Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ଖବର ପଢ଼ିବା ବେଳେ କାନ୍ଦିଲେ ଆଙ୍କର, ଟ୍ରୋଲ କଲେ ୟୁଜର ! ଦେଖନ୍ତୁ.. Viral Video

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindoor: ଖବର ପଢ଼ିବା ବେଳେ କାନ୍ଦିଲେ ଆଙ୍କର, ଟ୍ରୋଲ କଲେ ୟୁଜର ! ଦେଖନ୍ତୁ.. Viral Video

ରାତି ପାହିଲା ବେଳକୁ ପାକିସ୍ତାନ ଧୁଆଁ ମୟ । ମାତ୍ର ୨୫ ମିନିଟ୍‌ରେ ଛାରଖାର ହୋଇଗଲା ପାକିସ୍ତାନର ୯ଟି ଅଞ୍ଚଳ । ଗୋଟିଏ କି ଦୁଇଟି ନୁହେଁ ୨୫ ମିନିଟ୍‌ ଭିତରେ ଏକାଥରକେ ୨୬ ମିସାଇଲ ମାଡ଼ କଲା ଭାରତ । ଭାରତ ନିଜ ସୀମା ଭିତରେ ରହି ଏହି ମିସାଇଲ ମାଡ଼ କରିଥିବା ଜଣାପଡ଼ିଛି । ଏହି ମିସାଇଲ ଆଟାକ୍‌ ପରେ ଏବେ ପାକିସ୍ତାନ ଗଣମାଧ୍ୟମରେ ପଡ଼ିଛି କାନ୍ଦ ବୋବାଳି । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଯେଉଁ ଗଣମାଧ୍ୟମ ପହଲଗାମ ଘଟଣା ପରେ ପାକିସ୍ତାନର ପାଓ୍ୱାରକୁ ନେଇ ଗର୍ବ କରୁଥିଲା ସେହି ଗଣମାଧ୍ୟମରେ ଏବେ କାନ୍ଦ ବୋବାଳି ପଡ଼ିଛି ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ଗଣମାଧ୍ୟମ ଉପସ୍ଥାପିକା ବା ଆଙ୍କର ଏହି ଖବର ପରିବେଶଣ କରୁଥିବା ବେଳେ କାନ୍ଦି କାନ୍ଦି ଖବର ପଢ଼ୁଛନ୍ତି । ସେଥିରେ ସେ କହୁଛନ୍ତି 'ଯାହା ହେଲେ ଠିକ୍ ହେଲାନି । ଏମିତି ହେବାର ନଥିଲା । ଏଥିରେ ଅନେକ ଜୀବନ ଚାଲିଯାଇଛି । ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କର ଆଲ୍ଲାଙ୍କ ସହ ଭେଟ ହେବ । ସେମାନେ ନିଶ୍ଚିତ ଆଲ୍ଲାଙ୍କୁ କହିବେ, ଏଠି ଆମେ କେମିତି ରହୁଛୁ । ଆମ ସହ କିଭଳି ପରିସ୍ଥିତି ଉପୁଜିଛି ।' ତାଙ୍କର ଏହି ଭିଡିଓକୁ ନେଇ ଏବେ ଟ୍ରୋଲ କରୁଛନ୍ତି ୟୁଜର...

ଅନ୍ୟପଟେ ଏହି Operation Sindoor ପହଲଗାମ ଆତଙ୍କୀ ହମ୍‌ଲାର ଜବାବ ବୋଲି କହିଛି ଭାରତ । ୱିଙ୍ଗ କମାଣ୍ଡର ବ୍ୟୋମିକା, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି, ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ୍‌ କରାଯାଇଛି । କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନି । ଯେଉଁ ୯ଟି ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି, ସେନେଇ ମଧ୍ୟ ସ୍ପଷ୍ଟ କଲେ ।

ଖାଲି ସେତିକି ନୁହେଁ, ଭିଜୁଆଲ ଦେଖାଇ କେଉଁ ସ୍ଥାନରେ ଆକ୍ରମଣ ଜଣାଇଲେ । ପାକିସ୍ତାନ ଭୂଖଣ୍ଡରେ ହୋଇଥିବା ଆକ୍ରମଣ କଥା ବି ସ୍ପଷ୍ଟ କଲେ । ଏମାନେ ପୂର୍ବରୁ ଭାରତରେ କେଉଁ ଆକ୍ରମଣରେ ସଂଶ୍ଲିଷ୍ଟ ଥିଲେ ତାହା ବି ଜଣାଇଲେ । ସଠିକ ସ୍ଥାନ ଓ ସମୟର ପୂରା ପ୍ରମାଣ ରଖିଲେ ଦେଶବାସୀଙ୍କ ଆଗରେ । ସୀମାଠୁ ୧୦୦ କିମି ଦୂର JeM କ୍ୟାମ୍ପ୍‌ ଛାରଖାର ହୋଇଛି କହିଲେ । କୌଣସି ସାମରିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିନି ବୋଲି ମଧ୍ୟ କହିଲା ଭାରତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor: Anchor cried while reading the news, trolled by user! Watch.. Viral Video | Argus News