Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାକିସ୍ତାନକୁ ଡୋଭାଲଙ୍କ କଡା ଚେତାବନୀ; ଦୃଢ ଜବାବ ଦେବାକୁ ଆମେ ପ୍ରସ୍ତୁତ

National

ପାକିସ୍ତାନକୁ ଡୋଭାଲଙ୍କ କଡା ଚେତାବନୀ; ଦୃଢ ଜବାବ ଦେବାକୁ ଆମେ ପ୍ରସ୍ତୁତ

Smruti Parija
Browse all articles by Smruti Parija
·1 year ago·3 min read
ପାକିସ୍ତାନକୁ ଡୋଭାଲଙ୍କ କଡା ଚେତାବନୀ; ଦୃଢ ଜବାବ ଦେବାକୁ ଆମେ ପ୍ରସ୍ତୁତ

Key Points

ପାକିସ୍ତାନକୁ ଡୋଭାଲଙ୍କ କଡା ଚେତାବନୀ
ଯଦି ପାକିସ୍ତାନ କିଛି ବି ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ନିଏ
ଆକ୍ସନ ପ୍ଲାନ 2.0 Ready

କୁହାଯାଏ ଯେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଗୋଳା ବାରୁଦରେ ନୁହେଁ ବରଂ କୂଟନୀତିରେ ମଧ୍ୟ ଲଢା ଯାଏ । ମହାଭାରତରେ ମାମୁଁ ସକୁନୀ, ରାମାୟଣରେ ମନ୍ଥରା ବି ବିନା ଅସ୍ତ୍ରରେ ଯୁଦ୍ଧ କରିଥିଲେ । ଗୋଟେ ଅପମାନର ବଦଲା ନେବା ପାଇଁ ଚାଣକ୍ୟ ବି ଯୁଦ୍ଧ କରିଥିଲେ । ଠିକ୍ ସେମିତି ଭାରତ ପାଇଁ ଚାଣକ୍ୟ ସାଜିଛନ୍ତି ଅଜିତ ଡୋଭାଲ୍ । ନାଁ ଟି କାହା ପାଇଁ ଅଜଣା ନୁହେଁ କି ଅଶୁଣା ବି ନୁହେଁ । କମ୍ କଥା ବେଶୀ କାମ କରୁଥିବା ସେ ବ୍ୟକ୍ତି ଜଣକ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଡୋଭାଲ୍ ।



'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିବା ପରେ, ଭାରତ ଏବେ ବିଶ୍ୱ ମଞ୍ଚରେ ପାକିସ୍ତାନକୁ ଅଲଗା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି । ଯାହାର କମାଣ୍ଡ ଇନ୍ ଚିଫ୍ ସାଜିଛନ୍ତି ଡୋଭାଲ୍ ।


ଭାରତୀୟ ସଶସ୍ତ୍ର ବାହିନୀର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଅନେକ ଦେଶର ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି । ସ୍ପଷ୍ଟ ଭାବରେ ସେ ଏହା କହିଛନ୍ତି ଯେ, ଭାରତ ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁନାହିଁ । ଯଦି ପାକିସ୍ତାନ କୌଣସି ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଭାରତ ମଧ୍ୟ ଏହାର 'କଡ଼ା ଜବାବ' ଦେବାକୁ ପ୍ରସ୍ତୁତ । ଅଜିତ ଡୋଭାଲଙ୍କ ଏହି ମେସେଜ୍ ଭାରତର ଆଭିମୁଖ୍ୟକୁ ସୂଚାଉଛି ।


ଯେତେବେଳେ ଏମିତି କିଛି ପରିସ୍ଥିତି ଆସେ ସେତେବେଳେ ଜଣେ ବ୍ୟକ୍ତି ଯାହାଙ୍କ ଉପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପୁରା ଦେଶବାସୀ ଭରସା କରିଥାନ୍ତି ।


