Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ ସିନ୍ଦୁର ଲୋଗୋ ଡିଜାଇନ: ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅପରେସନ ସିନ୍ଦୁର ଲୋଗୋ ଡିଜାଇନ: ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ

Key Points

ଅପରେସନ ସିନ୍ଦୁର ଲୋଗୋ ଡିଜାଇନ ପଛରେ କିଏ ?
ଅପରେସନ ସିନ୍ଦୁର ଲୋଗୋ ଡିଜାଇନ ପଛରେ ୨ ସୈନିକ
ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ
ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପ୍ରତିଫଳିତ

ଅପରେସନ ସିନ୍ଦୁର, କେବଳ ନାାଁ ନୁହେଁ ଏହାର ଲୋଗୋରେ ମଧ୍ୟ ରହିଛି ସ୍ବତନ୍ତ୍ରତା । ତେବେ କିଏ କରିଛି ଏହି ଲୋଗୋ ଡିଜାଇନ୍ । ଲୋଗୋ ଡିଜାଇନ ପଛରେ ରହିଛି କିଏ ? ଜାଣିବାକୁ ନିହାତି ଉତ୍କଣ୍ଠା ରହିଥିବ ସମସ୍ତଙ୍କ ମନରେ । ଅପରେସନ ସିନ୍ଦୁର ଲୋଗୋ ଡିଜାଇନ ପଛରେ ରହିଛନ୍ତି ୨ ସୈନିକ । ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହଙ୍କ ଦ୍ୱାରା ଅପରେସନ ସିନ୍ଦୂର ଲୋଗୋ ପ୍ରସ୍ତୁତ କରାଯାଇଥିଲା।

ଏଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପ୍ରତିଫଳିତ ହୋଇଛି । ଡିଜାଇନରେ ଅପରେସନ ସିନ୍ଦୂରର ନାମ ବୋଲ୍ଡ ଅକ୍ଷରରେ ଲେଖାଯାଇଛି । ଯେଉଁଥିରେ ଲାଲ ସିନ୍ଦୂର ପାତ୍ର ପରି 'O' ଆକାରରେ ଲେଖା ହୋଇଛି । ଢଳାଯାଇଥିବା ସିନ୍ଦୂର ହିନ୍ଦୁ ବିଧବା ମହିଳାମାନଙ୍କୁ ପ୍ରତିନିଧିତ୍ୱ କରେ । ଯେଉଁମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସେମାନଙ୍କ ସ୍ୱାମୀଙ୍କୁ ହରାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
operation-sindhu-logo-design-lieutenant-colonel-harsh-gupta-and-havildar-surinder-singh | Argus News