Operation Sindoor Effect ! ପାକିସ୍ତାନୀ କହିଲେଣି ଆମେ ପାକିସ୍ତାନଠୁ ଅଲଗା ହେବୁ !

ଭାରତର ଅପରେସନ୍ ସିନ୍ଦୁର ସବୁଠାରୁ ବଡ଼ ପ୍ରଭାବ । ଏବେ ପାକିସ୍ତାନ ଦୁଇ ଭାଗ ହେବାକୁ ଯାଉଛି । ପାକିସ୍ତାନୀ ଆଉ ପାକିସ୍ତାନ ସହ ରହିବାକୁ ଚାହୁଁନାହାନ୍ତି । ଦୀର୍ଘ ଦିନ ଧରି ଲୋକଙ୍କ ମନରେ ଥିବା ଅସନ୍ତୋଷ ଏବେ ପଦାକୁ ଆସିଛି । ଭାରତର ଅପରେସନ୍ ସିନ୍ଦୁର ବା ଭାରତର ମିସାଇଲ ଆଟାକ୍ ତାଙ୍କୁ ଆତଙ୍କୀସ୍ତାନ ବିରୋଧରେ ଛିଡ଼ା ହେବାକୁ ସାହସ ଦେଇଛି । କହିବାକୁ ଗଲେ ପାକିସ୍ତାନରେ ଏବେ ଗୃହ ଯୁଦ୍ଧ ପରିସ୍ଥିତି । ସିନ୍ଧ, ବଲୁଚିସ୍ତାନରେ ତେଜୁଛି ପାକିସ୍ତାନ ସରକାର ଓ ସେନା ବିରୋଧରେ ହୁଙ୍କାର । ଭାରତର ଡ୍ରୋନ ଆକ୍ରମଣ ପରେ ପାକିସ୍ତାନର ଏକାଧିକ ସହରରେ ଜରୁରୀ ପରିସ୍ଥିତି ଘୋଷଣା । ୧୯୭୧ ପରେ ପୁଣିଥରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବା ସମ୍ଭାବନା ।
କରାଚୀରୁ ଲାହୋର ଯାଏ ଧୂଆଁଧୂଆଁ ପାକିସ୍ତାନ । ଭାରତର ଅପରେସନ ସିନ୍ଦୁରକୁ ନେଇ ଥରହର ଆତଙ୍କୀସ୍ତାନ । ସଂସଦରୁ ଶୁଭିଲାଣି ପାକ୍ ସାଂସଦଙ୍କ କୁମ୍ଭୀର କାନ୍ଦଣା । ସିନ୍ଧ, ବଲୁଚିସ୍ତାନରେ ତେଜୁଛି ପାକିସ୍ତାନ ସରକାର ଓ ସେନା ବିରୋଧରେ ହୁଙ୍କାର । ଭାରତର ପହଲଗାମ ହାମଲାର ପ୍ରତିଶୋଧ ଆରମ୍ଭ ପରେ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଛି ପାକିସ୍ତାନ ।
କରାଚୀ, ଗୁଜରାନୱାଲା, ଲାହୋର, ଚକୱାଲ, ଘୋଟକୀ ଏବଂ ଉମରକୋଟରେ ଭାରତ ଡ୍ରୋନ ଆକ୍ରମଣ କରିଥିବା ଦାବି କରିବା ସହ ପ୍ରଭାବିତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଘୋଷଣା କରିଛି ପାକିସ୍ତାନ । ପାକିସ୍ତାନର ତୈଳ ଡିପୋ, ପରମାଣୁ ଠିକଣା ଯାଏ ପହଞ୍ଚିଛି ଡ୍ରୋନ । କରାଚୀ, ସିଆଲକୋଟ ଓ ଲାହାର ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ପାକିସ୍ତାନ । ଗୋଟିଏ ପରେ ଗୋଟିଏ ବିସ୍ଫୋରଣରେ ଆତଙ୍କିତ ପାକିସ୍ତାନ ରକ୍ତମୁଖା ହୋଇ LoCରେ ଭାରତର ସାଧାରଣ ନାଗରିକ, ଗୁରୁଦ୍ବାରକୁ ଟାର୍ଗେଟ୍ କରିଛି । ପାକ୍ ଗୁଳିମାଡ଼ରେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାସହ ୫୦ରୁ ଅଧିକ ନାଗରିକ ଆହତ ହୋଇଛନ୍ତି । ଆକ୍ରମଣର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ ।
📱 Get Argus News App
✨ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନର ହୀନ ପ୍ରୟାସ ଏବେ ପାଲଟିଛି ବୁମେରାଂ । ନିଜ ଷଡ଼ଯନ୍ତ୍ରରେ ନିଜେ ଫସିଛି ପାକ୍ ସରକାର । ଦେଶର ସାଧରଣ ନାଗରିକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଖୋଲିଛନ୍ତି ପାକିସ୍ତାନର ପୋଲ୍ । ଆତଙ୍କବାଦୀଙ୍କୁ ତାଲିମ ଦେଇ ସାରା ବିଶ୍ବକୁ ରପ୍ତାନୀ କରୁଥିବା ପାକିସ୍ତାନର ୯ ଆତଙ୍କୀ ଠିକଣାରେ ଭାରତର ମିଶାଇଲ ଆଟାକକୁ ନେଇ ପାକିସ୍ତାନରେ ଆତଙ୍କ ଖେଳିଯାଇଛି ।
ଆତଙ୍କୀ ବିରୋଧରେ ଭାରତର ଅପରେସନ ସିନ୍ଦୁର ଜାରି ରହିଥିବାବେଳେ ପାକିସ୍ତାନର ସିନ୍ଧ ପ୍ରଦେଶ ଓ ବଲୁଚିସ୍ତାନରେ ପାକ୍ ସରକାର ଓ ସେନା ବିରୋଧରେ ତୀବ୍ର ହେଉଛି ସ୍ବର । ୧୯୭୧ ପରେ ପୁଣିଥରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବା ସମ୍ଭାବନା ବଢ଼ିବାରେ ଲାଗିଛି । ଭାରତକୁ ଯୁଦ୍ଧ ପାଇଁ ଉସୁକାଇବାର ପରିଣାମ ଭୋଗିବ ପାକିସ୍ତାନ । ସିନ୍ଧ, ବଲୁଚିସ୍ତାନ ସହ ଖାଇବର ପାଖତୁନଖ୍ବାର ନେତା ଭାରତକୁ ଖୋଲାଖୋଲି ସମର୍ଥନ କରି ପାକିସ୍ତାନର ନିଦ ହଜାଇଛନ୍ତି ।
୧୯୭୧ ଯୁଦ୍ଧ ପରେ ୨ ଖଣ୍ଡ ହୋଇଥିବା ପାକିସ୍ତାନ ଯଦି ଭାରତକୁ ଯୁଦ୍ଧ କରିବାକୁ ବାଧ୍ୟ କରେ ତେବେ PoK ଭାରତ କବଜା କରିବା ସହ ସିନ୍ଧ ଓ ବଲୁଚ ଦୁଇ ସ୍ବାଧୀନ ରାଷ୍ଟ୍ର ଘୋଷଣା ହୋଇପାରେ । ଖାଇବର ପାଖତୁନଖ୍ବାକୁ ଚୀନ ଅଧିକାର କରିନେବା ଆଶଙ୍କା ରହିଥିବା କହିଛନ୍ତି ବିଶେଷଜ୍ଞ । ୭୫ ବର୍ଷ ଧରି ପାକ୍ ସେନାର ଅତ୍ୟାଚାର ସହୁଥିବା ବଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ତେଜୁଛି ସ୍ବର ।