ଚୀନକୁ ଡୋଭାଲଙ୍କ ସ୍ପଷ୍ଟ ଜବାବ


ଅପରେସନ ସିନ୍ଦୂର ପରେ ଡୋଭାଲ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଫୋନ୍ ଯୋଗେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିଛନ୍ତି । ସଫା ସଫା ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି ଡୋଭାଲ୍ ଯଦି ପାକିସ୍ତାନ କୌଣସି ପଦକ୍ଷେପ ନିଏ, ତେବେ ଆମେ ଉପଯୁକ୍ତ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭାରତ ଶାନ୍ତି ଚାହୁଁଛି, କିନ୍ତୁ ଯଦି ପାକିସ୍ତାନ ଆଙ୍ଗୁଠି ଉଠାଇବ, ତେବେ ଭାରତ ତା'ର ହାତ ମୋଡ଼ିବାକୁ ବିଳମ୍ବ କରିବ ନାହିଁ । ପାକିସ୍ତାନ ଯଦି ଉତ୍ତେଜନା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଏ, ତେବେ ଭାରତ ପ୍ରତିଶୋଧ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଶ୍ୱ କୂଟନୀତିରେ ଡୋଭାଲଙ୍କ ଶକ୍ତି


ଡୋଭାଲ ଏତିକିରେ ଅଟକି ନହାନ୍ତି । ବରଂ ଆମେରିକା, ୟୁକେ, ସାଉଦି ଆରବ, ୟୁଏଇ, ଜାପାନ, ରୁଷ ଏବଂ ଫ୍ରାନ୍ସର ଉଚ୍ଚ ପଦାଧିକାରୀଙ୍କ ସହିତ ଯୋଗାଯୋଗ କରିଛନ୍ତି । ପିଟିଆଇ ଅନୁଯାୟୀ, ଡୋଭାଲ ଆମେରିକାର ଏନଏସଏ ମାର୍କୋ ରୁବିଓ, ବ୍ରିଟେନର ଜୋନାଥନ ପାୱେଲ, ସାଉଦି ଆରବର ମୁସାଇଦ ଅଲ ଆଇବାନ, ୟୁଏଇର ଶେଖ ତହନୌନ, ଜାପାନର ମାସାଟାକା ଓକାନୋ, ରୁଷର ସେରଗେଇ ଶୋଇଗୁ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତାଙ୍କ ସହ କଥା ହୋଇଛନ୍ତି ।


ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, "ଡୋଭାଲ ସମସ୍ତଙ୍କୁ ଭାରତର ପଦକ୍ଷେପର ବିସ୍ତୃତ ଭାବରେ ବୁଝାଇଛନ୍ତି । ଭାରତର ଆଭିମୁଖ୍ୟ ଉତ୍ତେଜନା ବୃଦ୍ଧି କରିବା ନୁହେଁ । ଆମେ ଯୁଦ୍ଧ ଚାହୁଁ ନାହୁଁ, କିନ୍ତୁ ଯଦି ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଆମେ ପ୍ରସ୍ତୁତ ।


ଭାରତର ସର୍ତ୍ତ: ଶାନ୍ତି, କିନ୍ତୁ ନିଜସ୍ୱ ସର୍ତ୍ତରେ


ଡୋଭାଲ ପ୍ରତ୍ୟେକ ଦେଶକୁ ବୁଝାଇଥିଲେ ଯେ ଭାରତ ଏହାର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି । ଭାରତ ଶାନ୍ତିର ପକ୍ଷରେ, କିନ୍ତୁ ନିଜର ପ୍ରତିରକ୍ଷାରେ ପଛକୁ ହଟିବ ନାହିଁ । ସେ ପୁଣି ଥରେ କହିଛନ୍ତି ଯେ ଭାରତ ପ୍ରଥମେ ଆକ୍ରମଣ କରିବ ନାହିଁ, କିନ୍ତୁ ଯେକୌଣସି ଆକ୍ରମଣର ନିଶ୍ଚିତ ଭାବରେ ଦୃଢ ଜବାବ ଦେବ ।
ପାକିସ୍ତାନ ଉପରେ ପୁରା ବିଶ୍ୱର ଚାପ


ଏହି କୂଟନୈତିକ ପଦକ୍ଷେପ ପାକିସ୍ତାନ ଉପରେ ଚାପ ବୃଦ୍ଧି କରିଛି । ଏବେ ସମଗ୍ର ବିଶ୍ୱ ପାକିସ୍ତାନ ପରବର୍ତ୍ତୀ ପଦକ୍ଷେପ କ’ଣ ନେଉଛି ତାହା ଉପରେ ନଜର ରଖିଛି । ଗୋଟିଏ କଥା ସ୍ପଷ୍ଟ - ଭାରତ କେବଳ କ୍ଷେତ୍ରରେ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ନିଜର ଶକ୍ତି ପ୍ରମାଣିତ କରିଛି ।

Education Next Season 5
Sponsored
operation-sindoor-ajit-doval-speaks-with-nsas-of-several-countries | Argus News