖ ଆସିପାରିନଥିଲେ । ଇରାନରେ ଭାରତୀୟ ଦୂତାବାସର ସହଯୋଗରେ ଆର୍ମେନିଆ ଓ ଦୋହା ଦେଇ ଫେରିଥିଲେ ଭାରତୀୟ ।


ଇରାନରେ ଫସିଥିବା ଭାରତୀୟଙ୍କ ସମେତ ନେପାଳ ଓ ଶ୍ରୀଲଙ୍କା ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରିବାକୁ ଘୋଷଣା କରିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ଦୁଇ ପଡୋଶୀ ଦେଶର ଔପଚାରିକ ଅନୁରୋଧ ପରେ ଇରାନରେ ନିଜର ସ୍ଥାନାନ୍ତର ପ୍ରୟାସକୁ ବିସ୍ତାର କରି ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଭାରତର ସରକାର ନିଷ୍ପତ୍ତି ନେଇଛନ୍ତି ।


ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ଟେଲିଗ୍ରାମ୍‌ କିମ୍ବା ଏମର୍ଜେନ୍ସି ନମ୍ବର 989010144557,989128109115 କିମ୍ବା 989128109109ରେ ସଂପର୍କ କରିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାରି ଭିତରେ ଆହୁରି ଘନୀଭୂତ ହୋଇଛି ଇସ୍ରାଏଲ ଓ ଇରାନ ଯୁଦ୍ଧ ସ୍ଥିତି । IDF ଆକ୍ରମଣରେ ଇରାନର ନ୍ୟୁକ୍ଲିୟର ସିଟି ଇସ୍ଫାହନରେ ବଡ଼ ବିସ୍ଫୋରଣ ହୋଇଛି । ଇରାନ ରିଭୋଲ୍ୟୁସନ ଗାର୍ଡର UAV କମାଣ୍ଡର ହୋଇଛନ୍ତି ନିହତ । ସେପଟେ ତେଲ ଅଭିଭ ଉପରେ ବାଲାଷ୍ଟିକ୍ ମିସାଇଲ ମାଡ଼ କରି ପାଲଟା ଜବାବ ଦେଉଛି ଇରାନ । ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ଇରାନର ନ୍ୟୁକ୍ଲିୟର ଠିକଣା ଓ କାରଖାନା ଅଞ୍ଚଳକୁ ଟାର୍ଗେଟ କରୁଛି ।


ସେହିପରି ଇରାନ୍‌ର କ୍ଷେପଣାସ୍ତ୍ର ଇସ୍ରାଏଲର ହସ୍ପିଟାଲରେ ମାଡ କରିବା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଥିବାରୁ ଜନବସତି ଅଞ୍ଚଳରେ ଅନେକ କ୍ଷୟକ୍ଷତି ହେଉଛି । ଫଳରେ ସର୍ବସାଧାରଣଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଇରାନର ହାଇପରସୋନିକ୍ ସଜ୍ଜଲ କ୍ଷେପଣାସ୍ତ୍ର ଇସ୍ରାଏଲର ଆଇରନ ଡୋମକୁ ନଷ୍ଟ କରିବା ପରେ ପ୍ରଥମ ଥର ପାଇଁ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଲାଗିଛି ବଡ ଝଟକା ।


ଏପଟେ ଆତଙ୍କୀଙ୍କୁ ମୂଳପୋଛ କରିବାକୁ ନେତାନ୍ୟାହୁ ଦେଇଛନ୍ତି ଧମକ । ଯୁଦ୍ଧ ଭିତରେ ଥରିଛି ଇରାନ୍ । ଇସ୍ରାଏଲ ସହିତ ଉତ୍ତେଜନା ମଧ୍ୟରେ ଇରାନର ଯୁଦ୍ଧ ପ୍ରଭାବିତ ସେମନାନରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି ।

Sponsored
Operation Sindhu: Indian students return from Iran, land in Delhi | Argus News