Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Ritu Das
Browse all articles by Ritu Das
·1 year ago·2 min read
Operation Sindoor: ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପିଓକେରେ ଭାରତ କରିଥିବା ଏୟାରଷ୍ଟ୍ରାଇକ୍‌ ସଂପର୍କରେ ତିନି ସେନା ମୁଖ୍ୟଙ୍କ ସହ କଲେ ଆଲୋଚନା । ଯେଉଁଥିରେ ସ୍ଥଳ ସେନା, ବାୟୁସେନା, ନୌସେନାର ମୁଖ୍ୟଙ୍କ ସହ କରିଛନ୍ତି ଆଲୋଚନା । ସେପଟେ ଆତଙ୍କୀ ଠିକଣାରେ ଆକ୍ରମଣ ନେଇ ସକାଳ ୧୦ ଟା ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯିବ । ଯେଉଁଥିରେ ଆତଙ୍କୀ ଠିକଣାରେ ଆକ୍ରମଣ ନେଇ ସବିଶେଷ ତଥ୍ୟ ଦିଆଯାଇପାରେ । ଗତ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା । ଯେଉଁଥିରେ ୨୮ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଥିଲା ।


ମୃତକଙ୍କ ମଧ୍ୟରୁ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ତେବେ ଭାରତରେ ଆତଙ୍କବାଦୀଙ୍କ ଏଭଳି ବର୍ବରତା ପରେ ଆକ୍ସନମୋଡ଼କୁ ଆସିଥିଲେ ଭାରତୀୟ ସରକାର । ଲଗାତର ଭାବେ ଆତଙ୍କୀଙ୍କ ଠିକଣା ଉପରେ ନଜର ରଖିଥିଲେ । ଶେଷରେ ମଙ୍ଗଳବାର ବିଳମ୍ବିତ ରାତି ( ମେ ୭)ରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତୀୟ ସେନା । ଯେଉଁଥିରେ ୯ ଆତଙ୍କୀଙ୍କ ଆଡ୍ଡା ଉପରେ ହୋଇଛି ଏୟାରଷ୍ଟ୍ରାଇକ୍‌ । ମିଳିଥିବା ତଥ୍ୟ ଅନୁସାରେ ୯୦ ଆତଙ୍କୀ ନିହତ ହୋଇଥିବାର ସୂଚନା ମିଳିଛି । ଅପରେସନ ସିନ୍ଦୂର ଆଧାରରେ ଭାରତ ବହାବଲପୁର, ମୁରିଦକେ, ଗୁଲପୁର, ଭୀମବର, ଚକ ଅମରୁ, ବାଗ, କୋଟଲି, ସିୟାଲକୋଟ ଓ ମୁଜଫରାବାଦରେ ସ୍ଥିତ ୯ଟି ଆତଙ୍କୀ ଶିବିରକୁ ଟାର୍ଗେଟ୍ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ ବହାବଲପୁରରେ ଜୈଶ ଏ ମହମ୍ମଦ ଓ ମୁରିଦକେରେ ସ୍ଥିତ ଲସ୍କର ଏ ତୋଇବାର ଶୀର୍ଷ ଆତଙ୍କବାଦୀ ଲିଡରଙ୍କ ଅନ୍ତ କରିବା ଥିଲା । RAW ଦ୍ୱାରା ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ୯ଟି ଲକ୍ଷ୍ୟକୁ ଚିହ୍ନଟ କରାଯାଇଥିଲା । ଏନଏସଏ ଅଜିତ ଡୋଭାଲ ଅପରେସନର ପ୍ରସ୍ତୁତି ପାଇଁ ସୁରକ୍ଷା ଓ ପ୍ରତିରକ୍ଷା ଏଜେନ୍ସି ସହ ୧୫ରୁ ଅଧିକ ବୈଠକ କରିଥିଲେ ।

Sponsored
operation-sindoor-defence-minister-rajnath-singh-speaks-to-three-service-chiefs | Argus News