କେଉଁଠି ଲୁଚିଛି ମସୁଦ ଅଝାର ? ଅବ ତକ 100ରୁ ଅଧିକ ଆତଙ୍କୀ ଖଲାସ

ସରିନି ଅପରେସନ ସିନ୍ଦୁର...ଏ ପର୍ଯ୍ୟନ୍ତ 100ରୁ ଅଧିକ ଆତଙ୍କବାଦୀ ଖଲାସ...ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ...ଜୈସ ଆତଙ୍କବାଦୀ ଅବଦୁଲ ରୌଫ ଆଜହର ଖତମ...ଇଏ ହେଉଛି ଅବଦୁଲ ରୌଫ ଆଜହର...ଭାରତୀୟ ସେନାର ମିଶାଇଲ ମାଡ଼ରେ ଅବଦୁଲର ଜୀବନ ଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା... 1999 ଡିସେମ୍ବର 24 କାନ୍ଦାହାର ଫ୍ଲେନ୍ ହାଇଜାକର ମାଷ୍ଚରମାଇଣ୍ଡ ଥିଲା ରଉଫ ଅସଗର...ମାସୁଦ ଅଜହରର ଭାଇ ହେଉଛି ରଉଫ ଅସଗର...ଏବେ ଜୈସ- ଏ- ମହମ୍ମଦର ନେତୃତ୍ବ ନେଉଥିଲା ରଉଫ ।
ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ତାର ଭୂମିକା ପାଇଁ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ଥିଲା ସେ ...ଅପରେସନ ସିନ୍ଦୁରରେ ମସୁଦ ଆଝାର ଭାଇ ନିପାତ...ଖାଲି ମସୁଦର ଭାଇ ନୁହେଁ , ଭାଇକୁ ମିଶାଇ ତା ପରିବାରର 10 ଆତଙ୍କୀଙ୍କ ଜୀବନ ଯାଇଛି...ଏ କଥା ମସୁଦ ମଧ୍ୟ ମାନିଛି ...ଇଏ ହେଉଛି ପାକିସ୍ତାନର ପଞ୍ଜାବରେ ଥିବା ଜୈସ- ଏ- ମହମ୍ମଦର ହେଡ କ୍ବାଟର୍ସ ବାହଓ୍ବାଲପୁର...ଭାରତର ମିସାଇଲ ଆଟାକରେ ଧ୍ବସ୍ତ ବିଧ୍ବସ୍ତ...ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କର ଏହି ଆକ୍ରମଣରେ ଜୀବନ ଯାଇଛି ...ଲସ୍କର-ଏ- ତୋଇବା, ହିଜବୁଲ ମୁଜାହିଦିନର କ୍ୟାମ୍ପ ମଧ୍ୟ ଛିନଛତର ହୋଇଯାଇଛି ।
ନମାଜେ ଏ ଜନାଜା ପଢୁଛି ଆତଙ୍କୀ ହାଫିଜ୍ ରୌଫ୍। ହାପିଜ୍ ରୌଫ୍ ହେଉଛି ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ। ହାଫିଜ୍ ରୌଫ୍ଲ ଲସ୍କର ଏ ତୋଇବାର ସିନିୟର କମାଣ୍ଡର। ଆତଙ୍କୀର ଶ୍ରଦ୍ଧାଞ୍ଜଳିରେ ସାମିଲ ହୋଇଛି ପାକିସ୍ତାନ ଆର୍ମି। ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଫୁଲ ଦେଇ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ଆର୍ମି ଚିଫ୍ ଆସିଫ୍ ମୁନୀରର ଫୁଲତୋଡ଼ା ବି ବଢାଉଛି ସନ୍ଦେହ। ...ପ୍ରଶ୍ନ କେଉଁ ବଡ଼ ଆତଙ୍କୀର ଇଏ ଡେଡବଡି। ହାପିଜ୍ ସୟିଦର ଇଏ ମୃତଦେହ କି...ହାଫିଜର ମୁଦିରକେ ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ହମଲା। ଅପରେସନ୍ ସିନ୍ଦୂରରେ ହାଫିଜ୍ ଖେଳ ଖତମ୍ କି...ମିଶାଇଲ୍ ମାଡ଼ରେ ମୃତ୍ୟୁ ହେଲା କି ଆତଙ୍କୀ ସୈତାନର...ଅପରେସନ୍ ସିନ୍ଦୂରରେ ମୃତ ଆତଙ୍କୀର ଶେଷକୃତ୍ୟର ଭିଜୁଆଲ୍ ବଢ଼ାଇଲା ସନ୍ଦେହ। ମୋଷ୍ଟ ଓ୍ବାଣ୍ଟେଡ ଦାଉଦ ଇବ୍ରାହିମ ର ମଧ୍ୟ ଛନକା ପଶିଛି । ବିଶ୍ବର ଏହି ମୋଷ୍ଟ ଓ୍ବାଣ୍ଟେଡ ଏବେ କେଉଁଠି ।
