Operation Sindoor: ଭୁଜ୍ ଏୟରବେସରୁ ପାକିସ୍ତାନକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଲଲକାର

Key Points
ଗତକାଲି ଶ୍ରୀନଗରର ବାଦାମୀବାଗ୍ ଏୟର ବେସ ପରେ ଆଜି ଗୁଜରାଟର ଭୁଜ ଏୟରବେସ୍
ଗତକାଲି ଶ୍ରୀନଗରର ବାଦାମୀବାଗ୍ ଏୟର ବେସ ପରେ ଆଜି ଗୁଜରାଟର ଭୁଜ ଏୟରବେସ୍। ଭାରତର ଏହି ଦୁଇ ପ୍ରମୁଖ ସାମରିକ ଘାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂଙ୍କର ସିଧା ସିଧା ପାକିସ୍ତାନକୁ ଲଲକାର। କହିଦେଲେ ଅପରେସ ସିନ୍ଦୁର ଏବେ ବି ଜାରୀ ରହିଛି ଦୁନିଆ କେବଳ ଟ୍ରେଲର ଦେଖିଛି ଆଗକୁ ଦକକାର ପଡିଲେ ଦୁନିଆକୁ ଦେଖାଇଦେବୁ ପୂରା ପିକଚର। ଏଥି ସହ କହିଛନ୍ତି ପାକିସ୍ତାନ ଏବେ ପ୍ରୋବେସନରେ ଅଛି ଭାରତ ତାର ହରକତ ଉପରେ ରଖିଛି କଡ଼ା ନଜର।
ଭୁଜ ଏୟର ବେସରେ ପହଞ୍ଚିବା ପରେ ଭାରତ ମାତର ଜୟକାର ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଭାରତୀୟ ଜବାନ। ଆଉ ଅପରେସନ ସିନ୍ଦୁରରେ ଭାରତୀୟ ଜବାନ ଦେଖାଇଥିବା ଶୌର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ ରାଜନାଥ। କହିଥିଲେ ଯେତିକି ସମୟ ଜଳଖିଆ ଖାଇବାକୁ ଲାଗେ ସେତିକି ସମୟରେ ଶତ୍ରୁକୁ ସଫା କରିଦେଲେ ଆମ ବୀର ଜବାନ।
ଏଥିସହ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡରୁ ପାକିସ୍ତାନକୁ ମିଳିବାକୁ ଥିବା ୧ ବିଲିଅନ ଡଲାର ସହାୟତାର ପୂନର୍ବିଚାର କରିବାକୁ ଭୂଜ ଏୟର ବେସରୁ ଅପିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ବିଶ୍ବ ସମୁଦାୟକୁ ପ୍ରଶ୍ନ କରିଛନ୍ତି ପାକିସ୍ତାନକୁ କୌଣସି ପ୍ରକାରର ସହାୟତା ଦେବା ଆତଙ୍କବଦୀଙ୍କ ସହାୟତା ଦେବା ସହ ନୁହେଁ କି ସମାନ ?
ଭୁଜ୍ ଏୟର ବେସ୍ ହେଉଛି ସେହି ସ୍ଥାନ ଯାହା ଉପରେ ପାକିସ୍ତାନ କରିଥିଲା ଜୋରଦାର ଆଟାକ୍। କିନ୍ତୁ ଆମର ସ୍ବଦେଶୀ ଏୟର ଡିଫେନ୍ସ ସିଷ୍ଟମ୍ ଆକାଶ ମିସାଇଲ ପାକିସ୍ତାନ ଛାଡ଼ିଥିବା ସବୁ ମିସାଇଲ ଓ ଡ୍ରୋନ୍ କୁ ଆକାଶରେ ହିଁ ଧ୍ବସ୍ତ କରିଦେଇଥିଲା। ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ଜବାନଙ୍କୁ ସମ୍ବୋଧନ କରୁଥିବା ବେଳେ ତାଙ୍କ ପଛରେ ଥିଲା ଭାରତର ସ୍ବଦେଶୀ ଏୟର ଡିଫେନ୍ସ ସିଷ୍ଟମ୍ ଆକାଶ। ଭୁଜ ଏୟର ବେସରୁ ଭାରତୀୟ ଜବାନ ଦେଖାଇଥିବା ସାହସର ପ୍ରଶଂସା କରିଥିଲେ ରାଜନାଥ।
📱 Get Argus News App
✨ଏହି ଭୁଜ ଏୟର ବେସ୍ କୁ କ୍ଷତି ପହଞ୍ଚାଇଥିବା ନେଇ ପାକିସ୍ତାନ କରିଥିଲା ମିଛ ପ୍ରଚାର। ପ୍ରତିରକ୍ଷାମନ୍ତ୍ରୀଙ୍କ ଗସ୍ତ ସହ ସେ ହି ମିଛର ହୋଇଛି ପର୍ଦ୍ଦାଫାସ। ଠିକ୍ ସେହିପରି ଆଦମ୍ ପୁର ଏୟର ବେସ୍ ଯାଇ ପ୍ରଧାନମନ୍ତ୍ରୀ ମୋଦି ବି ପାକିସ୍ତାନର ବଡ଼ ମିଛ ଉପରୁ ଉଠାଇଥିଲେ ପରଦା। ପାକିସ୍ତାନ ଏକଥା ବି ଦାବି କରିଥିଲେ ତାର ମିସାଇଲ ମାଡ଼ରେ ଆଦମପୁର ଏୟର ବେସରେ ମୁତୟନ ଆମ ଏୟର ଡିଫେନ୍ସ ସିଷ୍ଟମ ବି ହୋଇଯାଇଛି ଧ୍ବସ୍ତ। ସେଥିପାଇଁ ପିଏମଙ୍କ ସମ୍ବୋଧନ ବେଳେ ତାଙ୍କ ପଛରେ ଛିଡା ହୋଇଥିଲା ଆମ ଏୟର ଡିଫେନ୍ସ ସିଷ୍ଟମ୍ ଏସ୍ - ୪୦୦। କେତେ ମିଛ ଧରାପାଡ଼ିଲେ ଆଉ କେତେ ଲୋକସହା ହେଲେ ପାକିସ୍ତାନ ନିଜ ଔକାତକୁ ଆସିବ। ଭାରତଠାରୁ ଶୋଚନୀୟ ପରାସ୍ତ ପରେ ନିଜ ଜନତାଙ୍କ କ୍ରୋଧରୁ ବର୍ତ୍ତିବା ପାଇଁ ପାକିସ୍ତାନର ସେନାଠୁ ଆରମ୍ଭ କରି ସରକାର ଯାଏ ଖୋଲି ଦେଇଛନ୍ତି ମିଛର ଭଣ୍ଡାର। ଆଉ ପକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ ଡାରର ମିଛର କରିଛନ୍ତି ସବୁ ସୀମା ପାର।
ସଂସଦରେ ଇଂଲଣ୍ଡର ଦୈନିକ ଖବର କାଗଜ ଦ ଡେଲି ଟେଲିଗ୍ରାଫର ଫେକ୍ କପି ଦେଖାଇ ନିଜ ଏୟର ଫୋର୍ସର ବଡ଼ିମା ବଖାଣିବାକୁ ପଛାଇନାହାନ୍ତି ଡାର। ଦ ଡେଲି ଟେଲିଗ୍ରାଫର ଅସଲ କପି ଦେଖାଇ ଏହାର ପରଦ୍ଦାଫାସ କରିଛି ଭାରତୀୟ ମିଡିଆ। ଟିକେ ଶୁଣନ୍ତୁ ପାକିସ୍ତାନର ଡାହା ମିଛୁଆ ଉପପ୍ରଧାନମନ୍ତ୍ରୀଙ୍କୁ ଶେଷରେ ପ୍ରତିରକ୍ଷା ମନ୍ତ୍ରୀ ଭୂଜରେ ଶାୟର ମାଧ୍ୟମରେ ପାକିସ୍ତାନକୁ ଶୁଣାଇଥିଲେ ଚେତାବନୀ। ଯାହାର ଅର୍ଥ ହେଉଛି କାଗଜର ପୋଷାକ ପିନ୍ଧି ଜ୍ବଳନ୍ତା ଦୀପର ସହରରେ ଚାଲିବା ବେଳେ ସମ୍ଭାଳିକ ଚାଲ କାରଣ ତୁମେ ନିଶାରେ ଅଛ।